୨୬ରେ ସୂର୍ଯ୍ୟପରାଗ: ବଡ଼ଦିନ ରାତିସାରା ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ, ୧୮ା୧୨:ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଅଧ୍ୟକ୍ଷତା କରିଥିବାବେଳେ ପହିଲି ଭୋଗ, ସୂର୍ଯ୍ୟପରାଗ, ନୂଆବର୍ଷ ଓ ମକରସଂକ୍ରାନ୍ତି ନୀତି ସମ୍ପର୍କରେ ଆଲୋଚନା କରାଯାଇ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୬ ତାରିଖରେ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟପରାଗ। ଏଥିଲାଗି ୨୫ତାରିଖ ରାତି ୮ଟା ୨୦ ମିନିଟରୁ ପାକତ୍ୟାଗ, ଅନ୍ନ ଭୋଜନ, ପାକଦ୍ରବ୍ୟ ଓ ଦେବ ନୀତି ନିଷେଧ ରହିବ। ପରାଗ ସ୍ପର୍ଶ ନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କୌଣସି ପ୍ରକାର ନୀତି କରାଯିବ ନାହିଁ। ତେଣୁ ଡିସେମ୍ବର ୨୫ ଅର୍ଥାତ୍‌ ବଡ଼ଦିନ ରାତିତମାମ୍‌ ମହାପ୍ରଭୁ ଦର୍ଶନ ଦେବେ ବୋଲି ବୈଠକରେ ଚୂଡ଼ାନ୍ତ ହୋଇଛି।
୨୬ ତାରିଖ ସକାଳ ୮ଘଣ୍ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହେବା ପରେ ଶ୍ରୀମନ୍ଦିରରେ ନୀତି ଆରମ୍ଭ କରାଯିବ। ପ୍ରଥମେ ପରାଗ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଚାଲିବ। ଏହିଦିନ ଅମାବାସ୍ୟା ପଡୁଥିବାରୁ ଅମାବାସ୍ୟା ନାରାୟଣ ବିଜେ, ଗୁରୁବାର ମାଜଣା ଓ ଏକାନ୍ତ ଆଦି ନୀତି ମଧ୍ୟ କରାଯିବ। ତେଣୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ଛତିଶା ନିଯୋଗ ବୈଠକ ବିଳମ୍ବରେ ଡକାଯାଇଥିବା ନେଇ କେତେଜଣ ସେବାୟତ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିପରି ପ୍ରାପ୍ୟ ପାଉଣା ବକେୟା ରହିଥିବା କଥା କେତେଜଣ ସେବାୟତ ଉଠାଇଥିଲେ। ଅନ୍ୟପକ୍ଷରେ ନୂଆବର୍ଷରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେଣୁ ଡିସେମ୍ବର ୩୧ ତାରିଖ ରାତି ୧୧ଟା ପୂର୍ବରୁ ପହୁଡ଼ ଏବଂ ରାତି ୨ଟାରେ ଦ୍ୱାର ଫିଟାଇବାକୁ ଆଲୋଚନା ହୋଇଛି। ଏହାବ୍ୟତୀତ ଦେବାଭିଷେକ ପୂର୍ଣ୍ଣିମା ଓ ମକରସଂକ୍ରାନ୍ତି ନୀତି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇ ଚୂଡ଼ାନ୍ତ ହୋଇଛି। ବୈଠକରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସୁରକ୍ଷା ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ନିଯୋଗ ପ୍ରତିନିଧି ଉପସ୍ଥିତ ଥିଲେ।


All Right Reserved By Dharitri.Com

ଭୁଶୁଡ଼ି ପଡ଼ିଲାଣି ପ୍ରାଥମିକ ଶିକ୍ଷା

ଭୁବନେଶ୍ୱର, ୪ା୮(ବ୍ୟୁରୋ): ୫ମ ଶ୍ରେଣୀ ପିଲାଙ୍କୁ ମିଶାଣ ଫେଡାଣ, ହରଣ ଗୁଣନ ଜଣାନାହିଁ। ସେମାନେ ଦ୍ୱିତୀୟ ଶ୍ରେଣୀ ପାଠ ବିଷୟରେ କହିପାରୁ ନାହାନ୍ତି। ରାଜ୍ୟରେ ପ୍ରାଥମିକ...

ସଙ୍କଟାପନ୍ନ ଅବସ୍ଥାରେ ୪୮ କିଡ୍‌ନୀ ରୋଗୀ

କଟକ ଅଫିସ,୨୧ା୧୨: କଟକ ଏସ୍‌ସିବି ମେଡିକାଲରେ ୪୮ ଜଣ କିଡ୍‌ନୀ ରୋଗୀଙ୍କ ଡାୟାଲିସିସ କରାଯାଉଛି। ମାତ୍ର ଡାୟାଲିସିସ୍‌ ପାଇଁ ଆବଶ୍ୟକ ଫ୍ଲୁଇଡ୍‌ ଏବେ ଏସ୍‌ସିବି ମେଡିକାଲରେ...

ଗୋଷ୍ଠୀ ସଂଘର୍ଷ ମାମଲା: ୪ ଅଭିଯୁକ୍ତଙ୍କୁ ଜେଲ, ନୂଆପଡ଼ା ଅଶାନ୍ତ, ପୋଲିସ ମୁତୟନ

ଦିଗପହଣ୍ଡି,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ାର ୪ ଜଣ ଯୁବକଙ୍କୁ ଗୋଷ୍ଠୀ ସଂଘର୍ଷ ମାମଲାରେ କେ.ନୂଆଗାଁ ପୋଲିସ ସୋମବାର ଗିରଫକରି ଅପରାହ୍ନରେ ଦିଗପହଣ୍ଡି କୋର୍ଟକୁ...

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ...

ପୁଷ୍ଟିକର ଖାଏଦ୍‌ ଅଭାବ: ଜଟିଲ ହେଉଛେ ଜୟଧରକଁର ଅବସ୍‌ତା

ଲାଠୋର, ୧୬ା୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଜୟଧର ଭୁଏ(୩୨)। ସେ ବହୁତ୍‌ ଦିନୁ ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଅଛନ୍‌,...

ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର

ହାଟଡିହୀ,୧୬।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ହାଟଡିହୀ ବଣିଆସାହି ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିରଞ୍ଜନ ସାହୁ(୪୦)। ବୁଧବାର ସନ୍ଧ୍ୟାରୁ...

ନିଆଁ ଲାଗି ଧାନଖରି ଭସ୍ମୀଭୂତ

ଟିକ୍ରାପଡା,୧୨ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଅଧିନ ପଟନିପିଟା ଗ୍ରାମରେ ବୈଶାଖୁ କାଲସାଏଙ୍କ ଖଳାରେ ବୁଧବାର ରାତିରେ ନିଆଁଲାଗି ଧାନ ଖରି...

ବାଣଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ

ଜୟପୁର,୨୮ା୧୦(ନି.ପ୍ର.): ଜୟପୁରରେ ବାଣଫୁଟାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ରବିବାର ଦୀପାବଳୀ ରାତିରେ ବାଣଫୁଟା ଚାଲିଥିବା ବେଳେ ବିଜୁ ନଗର ଓ ଖ୍ରୀଷ୍ଟିଆନ...

Leave a comment

Your email address will not be published. Required fields are marked *