ଜିଲା ଯୋଗାଣ ବିଭାଗର ଚଢ଼ାଉ: ବେଆଇନ ଗଚ୍ଛିତ ୧୩୮ ବସ୍ତା ଚାଉଳ ଜବତ

ଭଦ୍ରକ ଅଫିସ, ୧୮।୧୨: ଭଦ୍ରକ ଜିଲା ଯୋଗାଣ ବିଭାଗର ଏକ ଚାରିଜଣିଆ ଟିମ୍‌ ବୁଧବାର ଅପରାହ୍ନରେ ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତ ଚଢ଼େୟା ଜେନାସାହିର ଏକ ଘରେ ଅଚାନକ ଚଢ଼ାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ୧୩୮ ବସ୍ତା ଚାଉଳ ଜବତ କରିଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ବନ୍ତ ଯୋଗାଣ ନିରୀକ୍ଷକ ଅଶୋକ କୁମାର ବେହେରା, ବାସୁଦେବପୁର ପୌରପାଳିକା ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସ ଓ ଭଦ୍ରକ ଯୋଗାଣ ନିରୀକ୍ଷକ ବାବୁଲାଲ ବାରିକ ଚଢ଼ାଉରେ ସାମିଲ ଥିଲେ। ଏହି ସାହିର ଜଣେ ବ୍ୟକ୍ତିଙ୍କ ଘରକୁ ଅନ୍ୟ ଜଣେ ବ୍ୟକ୍ତି ଭଡ଼ାରେ ନେଇ ସେଠାରେ ୧୩୮ ବସ୍ତା ତଥା ୬୯ କୁଇଣ୍ଟାଲ ଚାଉଳ ରଖିଥିଲେ ବୋଲି ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରାଥମିକ ସୂଚନା ଦେଇଛନ୍ତି। ଉକ୍ତ ଚାଉଳରେ ବିଭିନ୍ନ ମିଲ୍‌ର ଟ୍ୟାକ୍‌ ଲାଗିଥିବା ଚଢ଼ାଉ ବେଳେ ଏହି ଟିମ୍‌ ଜାଣିବାକୁ ପାଇଛି। ତେବେ ଏତେ ପରିମାଣର ଚାଉଳ କିଭଳି ସେଠାରେ ରଖାଗଲା ସେ ନେଇ ଜିଲା ଯୋଗାଣ ବିଭାଗ ତଦନ୍ତ କରୁଛି। ବେଆଇନ ଗଚ୍ଛିତ ହୋଇଥିବାରୁ ଉକ୍ତ ଘରକୁ ସିଲ୍‌ କରାଯାଇ ଚାଉଳକୁ ସ୍ଥାନୀୟ ଜଣେ ଡିଲରଙ୍କୁ ଜିମା ଦିଆଯାଇଛି। ଘଟଣାର ତଦନ୍ତ ପରେ ଅଧିକ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିଳାପାଳ ଦାସଙ୍କୁ ପଚାରିବାରୁ ଘଟଣାର ତଦନ୍ତ ପରେ ବେଆଇନ ଭାବେ ଚାଉଳ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


All Right Reserved By Dharitri.Com

ପ୍ରଶାସନିକସ୍ତରରେ ଅଦଳବଦଳ: ବଦଳିଲେ ସୁନ୍ଦରଗଡ଼, ଢେଙ୍କାନାଳ, ସୁବର୍ଣ୍ଣପୁର ଜିଲାପାଳ; ବିବାଦୀୟ ରଶ୍ମିତାଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟ ସରକାର ଶନିବାର ପ୍ରଶାସନିକସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୨୦୦୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ...

‘ଭୟଭୀତ ହୁଅ ନାହିଁ’

ଢେଙ୍କାନାଳ ଅଫିସ, ୨୬।୩: କରୋନା କଟକଣା ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଜିଲାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଥିରେ ଭୟଭୀତ ହେବାର...

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି...

ଓଡ଼ିଶାର ଅର୍ଥନୀତି ସ୍ଥିତି ଭଲ ଅଛି: ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭାରେ ସୋମବାର ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି। ଏହାକୁ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ...

ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା ୭୦କୁ ବୃଦ୍ଧି

ଭୁବନେଶ୍ୱର,୬-୯(ବ୍ୟୁରୋ):ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କ ଅବସର ବୟସସୀମା ବୃଦ୍ଧି କରିଛନ୍ତି। ଏଣିକି ନୂଆ ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ ଡାକ୍ତରମାନେ ୬୮ ବର୍ଷ ବୟସ ପରିବର୍ତ୍ତେ ୭୦...

ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ସମୟ ବଦଳିଲା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଖୋର୍ଦ୍ଧା-ନୟାଗଡ଼ ଚଳାଚଳ କରୁଥିବା ଦୁଇଟି ପାସେଞ୍ଜର ଟ୍ରେନର ସମୟ ସୂଚୀ ପରିବର୍ତ୍ତନ ହୋଇଛି। ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସ୍ପେଶାଲ ସେବା...

ରାଜ୍ୟ ସରକାରଙ୍କୁ କଟାକ୍ଷ ପ୍ରସଙ୍ଗରେ ଅମରଙ୍କ ଜବାବ: ବିଜୟଙ୍କ କଥା ଅଦାଲତ ଅବମାନନା ଭଳି, ଏହାର କୌଣସି ଆଧାର ନାହିଁ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କଟାକ୍ଷ କରିଥିଲେ। ଏହାକୁ ନେଇ...

ମହାସିଂହ ପଞ୍ଚାୟତରେ ୨୯ଲକ୍ଷ ଟଙ୍କା ଘୋଟାଲା

ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ...

Leave a comment

Your email address will not be published. Required fields are marked *