ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼,୧୮।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କଚେରି ପରିସରରେ ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ପେନ୍‌ସନ ଦିବସ ପାଳିତ ହୋଇଛି। ସଂଘର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀ ବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ବଣ୍ଟନ କରିଥିଲେ। ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଏବଂ ନୀଳଗିର ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସମ୍ପାଦକ ମାୟାଧର ମହାନ୍ତି ସଂଘର ସୁବିଧା ଓ ଅସୁବିଧା ସହ କରା ଯାଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉପସଭାପତି ରାଧାଗୋବିନ୍ଦ କାନୁନଗୋ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ ତଥା ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ନୀଳଗିରି ଡାକ୍ତରଖାନାରେ ରୋଗୀଙ୍କୁ ଓ ସ୍ଥାନୀୟ ସବ୍‌ଜେଲରେ ବିଚାରରଧୀନ କଏଦୀଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା।


All Right Reserved By Dharitri.Com

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୧୦।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ସରପଞ୍ଚ ଛବିଲତା ନାୟକ ପୌରୋହିତ୍ୟ...

‘କାଜି’ ପଦବୀରୁ କାଜିବଜାର

କଟକ ଅଫିସ, ୫ା୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ଏହି ଐତିହାସିକ ସହରରେ ଶହେ ବଜାର ହଜାରେ ଗଳି ସୃଷ୍ଟି...

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ ଗେଟ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ସ୍ଥିତ ଦେଓପାଲି ବନ୍ଧର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ଦେଓପାଲି ବନ୍ଧର ୨ ନଂ...

ନାବାଳକଙ୍କ ପତ୍ତା ମିଳୁନି, ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): ଦୀର୍ଘ ଆଠଦିନ ହେଲା ଜଣେ ନାବାଳକ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ପରିବାର ଲୋକେ ଚାରିିଆଡ଼େ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିବାରୁ ପ୍ରଶାସନର...

ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟି ନେଲେ ଆଳୁ ବସ୍ତା

ରୂପ୍‌ସା, ୨୯।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗହୀରସିମୁଳିଆଠାରେ ୫ଜଣ ଡକାୟତ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଛୁରିରେ ଆକ୍ରମଣ କରି ତାଙ୍କଠାରୁ ୭ହଜାର...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ : ଜୟପୁର-କୋରାପୁଟ ରେଳସେବା ବାଧାପ୍ରାପ୍ତ

ଜୟପୁର,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଚୋତ୍ରୀପୁଟ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାରୁ ହୀରାଖଣ୍ଡ-ରାଉରକେଲା ଟ୍ରେନ୍‌ ଛତିଶଗଡ଼ର ଜଗଦଲପୁର ପରିବର୍ତ୍ତେ କୋରାପୁଟରେ ଅଟକିଛି। ସେହିପରି...

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଆନ୍ଦୋଳନ

ପୁରୁଷୋତ୍ତମପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଦେଇଛି। ସହରର ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନଭୋଜନରେ ନିୟୋଜିତ ପାଚିକା,ସହାୟିକା...

ନାଲ୍‌କୋ ସ୍ମେଲଟର ପୂର୍ବତନ ଜିଏମ୍‌ଙ୍କୁ ୨ ବର୍ଷ ଜେଲ

ଅନୁଗୋଳ ଅଫିସ, ୨୭।୯-ନାଲ୍‌କୋର ପୂର୍ବତନ ମହାପ୍ରବନ୍ଧକ ଶମ୍ଭୁ ଦୟାଲ ଚୌହାରିଆଙ୍କୁ ଅନୁଗୋଳ ଏସ୍‌ଡିଜେଏମ୍‌ କୋର୍ଟ ଗୁରୁବାର ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨ ଜଣଙ୍କ...

Leave a comment

Your email address will not be published. Required fields are marked *