Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ
ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଆଜିର ଆଲୋଚନା ଫଳପ୍ରଦ ହେବା ସହ କୌଣସି ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ପଡୋଶୀଙ୍କ ଅସହିଷ୍ଣୁ ମନୋଭାବରୁ ଟିକିଏ ଟିକିଏ କଥାରୁ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା, ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ଆକସ୍ମିକ ଭାବରେ ସୁଯୋଗ ଆପଣା ଛାଏଁ ଆସିବ । ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବଚିନ୍ତି କାମ କରିବା ଭଲ ହେବ । ତଥାପି ପ୍ରସ୍ତୁତି ପଥରେ ଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ବନ୍ଧୁମାନଙ୍କ ସହ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ମିଥୁନ
ମିଥୁନ
ଉପରିସ୍ଥଙ୍କ ଭୁଲ୍‌ ବୁଝାମଣାରୁ କର୍ମ କ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। କିନ୍ତୁ ଆଜି ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ ।
କର୍କଟ
କର୍କଟ
ଆଜି ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଯାତ୍ରା ସମୟରେ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ବ୍ୟବସାୟ, ନିର୍ମାଣ ଆନୁଷ୍ଠାନିକ କାମ ତଥା ସଭା ସମିତିରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆଜି ସାମାନ୍ୟ ଅନ୍ୟମନସ୍କତା କିମ୍ବା ଅସାବଧାନତା ବଶତଃ ଧନ ହାନି ଯୋଗ ରହିଛି। କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ମଘା ନକ୍ଷତ୍ର ପ୍ରତ୍ୟେକ କଥାକୁ ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ । ନିଜ ଲୋକମାନଙ୍କ ଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡିବ ।
କନ୍ୟା
ଦୀର୍ଘଦନରୁ ଲାଗି ରହିଥିବା ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହିବ ନାହିଁ । ହାତକୁ ନେଇଥିବା କାମ ବିଷୟରେ ଯାହା କରିବା କଥା ଶୀଘ୍ର ଶୀଘ୍ର ଶେଷ କରିବା ଭଲ ହେବ । ଅବଶ୍ୟ କିଛି ଅସୁବିଧା ହେବନି, ଆପଣ ସ୍ଥାନୀୟ ବ୍ୟଚ୍ଛି ବିଶେଷଙ୍କ ଦ୍ୱାରା ଉପକୃତ ହେବେ । ସତ୍‌ସଙ୍ଗ କିମ୍ବା ନାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇ ପାରନ୍ତି।
ତୁଳା
ତୁଳା
ଆଜି ଦିନଟିରେ ମନ ଅନୁଯାୟୀ କାମ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ର, ସଭା ସମିତି, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଘର ସାଜସଜ୍ଜା,ମୂଲ୍ୟବାନ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ, ଯାନବାହନ ମରାମତି, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତିରେ ସମୟ କଟାଇ ପାରନ୍ତି।
ବିଛା
ବିଛା
ବହୁ ବିଚାର ବିମର୍ଶ ପରେ ପୂର୍ବ ପରିକଳ୍ପିତ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ଅବଶ୍ୟ ସାମାନ୍ୟ ବ୍ୟତିକ୍ରମ ଭିତରେ ସଫଳ ହେବ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜିହିଁ ଶେଷ କରିବାକୁ ଚାହୁଁଥିଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି ।
ଧନୁ
ଧନୁ
ଆଜି ଦିନ ମଧ୍ୟରେ ଯେତିକି ପାଇବେ, ସେତିକିରେ ସନ୍ତୁଷ୍ଟ ରହିବା ଭଲ ହେବ । ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ । ସଭାସମିତିରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଶିଳ୍ପ, ବ୍ୟବସାୟରେ ଭଲ କାରବାର ହେବ, ଯାହାକି ଆପଣଙ୍କୁ କେତେକାଂଶରେ ଆମତ୍ ସନ୍ତୋଷ ମିଳିପାରେ।
ମକର
ମକର
ସହକର୍ମୀମାନେ ଫାଇଦା ହାସଲ କରିବା ସକଶେ ଅତି ନିଜର ଭଳି ବ୍ୟବହାର କରିପାରନ୍ତି। ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହେବା ଅସମ୍ଭବ ହୋଇପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଆଗାମୀ ଦିନରେ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
କୁମ୍ଭ
କୁମ୍ଭ
କାର୍ଯ୍ୟହାସଲ ହେବା କାରଣରୁ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ଆଗୁଁସାର ହୋଇ ସଫଳତା ହାସଲ କରିବେ। ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନିଜର ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିବେ। ଆଜିର ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ
ଆକସ୍ମିକ ଭାବରେ ଆଜିର ପ୍ରତ୍ୟୁଷ ଯାତ୍ରା ଆପଣଙ୍କ ପାଇଁ ସଫଳତା ଆଣିଦେବ। ବାଣିଜ୍ୟ,ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଓ ଗୌରବାର୍ଜନ ନିଶ୍ଚିତ। କଳା,ସାହିତ୍ୟ,ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଫେବୃୟାରୀ ୨୯ ତାରିଖ – Daily Horoscope

ମେଷ କର୍ମାଦରପ ସ୍ବଗୃହୀ ଯୋଗୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ ହୋଇପାରିବା ଯୋଗୁ ମନ ପ୍ରଫୁଲ୍ଲିତ ରହିବ । ପୂର୍ବ ଯୋଜନା ଅନୁଯାୟୀ...

ରାଶିଫଳ: ଅକ୍ଟୋବର ୨୮ ତାରିଖ, ସୋମବାର – Daily Horoscope

ମେଷ କୃତ୍ତିକା ନକ୍ଷତ୍ର ସକାଶେ ଆଜି ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଆଜି ଏହିପରି କେତେକ କାମ ବାଧ୍ୟ ବାଧକତାରେ...

ରାଶିଫଳ: ବୁଧବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ ଆଜିର ଦଶମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ କାମକୁ ଧୀର ମନ୍ଥର ଗତିରେ ଆଗକୁ ବଢ଼ାଇନେବ। ସ୍ଥିର ଭାବରେ କୌଣସି ସ୍ଥାନରେ ଦୀର୍ଘ ସମୟ ରହିପାରିବେ...

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରିଥିବାରୁ ସୁନ୍ଦର ପାରିବାରିକ ଜୀବନ ଓ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ମନ ଖୁସୀ ରହିବ । ଶୁକ୍ରଙ୍କ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାହୁଯୁକ୍ତ ଚନ୍ଦ୍ରଜନିତ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହି ନ ପାରେ। ଦ୍ୱିଜା ନକ୍ଷତ୍ର ସକାଶେ ଅର୍ଥ ଲାଭ, ଶାରୀରିକ...

ରାଶିଫଳ: ଗୁରୁବାର , ଜୁନ ୧୩ ତାରିଖ – Daily Horoscope

ମେଷ ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରାରେ ଲକ୍ଷ୍ୟ ପୂରଣ କରାଇବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି...

ରାଶିଫଳ: ଗୁରୁବାର, ମେ ୩୦ ତାରିଖ – Daily Horoscope

ମେଷ ରାହୁ ଯୁକ୍ତ ମଙ୍ଗଳ ହେତୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୦୫ ତାରିଖ – Daily Horoscope

ମେଷ କର୍ମ ସ୍ଥାନରେ ରବି ଓ ଶନିଙ୍କ ସ୍ଥିତି ଆପଣଙ୍କୁ ଅଯଥା ବଦ୍‌ନାମଜନିତ ନିନ୍ଦିତ କରାଇପାରେ । ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରାଦମ୍‌ରେ...

Leave a comment

Your email address will not be published. Required fields are marked *