ଭୁବନେଶ୍ୱରର ସବୁଘରେ ହେବ ବର୍ଷାଜଳ ସଂଗ୍ରହଣ ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ (ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ) କାର୍ଯ୍ୟ ସରିବ। ନଚେତ୍‌ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମଙ୍ଗଳବାର ଏକ ବିବୃତ୍ତିରେ ପ୍ରକାଶ କରିଛି। ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଘର ପ୍ଲାନ୍‌ ଆପ୍ରୁଭାଲ ପାଇଁ ଏବେ ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ ପ୍ରକଳ୍ପକୁ ସ୍ଥାନ ଦେବା ଜରୁରୀ। ଭୁବନେଶ୍ୱରର ବାସିନ୍ଦା ନିଜ ଘରେ ଏହି ବ୍ୟବସ୍ଥା ନ କରିବେ ସେମାନଙ୍କ ବିଲ୍ଡିଂକୁ ପ୍ଲାନ ଆପ୍ରୁଭାଲ ମିଳିବ ନାହିଁ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରସ ପାଉଥିବାବେଳେ ସହରବାସୀ ଜଳର ଅପବ୍ୟବହାର କରୁଛନ୍ତି। ପୁଣି ବୋରିଂ ମାଧ୍ୟମରେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରାଯାଉଛି। ତେଣୁ ବିଡିଏର ପ୍ଲାନିଂ ଆଣ୍ଡ୍‌ ବିଲ୍ଡିଂ ଷ୍ଟାଣ୍ଡାର୍ଡ ପକ୍ଷରୁ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୩୦୨ ଆଧାରରେ ଏହି ନିୟମ ଲାଗୁ କରାଯାଇଛି ବୋଲି ବିଡିଏ ସୂଚନା ଦେଇଛି।


All Right Reserved By Dharitri.Com

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି...

ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୧୮।୫(ଡି.ଏନ୍‌.ଏ): ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାୟ ୩୦ରୁ ୪୦ ମାଓବାଦୀ...

ପିଆଜ ବିକିବେ ସରକାର

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କି.ଗ୍ରା. ପ୍ରତି ୧୦ରୁ ୧୫ ଟଙ୍କାରେ ମିଳୁଥିବା ପିଆଜ ଏବେ ୬୫ ଟଙ୍କା ଛୁଇଁଲାଣି। ପିଆଜ ଗତ ଦୁଇମାସ ହେବ ଗରିବ ଓ...

ବନ୍ଦ ହେଲା ନାବାଳିକାଙ୍କ ବିବାହ

ମହାକାଳପଡ଼ା,୨୨ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ଅଧୀନ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳରେ ଶିଶୁ ସୁରକ୍ଷା ବିଭାଗ, ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟି ଓ ପୋଲିସର ହସ୍ତକ୍ଷେପ...

ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗ କରିବାରୁ ପରିବାରବର୍ଗଙ୍କୁ ଆକ୍ରମଣ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିର ୧୬ ନମ୍ବର ୱାର୍ଡ଼ ଖଣ୍ଡପଡ଼ା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଦୁର୍ନୀତି ହୋଇଥିବା ନେଇ ଉକ୍ତ...

୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ...

ମୌସୁମୀ ପୂର୍ବରୁ ସଫା ହେବ ସମସ୍ତ ଡ୍ରେନ୍‌ : ୨୩୦ ଶ୍ରମିକ ନିୟୋଜିତ, ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ମୁଖ୍ୟ ଓ ସବ୍‌ ଡ୍ରେନ୍‌ ସଫା କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର...

ଆଜି ବିଜୟାଦଶମୀ: ମା’ଙ୍କ ଦର୍ଶନ ପାଇଁ ସବୁଠି ଭିଡ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ।  ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ।...

Leave a comment

Your email address will not be published. Required fields are marked *