ଅଭିବୃଦ୍ଧି ପୂର୍ବାନୁମାନ କମାଇପାରେ ଆଇଏମ୍‌ଏଫ୍‌

ମୁମ୍ବାଇ,୧୮|୧୨- ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ବିକାଶ ପୂର୍ବାନୁମାନକୁ କମାଇପାରେ। ଭାରତ ଜନ୍ମିତ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି। ଅକ୍ଟୋବରରେ ଆଇଏମ୍‌ଏଫ୍‌ ଏକ ଆକଳନ ଜାରି କରିଥିଲା। ଏହାକୁ ଜାନୁୟାରୀରେ ପୁଣି ଥରେ ତର୍ଜମା କରାଯିବ ବୋଲି ଇଣ୍ଡିଆ ଇକୋନୋମିକ କନ୍‌କ୍ଲେଭ ଅବସରରେ ଗୋପୀନାଥ ସୂଚନା ଦେଇଛନ୍ତି। ଘରୋଇ ବଜାରରେ ନିବେଶ ଓ ଚାହିଦା ହ୍ରାସ, ରପ୍ତାନିରେ ମନ୍ଥରତା ଯୋଗୁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସ ଜିଡିପି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ନିକଟରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ଏଜେନ୍ସିଗୁଡିକ ୨୦୨୦ ଆର୍ଥତ୍କବର୍ଷ ଭାରତର ବିକାଶ ଅନୁମାନକୁ କମ୍‌ କରିଛନ୍ତି। ପ୍ରମୁଖ ଅଭିବୃଦ୍ଧିଶୀଳ ବଜାରଗୁଡିକ ମଧ୍ୟରେ ଭାରତ ଏକମାତ୍ର ବଜାର ଯାହା ଗଭୀର ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନର ଡାଟାକୁ ବିଚାର କଲେ ଆଇଏମ୍‌ଏଫ୍‌ ମଧ୍ୟ ନୂଆ ଆକଳନ ସହ ଆସିବ। ଏହା ଜାନୁୟାରୀରେ ଆସିବ। ୨୦୧୯ରେ ଭାରତର ଅଭିବୃଦ୍ଧି ୬.୧% ରହିବ ବୋଲି ଏହା କହି ସାରିଛି। ସେହିଭଳି ୨୦୨୦ ଲାଗି ବିକାଶ ଅନୁମାନକୁ ୭% ରଖାଯାଇଛି। ଏଥିରେ ପରିବର୍ତ୍ତନ ଆସିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


All Right Reserved By Dharitri.Com

ସମାବେଶୀ, ସ୍ଥାୟୀ ଅଭିବୃଦ୍ଧି ଲାଗି ସରକାର ବଦ୍ଧପରିକର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୦-୭: କେନ୍ଦ୍ର ସରକାର ସମାବେଶୀ, ସମଗ୍ର ତଥା ସ୍ଥାୟୀ ଅଭିବୃଦ୍ଧି ଲାଗି ବଦ୍ଧପରିକର ଏବଂ ୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ...

ସୌଦି ତେଲ ସଙ୍କଟ ବିଗାଡିଲା ବଜାର ମୁଡ୍‌;ଗୋଟିଏ ଦିନରେ ନିବେଶକ ହରାଇଲେ ୨.୭୨ ଲକ୍ଷ କୋଟି

ମୁମ୍ବାଇ,୧୮-୯: ସୌଦି ତେଲ କୂଅ ଉପରେ ଡ୍ରୋନ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରି ବିକ୍ରି କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ମୁଡ଼୍‌ ବିଗିଡିଯାଇଛି।...

କୋଟିପତି ଟିକସଦାତାଙ୍କ ସଂଖ୍ୟାରେ ୨୦% ବୃଦ୍ଧି

ନୂଆଦିଲ୍ଲୀ,୧୩-୧୦: ୨୦୧୮-୧୯ ଆସେସମେଣ୍ଟ ବର୍ଷରେ ଦେଶ ମଧ୍ୟରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ୨୦% ବୃଦ୍ଧି ଘଟିଥିବା ଆୟକର ବିଭାଗ ପକ୍ଷରୁ ସୂଚନା ରହିଛି। କୋଟିପତି ଟିକସଦାତାଙ୍କ...

ନିବେଶକ ହରାଇଲେ ୧.୮୪ ଲକ୍ଷ କୋଟି

ମୁମ୍ବାଇ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଜିଡିପି ଅଭିବୃଦ୍ଧି ପରିସଂଖ୍ୟାନ ହ୍ରାସ ପାଇବା ପ୍ରଭାବ ଦେଶର ଶେୟାର...

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୬-୭: ବ୍ରିଟେନର ଓ୍ବେଷ୍ଟ ମିନଷ୍ଟର ଅଦାଲତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ଅଗଷ୍ଟ ୨୨ ଯାଏ ବୃଦ୍ଧି କରିଛନ୍ତି। ଏଥିପୂର୍ବରୁ ବ୍ରିଟିଶ...

ରପ୍ତାନି କଟକଣା ସତ୍ତ୍ୱେ ଶୀଘ୍ର ଖସିବନି ପିଆଜ ଦର

ନୂଆଦିଲ୍ଲୀ,୩୦-୯ : ପିଆଜ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ରବିବାର ରପ୍ତାନି ଉପରେ ନିଷେଦ୍ଧାଦେଶ ଜାରି କରିଥିଲେ ମଧ୍ୟ ପିଆଜ...

ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ...

ଆଜି ଧନତେରସ; ଶୋ’ରୁମ ଦେଉଛନ୍ତି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୫-୧୦(ବ୍ୟୁରୋ): ଧନତେରସରେ ସୁନା କିଣିଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଚଳିତ ବର୍ଷ ଶୁକ୍ରବାର ଧନତେରାସ ପଡୁଥିବାରୁ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ରାଜ୍ୟର...

Leave a comment

Your email address will not be published. Required fields are marked *