ରାଜସ୍ବ ହ୍ରାସ ନେଇ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ,୧୮|୧୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଠାରେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ, ଟିକସ ଢାଞ୍ଚା ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭଳି ପ୍ରମୁଖ ପ୍ରସଙ୍ଗଗୁଡିକରେ ମାନସ ମନ୍ଥନ ହେବ। ଏବେ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସେସ୍‌ ବା ଉପକର ଏବଂ ଜିଏସ୍‌ଟି ହାରରେ ବୃଦ୍ଧି ନେଇ ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟ ବିରୋଧ କରୁଛନ୍ତି। ବର୍ତ୍ତମାନ ଖାଉଟି ଏବଂ ଶିଳ୍ପ ଏବେ ଖରାପସ୍ଥିତି ଦେଇ ଗତି କରୁଥିବାରୁ ଏ ସମୟରେ ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକ ନାପସନ୍ଦ କରୁଛନ୍ତି। ମାତ୍ର ରାଜସ୍ବ ହ୍ରାସ ବୃହତ୍‌ ଥିବାରୁ ଏହାର ଭରଣା ଲାଗି ଜିଏସ୍‌ଟିରେ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି।
ରାଜସ୍ବ ବୃଦ୍ଧି ଲାଗି ବିଭିନ୍ନ ସାମଗ୍ରୀ ଉପରେ ଜିଏସ୍‌ଟି, ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବୃଦ୍ଧି, ହାରରେ ପରିବର୍ତ୍ତନ, ଅନୁପାଳନ, ଏବଂ ଟିକସ ଢାଞ୍ଚାରେ ତର୍ଜମା ପାଇଁ ପରାମର୍ଶ ଲୋଡାଯାଇଥିଲା। ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଜିଏସ୍‌ଟି ପରିଷଦ ପକ୍ଷରୁ ରାଜ୍ୟଗୁଡିକୁ ଏକ ଚିଠି ଲେଖାଯାଇଛି। ଟିକସ ପରିସରରୁ ବାହାରେ ରଖାଯାଇଥିବା ସାମଗ୍ରୀ ଉପରେ ଟିକସ ଲାଗୁ ହେବ କି ନାହିଁ ସେ ସମ୍ପର୍କରେ ପରାମର୍ଶ ଲୋଡା ଯାଇଛି। ଏହା ଅତ୍ୟନ୍ତ କ୍ଷତିକାରକ। ବର୍ତ୍ତମାନର ଟିକସ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ ହେବା ଆବଶ୍ୟକ। ଏହାବାଦ କୌଣସି ନୂଆ ସେସ୍‌ ଲାଗୁ ନ ହେବା ଉଚିତ। କାରଣ ମୁଦ୍ରାସ୍ଫୀତି ଏବଂ ମାନ୍ଦାବସ୍ଥା ଯୋଗୁ ଶିଳ୍ପ ଏବଂ ଖାଉଟି ଏବେ ପ୍ରଭାବିତ ସ୍ଥିତିରେ ରହିଥିବା ମିତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।
ଏଭଳି ସ୍ଥିତିରେ ନୂଆ ଟିକସ ଢାଞ୍ଚା ଏବଂ ସେସ୍‌ ଦ୍ୱାରା ବୋଝ ଲଦିବା ପରିବର୍ତ୍ତେ ନୂଆ ଉପାୟ ଉପରେ ଚିନ୍ତା କରିବାକୁ ହେବ ବୋଲି ମିତ୍ର ମତ ରଖିଛନ୍ତି। ଏହି ସମୟରେ ଶିଳ୍ପଗୁଡିକୁ କିଛି ସହାୟତା ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଟିକସ ହାରରେ ପରିବର୍ତ୍ତନ କରି ରାଜସ୍ବ ହାସଲ କରିବା ଅପେକ୍ଷା ଟିକସ ଚୋରି ଏବଂ ଠକେଇ ରୋକିବା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସୋମବାର କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୩୫,୨୮୯ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ବଜେଟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ତୁଳନାରେ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ ରାଜସ୍ବ ସଂଗ୍ରହ ୪୦% କମିଛି। ଏପ୍ରିଲ ନଭେମ୍ବର ସମୟରେ କେନ୍ଦ୍ର ସରକାର କେନ୍ଦ୍ର ଜିଏସ୍‌ଟି ବାବଦ ୩.୨୮ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ଏହି ସମୟରେ ୫.୨୬ ଲକ୍ଷ କୋଟି ରାଜସ୍ବ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।


All Right Reserved By Dharitri.Com

ପ୍ରଭାବିତ କ୍ଷେତ୍ର ଲାଗି ଆସିବ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ,୨୦-୩: କରୋନା ଦ୍ୱାରା କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା ପ୍ୟାକେଜ ପ୍ରଦାନ କରିବେ। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ନିବେଶକଙ୍କୁ ୧.୮୧ ଲକ୍ଷ କୋଟି ଟଙ୍କା ଲାଭ

ନୂଆଦିଲ୍ଲୀ,୨୬-୧୧: ଦେଶର ପୁଞ୍ଜି ବଜାରରେ ସୋମବାର କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୧.୮୧ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ବମ୍ବେ...

ଔଷଧପତ୍ର ଯୋଗାଣ ଲାଗି କାର୍ଗୋ ବିମାନକୁ ଅନୁମତି

ନୂଆଦିଲ୍ଲୀ,୩୧। ୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଞ୍ଚାଇବା ଲାଗି କାର୍ଗୋ ବିମାନ...

ମିଶିଯିବେ ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌

ନୂଆଦିଲ୍ଲୀ,୨୪-୧୦: ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ବିଏସ୍‌ଏନ୍‌ଏଲ୍‌ ସହ ଏମ୍‌ଟିଏନ୍‌ଏଲ୍‌ର ମିଶ୍ରଣକୁ...

୫ ମାସର ସର୍ବନିମ୍ନ ସ୍ତରରେ ଡିଜେଲ ଦର

ନୂଆଦିଲ୍ଲୀ,୯-୬: ଦେଶରେ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି। ଶନିବାର ପେଟ୍ରୋଲ ଦର ଲିଟର ପିଛା ୨୨ରୁ...

ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର

ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ...

୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ...

ସରଳ ହେବ ଜିଏସ୍‌ଟି ଫାଇଲିଂ

ନୂଆଦିଲ୍ଲୀ,୧୭-୧୧: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରହିଥିବା ବିଭିନ୍ନ ଅସୁବିଧା ଆଗାମୀ ଦିନରେ ଦୂର ହେବ। ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ...

Leave a comment

Your email address will not be published. Required fields are marked *