ବୈଠକକୁ ଯାଇଥିବା ପିଇଓ, ଜିଆର୍‌ଏସ୍‌ଙ୍କୁ ତାଲା

କୋଟଗଡ,୧୮ା୧୨(ଡି.ଏନ.ଏ.): କୋଟଗଡ ବ୍ଲକ ପାରିଗଡ ଗ୍ରାମ ପଞ୍ଚାୟତରେ ସୋମବାର ମାସିକ ବୈଠକ ଥିଲା। ପାରିଗଡ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବିନାୟକ ନାୟକ ଓ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ସୋମ୍ୟ ରଞ୍ଜନ ନନ୍ଦ ପାରିଗଡ ଯାଇଥିଲେ। ମାତ୍ର ସରପଞ୍ଚଙ୍କ ବିରୋଧୀ ଗୋଷ୍ଠୀ ବୈଠକ କରାଇ ଦେଇ ନ ଥିଲେ। ଦୁଇ କର୍ମଚାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ। ଦୀର୍ଘ ସମୟ ଧରି ଅଟକ ରହିବା ପରେ ଖବର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ପହଞ୍ଚତ୍ଥିଲା। ମାଓବାଦୀପ୍ରବଣ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପୋଲିସ ପ୍ରଶାସନ ସେଠାକୁ ରାତିରେ ଯିବାକୁ ମନା କରିଥିଲେ। ମାତ୍ର ସାହସବାନ୍ଧି କେତେଜଣ ବ୍ଲକ କର୍ମଚାରୀ କୋଟଗଡର ସ୍ଥାନୀୟ ଲୋକଙ୍କ ସହ ରାତି ପ୍ରାୟ ୯ଟାରେ ପାରିଗଡରେ ପହଞ୍ଚତ୍ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ଲିଖିତ ପ୍ରତିଶ୍ରୁତି ଦେବାପରେ ରାତି ପ୍ରାୟ ୨ଟାରେ ଉଦ୍ଧାର କରି ଆଣିଥିବା ସୂଚନା ମିଳିଛି।


All Right Reserved By Dharitri.Com

କୂଅରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟଣା: ରାତି ଅଧରେ ବ୍ୟବଚ୍ଛେଦ ଦାବିରେ ସମ୍ପର୍କୀୟଙ୍କ ଡାକ୍ତରଙ୍କୁ ମାଡ଼ ଅଭିଯୋଗ

ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କ ମୃତଦେହ ବ୍ୟବ୍ୟଚ୍ଛେଦ ଦାବିରେ ସେମାନଙ୍କ ସମ୍ପର୍କୀୟ ୨ ଡାକ୍ତରଙ୍କୁ ମାଡ଼...

ମୋବାଇଲ ଟାଓ୍ବାରକୁ ବିରୋଧ: ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସାହିବାସିନ୍ଦା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଗୁଣ୍ଡିଚାମନ୍ଦିର ନିକଟରେ ଥିବା ଚାରିଘରିଆ ସାହିରେ ମୋବାଇଲ ଟାଓ୍ବାର ବସାଇବାକୁ ବିରୋଧକରି ଅନ୍ତେଃବାସୀ ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୋମବାର ସାକ୍ଷାତକରି ଏକ...

ମଧ୍ୟାହ୍ନଭୋଜନ ପାଚିକା ସଂଘର ବିକ୍ଷୋଭ

ବାରିପଦା ଅଫିସ,୧୮ା୧୨- ମଧ୍ୟାହ୍ନଭୋଜନ ପାଚିକା ସଂଘର କର୍ମକର୍ତ୍ତାମାନେ ମଙ୍ଗଳବାର ୭ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିଆଇଟିୟୁ ଜିଲା...

ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ଭୂତ ଭୟ: ହଷ୍ଟେଲ ଛାଡ଼ିଲେ ୫ ଛାତ୍ର

ଉଦଳା,୨୨।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଖଇରା ଥାନା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲର ୫ ଜଣ ଛାତ୍ର ରବିବାର ଭୋରରେ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି।...

ନିମ୍ନମାନର ରାସ୍ତା କାମ, ଉଠିଯାଉଛି ପିଚୁ

ଭଦ୍ରକ ଅଫିସ,୨୪।୨-ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ବଚ୍ଛତାକୁ ନେଇ ବିବାଦ ଲାଗିରହିଛି। ମାସକ ତଳେ ବିଭାଗର ଜଣେ ଡାଟାଏଣ୍ଟ୍ରି ଅପରେଟର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି...

ଲଘୁଚାପ ବର୍ଷା: ଜୀବନଯାତ୍ରା ବ୍ୟାହତ, ଜମିରେ ଲୋଟିଛି ଧାନ ଫସଲ

ନୟାଗଡ଼ ଅଫିସ,୨୫ା୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗିରହିଛି। ନୟାଗଡ଼ ଜିଲାରେ ଏହି ବର୍ଷା ପ୍ରଭାବରେ ସାଧାରଣ ଜନଜୀବନ...

ଟ୍ରକ୍‌ ଧକ୍କାରେ ବାଇକ୍‌ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଆନନ୍ଦପୁର, ୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ସାଳପଡ଼ାଠାରେ ଏକ ୧୦ ଚକିଆ ଟ୍ରକ୍‌ ଧକ୍କାରେ ବୁଧବାର ସକାଳେ ଜଣେ ବାଇକ୍‌...

ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ...

Leave a comment

Your email address will not be published. Required fields are marked *