Posted inଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ: ଅଷ୍ଟ୍ରେଲିଆ ଦଳରେ ଲାବୁସାନେ ସାମିଲ

ମେଲବୋର୍ନ, ୧୭।୧୨ (ପି.ଟି.)- ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ସୀମିତ ଓଭର ସିରିଜ ଲାଗି ମଙ୍ଗଳବାର ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଆରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଘୋଷିତ ୧୪ ଜଣିଆ ଦଳରେ ଇନ୍‌ଫର୍ମ ଓପନର୍‌ ମାର୍ନସ ଲାବୁସେନଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ଟେଷ୍ଟ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୋଗୁ ଡାହାଣହାତୀ ବ୍ୟାଟ୍ସମ୍ୟାନ ଲାବୁସାନେଙ୍କୁ ଚୟନକର୍ତ୍ତମାନେ ଦିନିକିଆରେ ଭରଷା କରିଛନ୍ତି।
ଆଫ୍ରିକା ଜନ୍ମିତ ୨୫ ବର୍ଷୀୟ ଲାବୁସାନେ ଗତବର୍ଷ ଟେଷ୍ଟ ପଦାର୍ପଣ କରିବା ପରଠାରୁ ୫୮.୦୫ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେ ନିଜର ଅନ୍ତିମ ୩ଟି ଟେଷ୍ଟରେ ଶତକ ହାସଲ କରି ଶ୍ରେଷ୍ଠ ଫର୍ମରେ ମଧ୍ୟ ରହିଛନ୍ତି। ସେହିଭଳି ଅଲ୍‌ରାଉଣ୍ଡର ସିନ୍‌ ଆବଟ୍ଟ ୫ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଜୋଶ୍‌ ହାଜେଲଉଡ୍‌ ଓ ସ୍ପିନର ଆଷ୍ଟନ ଅଗର ମଧ୍ୟ ଫେରିଛନ୍ତି। ତେବେ ଗ୍ଲେନ ମ୍ୟାକ୍ସଓ୍ବେଲ, ଉସମାନ ଖ୍ବାଜା, ଶନ୍‌ ମାର୍ଶ ଓ ନାଥନ ଲିୟନଙ୍କ ପରି ପ୍ରମୁଖ ଖେଳାଳିଙ୍କୁ ଏହି ସିରିଜରୁ ବାଦ୍‌ ଦିଆଯାଇଛି। ମାନସିକ ସ୍ବାସ୍ଥ୍ୟଜନିତ କାରଣ ଲାଗି କିଛିଦିନ କ୍ରିକେଟ୍‌ରୁ ଦୂରେଇ ଯାଇଥିବା ମ୍ୟାକ୍ସଓ୍ବେଲ ନିକଟରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ଖେଳ ଉପରେ ନଜରରେ ରଖାଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ଟ୍ରେଭର ହନ୍ସ କହିଛନ୍ତି। ଭାରତୀୟ ଦର୍ଶକ କିନ୍ତୁ ଦୁଇ ଷ୍ଟାର୍‌ ଖେଳାଳି ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ଙ୍କ ଖେଳ ଦେଖିପାରିବେ। ତିନି ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ମୁମ୍ବାଇଠାରେ ଜାନୁୟାରୀ ୧୪ରେ ଖେଳାଯିବ। ଏହାପରେ ରାଜକୋଟ୍‌ ଓ ବେଙ୍ଗାଲୁରୁଠାରେ ଯଥାକ୍ରମେ ଜାନୁୟାରୀ ୧୭ ଓ ୧୯ରେ ପରବର୍ତ୍ତୀ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ସିଡ୍‌ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କେରୀ, ପାଟ୍‌ କୁମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ୍‌ ହାଜେଲଉଡ୍‌, ମାର୍ନସ ଲାବୁସାନେ, କେନ୍‌ ରିଚାର୍ଡଶନ, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ୍‌ ଓ୍ବାର୍ନର ଓ ଆଡାମ ଜାମ୍ପା।


All Right Reserved By Dharitri.Com

Posted inଖେଳ View All

ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ : ଟପ୍‌ ସିଡ୍‌ ଜାସନଙ୍କୁ ହରାଇ ପ୍ରିୟାଂଶୁ ଚାମ୍ପିୟନ

ଇସା ଟାଉନ(ବାହାରିନ), ୧୫।୧୦(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଭା ପ୍ରିୟାଂଶୁ ରାଜାଓ୍ବତ କ୍ୟାରିୟରରେ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସୋମବାର ଶେଷ ହୋଇଥିବା ବାହାରିନ ଅନ୍ତର୍ଜାତୀୟ...

କ୍ରିକେଟ୍‌ ପରାମର୍ଶଦାତା କମିଟିରୁ କପିଳଙ୍କ ଇସ୍ତଫା

ନୂଆଦିଲ୍ଲୀ, ୩।୧୦ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ବୁଧବାର କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି)ରୁ ଇସ୍ତଫା ଦେଇଛନ୍ତି।...

ବିବିସି ପୁରସ୍କାର ଦୌଡ଼ରେ ଦୂତୀ

ନୂଆଦିଲ୍ଲୀ, ୪।୨- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ବିବିସିର ସର୍ବପ୍ରଥମ ଭାରତୀୟ ‘ସ୍ପୋଟର୍‌ସ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ...

ଲାଞ୍ଚ ନେବା କଥା ସ୍ବୀକାର କଲେ ଜାମ୍‌ସେଦ

ଲଣ୍ଡନ,୧୧।୧୨(ଏଏଫ୍‌ପି)- ପାକିସ୍ତାନ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ନାସିର ଜାମସେଦ ଫିକ୍ସିଂ କରିବା ପାଇଁ ଷଡଯନ୍ତ୍ରରେ ସାମିଲ ହୋଇଥିବା ସ୍ବିକାର କରିଛନ୍ତି। ସେ ଏଥିପାଇଁ ଲାଞ୍ଚ ମଧ୍ୟ...

ରାୟୁଡୁଙ୍କ ଅବସର: ଚୟନକର୍ତ୍ତାଙ୍କୁ ଗମ୍ଭୀରଙ୍କ ସମାଲୋଚନା

ବର୍ମିଂହାମ,୩।୭(ପିଟି)- ଅମ୍ବାତି ରାୟୁଡୁଙ୍କ ଅବସର ପରେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ବୁଧବାର ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ସମାଲୋଚନା କରିଛନ୍ତି। କମିଟିର...

ନିଃସର୍ତ୍ତ କ୍ଷମା ମାଗିଲେ କାର୍ତ୍ତିକ

ନୂଆଦିଲ୍ଳୀ,୮।୯(ପି.ଟି.)- ଭାରତୀୟ ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। କିଛି ଦିନ...

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ...

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦ ସିଙ୍ଗଲ୍ସ, ଡବଲ୍ସ କ୍ୱାର୍ଟରରେ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ର ହୁଆମାର୍କ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟର...

Leave a comment

Your email address will not be published. Required fields are marked *