ଷ୍ଟ୍ରେଚ୍‌ମାର୍କରୁ ମୁକ୍ତି

ଶିଶୁ ଜନ୍ମ ପରେ ଅଧିକାଂଶ ମା’ଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ହୋଇଯାଏ, ଯାହା ସୌନ୍ଦର୍ଯ୍ୟ ନଷ୍ଟ କରିଦିଏ ବୋଲି ଅନେକେ ବ୍ୟସ୍ତ ହୋଇଥାନ୍ତି। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ସହଜ ଉପାୟ ଆପଣାଇଲେ ଧୀରେ ଧୀରେ ଷ୍ଟ୍ରେଚ୍‌ମାର୍କ ଦୂରେଇ ପାରିବେ..

ଅଏଲ୍‌ ମସାଜ୍‌: ପେଟ ଏବଂ ଅନ୍ୟ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଅଏଲ୍‌ ମସାଜ୍‌ କରିବା ଦ୍ୱାରା ତାହା ନରମ ହେବା ସହ ଧୀରେ ଧୀରେ ମାର୍କ ଦୂର ହେବାରେ ସାହାଯ୍ୟ କରିଥାଏ। ତେବେ ଏହାକୁ ଲଗାଇବାର ସବୁଠୁ ଭଲ ଉପାୟ ହେଉଛି ଉଷୁମ ପାଣିରେ ଗାଧୋଇବା ପରେ ଧୀରେ ଧୀରେ ପ୍ରାୟ ୨ ମିନିଟ୍‌ ପର୍ଯ୍ୟନ୍ତ ମାର୍କ ହୋଇଥିବା ସ୍ଥାନରେ ତେଲ ଘଷନ୍ତୁ। ଏଥିପାଇଁ ବାୟୋ ଅଏଲ୍‌ କିମ୍ବା ନଡ଼ିଆ ତେଲ ସବୁଠୁ ଭଲ।
କ୍ରିମ୍‌: ଷ୍ଟ୍ରେଚ୍‌ମାର୍କ ଦୂର କରିବା ଲାଗି ବର୍ତ୍ତମାନ ବିଭିନ୍ନ ପ୍ରକାର କ୍ରିମ୍‌ ମାର୍କେଟ୍‌ରେ ଉପଲବ୍ଧ। ଡାକ୍ତରଙ୍କ ପରାମର୍ଶକ୍ରମେ କୌଣସି ଏକ ଭଲ ସ୍ପେଶିଆଲାଇଜ୍‌ଡ କ୍ରିମ୍‌, ଷ୍ଟ୍ରେଚ୍‌ମାର୍କ ରିକଭରି ସିରମ୍‌, ବଡି ଫର୍ମିଙ୍ଗ୍‌ ଜେଲ୍‌ ଆଦି ସକାଳେ ଏବଂ ସଂଧ୍ୟାରେ ଲଗାନ୍ତୁ ଉପକୃତ ହେବେ।
ପାଣି: ଷ୍ଟ୍ରେଚ୍‌ମାର୍କ କମିବା ଲାଗି କେବଳ ତେଲ, କ୍ରିମ୍‌ ଆଦି ମସାଜ୍‌ ଯଥେଷ୍ଟ ନୁହେଁ। ଏଥିପାଇଁ ଶରୀରର ଜଳୀୟାଂଶ ଠିକ୍‌ ରହିବା ଦରକାର। ତେଣୁ ଦିନକୁ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ।
ଏକ୍ସରସାଇଜ୍‌: ଏହା ଶରୀରକୁ ଫିଟ୍‌ ରଖିବା ସହ ଶୀଘ୍ର ସ୍କିନ୍‌ ରିପେୟାର କରିବାରେ ସାହାଯ୍ୟ କରିଥାଏ, ଯାହା ଗର୍ଭଧାରଣ ଯୋଗୁ ଫୁଲିଯାଇଥିବା ଏବଂ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନକୁ ଧୀରେ ଧୀରେ ରିପେୟାର କରି ପୂର୍ବଭଳି ସୁନ୍ଦର କରିଥାଏ।
ଘିକୁଆଁରୀ: ଚାମଚରେ ଘିକୁଆଁରୀ ଭିତରୁ ଜେଲ୍‌ ବାହାର କରିଦିଅନ୍ତୁ। ଏହାକୁ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନ ଉପରେ ଧୀରେ ଧୀରେ ଘଷନ୍ତୁ। ୧୫ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।
ଲେମ୍ବୁ: ଲେମ୍ବୁରସକୁ ଏକ କଟନ ସାହାଯ୍ୟରେ ନେଇ ଷ୍ଟ୍ରେଚ୍‌ମାର୍କ ଥିବା ସ୍ଥାନରେ ଲଗାଇ ଦଶ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ନଖଉଷୁମ ପାଣିରେ ଗାଧୋଇ ପଡ଼ନ୍ତୁ। ଲେମ୍ବୁରେ ଥିବା ପ୍ରାକୃତିକ ଏସିଡ୍‌ ମାର୍କ ଦୂର କରିବାରେ ସାହାଯ୍ୟ କରିବ।


All Right Reserved By Dharitri.Com

ଦୃଷ୍ଟିଶକ୍ତିକୁ ଦୃଢ଼ କରେ ଚକୋଲେଟ୍‌

ଚକୋଲେଟ୍‌ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ଦୃଢ଼ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚକୋଲେଟ୍‌ର ସ୍ବାସ୍ଥ୍ୟୋପକାରୀ ଗୁଣ ବିଷୟରେ ତର୍ଜମା...

ଆଖିରେ ଆଲୁଅ ହୋଇଥିଲେ…

ଅତ୍ୟଧିକ ଗରମ ବା ପେଟ ଗରମ ହେଲେ ଆଖିପତାରେ ଆଲୁଅ ଉଠିଥାଏ। ଏହା ଖୁବ୍‌ ଯନ୍ତ୍ରଣାଦାୟକ। ଘରୋଇ ଉପଚାର ମାଧ୍ୟମରେ କିପରି ଏହାକୁ ଠିକ୍‌ କରାଯାଇ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଲାଉ ଜୁସ୍‌

ଲାଉରେ ୯୦ ପ୍ରତିଶତ ପାଣି ଏବଂ ୧୦ ପ୍ରତିଶତ ଫାଇବର ଥାଏ। ଏଥିରେ କାର୍ବୋହାଇଡ୍ରେଡ୍‌ ମାତ୍ରା ଆଦୌ ନ ଥାଏ। ଡାଇବେଟିସ୍‌ ରୋଗୀ ଯେହେତୁ ନିଜର...

ଲେମନ ଗାର୍ଲିକ ଫିଶ୍‌

ସୁଲଭ ଦରରେ ସୁସ୍ବାଦୁ ଖାଦ୍ୟ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍‌ ପରିଚିତ। ତେଣୁ ରାଜ୍ୟ ତଥା ବାହାରୁ ଗଞ୍ଜାମ ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ସହରର...

ଶ୍ୱାସରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଅରଖ ଫୁଲ

ଭଗବାନ ଶିବଙ୍କୁ ଅର୍ପଣ କରାଯାଉଥିବା ଅରଖ ଫୁଲର ବେଶ୍‌ ଉପକାରୀ ଗୁଣ ରହିଛି। ବିଭିନ୍ନ ରୋଗ ପାଇଁ ଏହି ଫୁଲ  ମହୌଷଧୀ ଭାବେ କାର୍ଯ୍ୟ କରେ।...

ସକାଳେ ଖାଆନ୍ତୁ ବାସି ରୁଟି

ବାସି ରୁଟିକୁ ଅନେକେ ଅଦରକାରୀ ଭାବି ଫୋପାଡି ଦେଇଥାଆନ୍ତି। ହେଲେ ଏଥିରେ ଥିବା ପୋଷକତତ୍ତ୍ୱ ଓ ପ୍ରୋଟିନ୍‌ ଆମ ଶରୀର ପାଇଁ ବେଶ ଲାଭଦାୟକ। ବିଭିନ୍ନ...

ଦୀପାବଳି : ଘରର ସୁଖ ସମୃଦ୍ଧି ଲାଗି ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଦିନରେ ମହାକାଳୀଙ୍କ ପୂଜା...

ଏହି ଯୋଗାସନ ଦୂର କରେ ଅନେକ ରୋଗ

ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ।...

Leave a comment

Your email address will not be published. Required fields are marked *