Posted inଜାତୀୟ

ଜାମିଆ ହିଂସା ମାମଲା: ୧୦ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଲେ ନାହାନ୍ତି ଛାତ୍ର

ନୂଆଦିଲ୍ଲୀ,୧୭।୧୨: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ହିଂସା ପରିସ୍ଥିତି ଏପର୍ଯ୍ୟନ୍ତ ଥମି ନାହିଁ। ଏହା ଦେଶର ଅନ୍ୟ ଭାଗକୁ ବ୍ୟାପିଥିବା ଲକ୍ଷ୍ୟ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ଜଣେ ହେଲେ ଛାତ୍ର ନ ଥିବା ଜଣାପଡିଛି। ଏମାନେ ସମସ୍ତେ ଆପରାଧିକ ମାମଲାରେ ଜଡିତ ଥିବା ପୋଲିସ କହିଛି। ତେବେ ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଦିଲ୍ଲୀର ବିଭିନ୍ନ ଭିଆଇପି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ କରିବା ପରେ ଏହାକୁ ବିରୋଧ କରି ଜାମିଆ ମିଲିଆ ଇସଲାମିଆ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ଏହା ହିଂସାର ରୂପ ନେଇଥିଲା।


All Right Reserved By Dharitri.Com

ଡେଲିଭରି ବୟ ‘ସୋନୁ’ ପାଲଟିଲେ ଇଣ୍ଟରନେଟ୍‌ ସେନ୍‌ସେଶନ

ନୂଆଦିଲ୍ଲୀ,୨୯।୨: ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋର ଜଣେ ରାଇଡର ସୋନୁ ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟି ଯାଇଛନ୍ତି। ତାଙ୍କର କିଛି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ...

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ...

ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଲେ ରବିଶଙ୍କର

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୁରଲିଧରଙ୍କ ରାତି ଅଧିଆ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଜନସଭାରେ ମିଳୁଛି ୫ ଟଙ୍କାରେ ଚା’!

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ଇତିମଧ୍ୟରେ ଜନସଭାରେ...

ମୋଦିଙ୍କୁ ସଲାମ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୪।୨: ଚାଇନାରେ ଫଶିଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ...

କଂଗ୍ରେସ ପ୍ରତିଷ୍ଠା ଦିବସରେ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱିତୀୟ ବିମୁଦ୍ରୀକରଣ

ନୂଆଦିଲ୍ଲୀ/ ଗୁଆହାଟୀ,୨୯ା୧୨(ପି.ଟି.): କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜାତୀୟ ଜନସଂଖ୍ୟା...

୪୦ ମିନିଟ୍‌ ବନ୍ଦ ହେବା ପରେ କାର୍ଯ୍ୟକ୍ଷମ ହେଲା ୩ସପ୍ତାହ ଶିଶୁର ହାର୍ଟ

ନୁଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି। ୩ ସପ୍ତାହର ଝିଅ ଇନାୟା ହୃଦ୍‌ରୋଗରେ ପୀଡ଼ିତ ଥିବା ବେଳେ ଅସ୍ତ୍ରୋପଚାରରେ ଏହା ଭଲ...

ମାଲେଗାଓଁ ବିସ୍ଫୋରଣ ମାମଲା: ଅଗଷ୍ଟ ୨କୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ,୨୨।୭: ମାଲେଗାଓଁରେ ୨୦୦୮ ରେ ହୋଇଥିବା ବିସ୍ଫୋରଣ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଅଗଷ୍ଟ ୨କୁ ଘୁଞ୍ଚାଇ ଦିଆଯାଇଛି। ସୋମବାର ବମ୍ବେ ହାଇକୋର୍ଟ ଏହି ଶୁଣାଣିକୁ...

Leave a comment

Your email address will not be published. Required fields are marked *