ସ୍ତ୍ରୀ ମୃତଦେହକୁ ଟ୍ରଲିରେ ବୋହିନେଲେ ସ୍ବାମୀ

ଉଦଳା,୧୭ା୧୨(ଡି.ଏନ୍‌.ଏ.)- ସ୍ତ୍ରୀଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଟ୍ରଲିରେ ରଖି ବୋହି ନେବା ଭଳି ଏକ ଘଟଣା ପଦାକୁ ଆସିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ଟ୍ରଲିରେ ନିଆଯାଉଥିବା ଖବରପାଇ ମୟୂରଭଞ୍ଜ ଜିଲା ଉଦଳା ଥାନା ପୋଲିସ ଏଠାରୁ ୮ କି.ମି ଦୂର ନାବରା ଜଙ୍ଗଲ ପାର୍ଶ୍ୱସ୍ଥ ରାସ୍ତାରୁ ଏହାକୁ ଜବତ କରି ତଦନ୍ତ କରୁଛି। ରାତି ସମୟ ହୋଇଥିବାରୁ ମହିଳାଙ୍କ ମୃତଦେହକୁ ଉର୍ମଳ ଗ୍ରାମର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରଖାଯାଇଥିଲା । ପରେ ପୋଲିସ ଏକ ଅଟୋ ଯୋଗେ ମୃତଦେହକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଗ୍ରାମକୁ ପଠାଇଛି।
ମୃତା ମହିଳାଙ୍କ ସ୍ବାମୀ କପ୍ତିପଦା ଥାନା ସାନଜୁନୁପାଳ ଗ୍ରାମର ଖେଲା ସୋରେନ୍‌ ଟ୍ରଲିରେ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ବୋହିନେବା ଘଟଣା ନେଇ ଦେଇଥିବା ବୟାନ ପୋଲିସ ତଥା ଅଞ୍ଚଳବାସୀଙ୍କୁ ଚକିତ କରିଛି। ସେ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ରାଇମାତ ସୋରେନ୍‌ ଗର୍ଭକଷ୍ଟ ପାଇବାରୁ ତାଙ୍କୁ ନେଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରବିବାର ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ା ଏଭଳି ସ୍ଥିତିରେ ସେ ଅସହାୟ ହୋଇ ଶିଶୁ ପୁତ୍ରକୁ ଡାକ୍ତରଖାନାରେ ଛାଡି ସ୍ବର୍ଗରଥ ଗାଡ଼ିରେ ତାଙ୍କର ଜଣେ ନିକଟସ୍ଥ ସମ୍ପର୍କୀୟଙ୍କ ଘରକୁ ଆଣିଥିଲେ। ସେଠାରେ ସ୍ବର୍ଗରଥ ମୃତଦେହକୁ ଛାଡି ଫେରିଯାଇଥିଲା। ଖେଲା ସୋରେନଙ୍କ ସମ୍ପର୍କୀୟମାନେ ମୃତଦେହ ସତ୍କାର ପାଇଁ ରାଜି ନ ହେବାରୁ ସେ ନିରୂପାୟ ହୋଇ ଏକ ଟ୍ରଲି ମାଗି ଆଣି ନିଜ ଗାଁକୁ ମୃତଦେହକୁ ନେଉଥିଲେ। ହାତରେ ଅର୍ଥ ନ ଥିବାରୁ ସେ କୌଣସି ଗାଡ଼ି ଭଡ଼ାରେ ଆଣିବାକୁ ସମର୍ଥ ହୋଇ ନ ଥିଲେ। ଉର୍ମଳ ଗ୍ରାମର ସମ୍ପର୍କୀୟମାନେ ଶବଦାହ କରିବାକୁ ମନା କରିବା କାରଣ ସ୍ପଷ୍ଟ ହୋଇ ନାହିଁ। ସରକାର ମୃତଦେହକୁ ଅସମ୍ମାନିତ ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଖେଲା ସୋରେନ ସ୍ତ୍ରୀଙ୍କ ମୃତଦେହକୁ ଟ୍ରଲିରେ ବୋହି ନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।


All Right Reserved By Dharitri.Com

ରାଜ୍ୟ ସଭା: ଏମ୍‌ପି ଭାବେ ଅମର, ସସ୍ମିତଙ୍କ ଶପଥଗ୍ରହଣ

ଭୁବନେଶ୍ୱର,୫।୭(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟ ସଭା ନିର୍ବାଚନରେ ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ...

୨୩ ଜିଲାରେ ଡେଙ୍ଗୁ

କଟକ ଅଫିସ, ୨୭ା୧୦: ରାଜ୍ୟର କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲାକୁ ବାଦ୍‌ ଦେଲେ ବାକି ୨୩ଟି ଜିଲାରୁ ଏସ୍‌ସିବି...

ରାଜଧାନୀ ଏକ୍ସପ୍ରେସର ସମୟ ପରିବର୍ତ୍ତନ

ଭୁବନେଶ୍ୱର, ୭।୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେଉଛି। ପୂର୍ବ ଭାରତରେ ବି ଏହାର ପ୍ରଭାବ ପଡ଼ିଛି। ଏଥିପାଇଁ ସୋମବାର...

ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ଏନ୍‌ଆର୍‌ସିକୁ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି...

ଜମି ଅଧିଗ୍ରହଣରେ ଅଟକିଛି ଅଧିକାଂଶ ରେଳ ପ୍ରକଳ୍ପ

ଭୁବନେଶ୍ୱର,୬ା୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାରେ ଚାଲୁଥିବା ନୂଆ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧିମେଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କ୍ଷେତ୍ରରେ ଉପୁଜିଥିବା...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଥମୁନି ଅଣଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର ଅଫିସ,୨୧ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ା କିଛିଦିନ ତଳେ ଦୁଇ ଛାତ୍ର ନବାଗତ ଛାତ୍ରଙ୍କ ହଷ୍ଟେଲକୁ...

ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ: ତାରାପ୍ରସାଦ ବାହିନୀପତି

ଗୁଣପୁର, ୩୦।୧୨(ଡି.ଏନ.ଏ)- ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିଲା l ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ସୋମବାର ଆୟୋଜିତ ଖବରଦାତା...

ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୯ ଶହ ବାସଗୃହ

ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ୩ଥର ସୃଷ୍ଟି ପରିସ୍ଥିତି ହୋଇଥିଲା। ଏବେ ବନ୍ୟା ଛାଡ଼ିଯାଇଛି ସତ ଲୋକଙ୍କ ଦୁର୍ଦ୍ଧଶା କମିନି। ଜିଲା...

Leave a comment

Your email address will not be published. Required fields are marked *