ନାବାଳିକା ବଳାତ୍କାର ମାମଲା : ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୧୨-ଏକ ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ସ୍ପେଶାଲ ଟ୍ରାକ୍‌ କୋର୍ଟ କମ୍‌ ଆସିଷ୍ଟାଣ୍ଟ ସେସନ ଜଜ୍‌ ଆରାଧନା ଷଡ଼ଙ୍ଗୀ ଦୋଷୀଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୫ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଆଉ ୬ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
୨୦୧୨ ଜୁଲାଇ ୧୮ ତାରିଖରେ ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ବାପାଙ୍କ ସାଙ୍ଗ ରାମଚନ୍ଦ୍ରଙ୍କ ଘରକୁ ମାଛଧରା ଜାଲ ଆଣିବା ପାଇଁ ଯାଇଥିଲେ। ସେହିପରି ସମୟରେ ଘରେ କେହି ନ ଥିବାର ସୁଯୋଗ ନେଇ ରାମଚନ୍ଦ୍ର ଉକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏ ବିଷୟରେ ନାବାଳିକା ଜଣକ ଘରେ ଆସି ଜଣାଇଥିଲେ। ତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯିବା ପରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦିଆଯାଇଛି। ସରକାରଙ୍କ ତରଫରୁ ଆଇନଜୀବୀ ଉପତ୍ଳ ମହାନ୍ତି ମାମଲାକୁ ପରିଚାଳନା କରୁଥିଲେ।


All Right Reserved By Dharitri.Com

ଘରୋଇ ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ, ପାଠପଢ଼ା ବ୍ୟାହତ

ଚିଲିକା,୨୧ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷର ଚାରିମାସ ବିତି ଯାଇଥିଲେ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକ ମିିଳିପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପିଲାମାନେ...

ଭୁବନେଶ୍ୱରରେ ପହଞ୍ଚିଲା ମେଡିକାଲ ସାମଗ୍ରୀ

ଭୁବନେଶ୍ୱର,୮।୪(ବ୍ୟୁରୋ): କରୋନା ବିଶ୍ୱ ମହାମାରୀ ରୂପ ନେଇସାରିଲାଣି। ରାଜ୍ୟ, ଦେଶ ତଥା ସମଗ୍ର ମାନବ ସମାଜ ଏହାର ମୁକାବିଲା କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛି।...

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା...

ବରଗଡ଼ରୁ ୨ ଲକ୍ଷ ଟଙ୍କାର ଜାଲନୋଟ ଜବତ କଲା ଏସ୍‌ଟିଏଫ୍‌, ୩ ଗିରଫ

ବରଗଡ଼ ଅଫିସ,୬।୩- କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶୁକ୍ରବାର ଏକ ଜାଲନୋଟ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ,...

କଟକ ପୋଲିସକୁ ଘାରିଲା କରୋନା ଭୟ

କଟକ ଅଫିସ୍‌,୨୧।୫: ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସର ଅଧିକାରୀ ଓ କର୍ମଚାରୀଙ୍କ ଭିତରେ...

ଲକ୍‌ଡାଉନ୍‌: ପୂର୍ବାହ୍ନ ୧୧ଟା ପରେ କେବଳ ଔଷଧ ଦୋକାନ ଖୋଲିବ

ଏରସମା, ୫ ।୪ (ସ୍ୱ.ପ୍ର.)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ଘର ଆଖପାଖ ଅଞ୍ଚଳକୁ ସଟ୍‌ଡାଉନ୍ କରି...

ଟ୍ରାଫିକ ଜାମ୍‌ରେ ଫସିଲେ: ସ୍କୁଲ ଯାଇ ନ ପାରି ଫାଣ୍ଡିରେ ବସିଲେ ଛାତ୍ରୀଛାତ୍ର

ଯୋଡ଼ା, ୩।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା, ଯୋଡ଼ା, ଭଦ୍ରାସାହି, ବଡ଼ବିଲ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।...

CORONAVIRUS UPDATE: ରାଜ୍ୟରେ ଆଉ ୨୩ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳେ ଆଉ ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ...

Leave a comment

Your email address will not be published. Required fields are marked *