ନକଲି ଅଟା କାରଖାନା ଉପରେ ଚଢ଼ାଉ: ମେଶିନ ଜବତ, ଅଭିଯୁକ୍ତ ଅଟକ

ଯାଜପୁର ଅଫିସ,୧୭ା୧୨- ଯାଜପୁର ଟାଉନ ପୋଲିସ ପକ୍ଷରୁ ସୋମବାର ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ଅଟା ଜବତ କରାଯାଇଛି। ଏ ନେଇ ନକଲି ଅଟା କାରଖାନା ମାଲିକ କେଶବଚନ୍ଦ୍ର ପାଣିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଯାଜପୁର ଟାଉନ ଥାନାରେ ୪୨୦,୪୮୩ ଆଇପିସି(କେସ ନମ୍ବର ୩୯୭) ଏବଂ ୬୩ କପିରାଇଟ ଆକ୍ଟ-୧୯୫୭ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ପରିବାର ଅଟା କମ୍ପାନୀର ଡିଟେକ୍ଟିଭ ସ୍କ୍ବାଡ ଓ ଯାଜପୁର ଥାନା ପୋଲିସ ଦେବୀଦ୍ୱାର ଗ୍ରାମର କେଶବ ଚନ୍ଦ୍ର ପାଣିଙ୍କ ଅଟାକଳ ଉପରେ ଚଢାଉ କରିଥିଲେ। ଚଢାଉରେ ପରିବାର କମ୍ପାନୀ ସମେତ ଆଶୀର୍ବାଦ ଅଟାର ପ୍ୟାକେଟ ମଧ୍ୟ ଠାବ କରାଯାଇଥିଲା। ପୋଲିସ ଖୋର୍ଦ୍ଧାର ଜାଆଁଳାଠାରେ ଥିବା ଉକ୍ତ ଅଟା କମ୍ପାନୀର ୨୭୦ଟି ବିଭିନ୍ନ ସାଇଜର ଅଟା ପ୍ୟାକେଟ ଜବତ କରିଥିବାବେଳେ ଆଶୀର୍ବାଦ ଅଟା କମ୍ପାନୀର ୨୮୦ ପ୍ୟାକେଟ ୧ କିଲୋ ବିଶିଷ୍ଟ ନକଲି ଅଟା ଓ ୬୫ ପ୍ୟାକେଟ ୫ କିଲୋ ବିଶିଷ୍ଟ ଅଟାକୁ ମଧ୍ୟ ଜବତ କରିଥିଲା। ଏଥିସହିତ ଅଟା ପ୍ରସ୍ତୁତ ହେଉଥିବା ମେଶିନକୁ ପୋଲିସ ଜବତ କରିବା ସହିତ ଅଟାକଳ ମାଲିକ କେଶବଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଚଢାଉରେ ଯାଜପୁର ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ସମେତ କଳ୍ପତରୁ ସାହୁ, ଅଟା କମ୍ପାନୀ ସ୍କ୍ବାଡର ସଭ୍ୟ ଶଙ୍କର କୁମାର ଦାସ ଓ ରାଜେଶ ଭାରତୀ ସାମିଲ ଥିଲେ।


All Right Reserved By Dharitri.Com

ପ୍ରତାପ ଭୂତିଆ ହତ୍ୟା ମାମଲା: ୪୮ ଘଣ୍ଟା ପରେ ପୋଲିସ ହାତ ଖାଲି

ଢେଙ୍କାନାଳ ଅଫିସ, ୨୩।୮: ଇନ୍ଦିରା ଆବାସ କାର୍ଯ୍ୟାଦେଶ ପ୍ରଦାନରେ ଚଞ୍ଚକତା ଏବଂ ଏହାର ପ୍ରତିବାଦ କରିବାରୁ ଢେଙ୍କାନାଳ ଜିଲା ଗଁଦିଆ ଥାନା ଭୂତିଆ ସାହିର ପ୍ରତାପ...

ବାର୍‌ହା ଶିକାରୀ ଗିରଫ: ମାଂସ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ

ଛେଣ୍ଡିପଦା,୨।୧୨(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଜାମୁଣ୍ଡା ବିଟ ବଅଁରଡିହ ଅଞ୍ଚଳରୁ ରବିବାର ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଇ

ସମ୍ବଲପୁର, ୨୮।୯(ବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଶନିବାର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ...

ବେଆଇନ ମଦ ବିକ୍ରି ନେଇ ତାତିଲେ ମହିଳା:ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

ଜଳେଶ୍ୱର, ୧୨ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ପଞ୍ଚାୟତରେ ବେଆଇନ ମଦ କାରବାର ନେଇ ମହିଳା ତାତି ଉଠିଛନ୍ତି। ଏହାକୁ ରୋକିବାକୁ...

ବଲାଙ୍ଗୀରରେ ସଙ୍ଗୀତା ସିଂହ ଦେଓ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ପ୍ରଥମ ରାଉଣ୍ଡରେ ଭାଜପାର ସଙ୍ଗୀତା ସିଂହ ଦେଓ ୨୫୬୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର କଳିକେଶ ନାରାୟଣ ସିଂହ ଦେଓ ୧୧୧୨ଭୋଟ ପାଇଛନ୍ତି।...

ବିଦେଶ ଫେରନ୍ତା ବ୍ୟକ୍ତି କରିନାହାନ୍ତି ନାମ ପଞ୍ଜିକରଣ: କେନ୍ଦୁଝରରେ ଭୟ

କେନ୍ଦୁଝର,୨୧।୩(ସ୍ବ.ପ୍ର.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଦୁବାଇରୁ ଫେରିଥିବା...

ଶୋଇଥିବା ବେଳେ ମସାରି ସହ ଶିଶୁପୁତ୍ରକୁ କାମୁଡ଼ି ନେଲା ଶିଆଳ: ଗୁରୁତର ଅବସ୍ଥାରେ ଉଦ୍ଧାର, ଭଦ୍ରକ ମେଡିକାଲରେ ଚାଲିଛି ଚିକିତ୍ସା

ଭଦ୍ରକ ଅଫିସ,୨୯।୬: ଶିଆଳ କାମୁଡ଼ାରେ ଶନିବାର ଜଣେ ଚାରି ମାସର ଶିଶୁପୁତ୍ର ଗୁରୁତର ହୋଇଛି। ସେ ହେଲେ ବାସୁଦେବପୁର ପୌରପାଳିକା ବାଲିନଗର ଗ୍ରାମର ବଳରାମ ଗିରୀଙ୍କ...

ମଦ ବିରୋଧୀ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଖାଇବାକୁ ଗଣ୍ଡେ ପାଇଲୁନି କି ପିନ୍ଧିବାକୁ ଖଣ୍ଡେ ପାଇଲୁନି। ଆମ ପୁରୁଷମାନେ ମଦ ପିଇ ମାତାଲ ହେଲେ। ପୋଲିସକୁ ଜଣାଇଲୁ ହେଲେ ପୋଲିସ କହିଲା...

Leave a comment

Your email address will not be published. Required fields are marked *