୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ

ନୂଆଦିଲ୍ଲୀ,୧୭-୧୨: କେନ୍ଦ୍ର ସରକାର ସୋମବାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ଜିଏସ୍‌ଟି ପରିଷଦ ବୈଠକ ୧୮ରେ ଅନୁଷ୍ଠିତ ହେବାକୁ ଥିବା ପୂବେ ଏହାର ଅବ୍ୟବହିତ ଆଗରୁ ରାଜ୍ୟଗୁଡିକୁ କ୍ଷତିପୂରଣ ଦିଆଯାଇଛି। ଏ ନେଇ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କୁ ଭେଟିବା ସହ କ୍ଷତିପୂରଣ ନ ମିଳିବା ଯୋଗୁ ସେମାନଙ୍କ ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୩୫,୨୯୮ କୋଟି ଟଙ୍କାର ସରକାର ପ୍ରଦାନ କରିଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ସୂଚନା ଦିଆଯାଇଛି। ଟିକସ ସଂଗ୍ରହରେ ପ୍ରଭାବ ଆସିବାକୁ କେନ୍ଦ୍ର ସରକାର ଜିଏସ୍‌ ଟି କ୍ଷତିପୂରଣ ପ୍ରଦାନରେ ସାମାନ୍ୟ ବିଳମ୍ବ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହାକୁ ନେଇ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ କ୍ଷତିପୂରଣ ଶୀଘ୍ର ମିଳୁ ବୋଲି ଚାହୁଁଥିଲେ।


All Right Reserved By Dharitri.Com

ସାଲୁ ଜିନ୍ଦଲଙ୍କୁ ମହାତ୍ମା ପୁରସ୍କାର

ନୂଆଦିଲ୍ଲୀ,୨-୧୦: ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସହଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ମହାତ୍ମା ଆଓ୍ବାର୍ଡ ଫର ଲିଡରଶିପ ଇନ୍‌ କର୍ପୋରେଟ ସୋସିଆଲ ରେସପନ୍ସବିଲିଟି ସମ୍ମାନରେ ସମ୍ମାନୀତ କରାଯାଇଛି। ଗୁରୁଗ୍ରାମଠାରେ ଅନୁଷ୍ଠିତ...

୧୬ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ,୧୪-୧୧: ଚଳିତ ବର୍ଷର ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୬ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ୪.୬୨%...

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୭୦,୦୦୦ କୋଟି

ନୂଆଦିଲ୍ଲୀ,୬-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୭୦,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବାକୁ ସରକାର ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟାଙ୍କଗୁଡିକୁ ସଶକ୍ତ କରିବା ଦିଗରେ...

ଡିସେମ୍ବରରୁ ୨୪ଘଣ୍ଟା ମିିିଳିବ ଏନ୍‌ଇଏଫ୍‌ଟି ସୁବିଧା

ନୂଆଦିଲ୍ଲୀ,୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଜନସାଧାରଣଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି। ମୁଦ୍ରାନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଡିସେମ୍ବରରୁ...

କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍‌ଓ

ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି।...

ଚାହିଦା ପୂରଣ ଲାଗି ହୋଣ୍ଡା ଟୁ-ହ୍ବିଲର୍ସର ଉଦ୍ୟମ

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ଲାଗି ବର୍ତ୍ତମାନ କଟକଣା ଧୀରେ ଧୀରେ କୋହଳ ହେଉଥିବାରୁ ସରକାର କିଛି କିଛି କ୍ଷେତ୍ରକୁ ଆର୍ଥତ୍କ କାର୍ଯ୍ୟକଳାପ ଲାଗି ଅନୁମତି ଦେଇଛନ୍ତି। ଏହି...

ଦେବାଳିଆ ରିପୋର୍ଟକୁ ଏୟାର ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ,୧୫-୫: ଭାରତର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲ ମିଡିଆରେ ପ୍ରକାଶ ପାଇଥିବା ଦେବାଳିଆ ଖବରକୁ ଖଣ୍ଡନ କରିଛି। ଏହା ଭିତ୍ତିହୀନ ବୋଲି କମ୍ପାନୀ...

୨୦୨୦ ପରେ ଭାରତର ଅଭିବୃଦ୍ଧି ତ୍ୱରାନ୍ବିତ ହେବ: ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୭-୧୧:ଭାରତ ନିକଟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବାର ଅନେକ କ୍ଷମତା ରହିଛି। ୨୦୨୦ ପରେ ଭାରତର ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ ବୋଲି ମାଇକ୍ରୋସଫ୍ଟ ସହ...

Leave a comment

Your email address will not be published. Required fields are marked *