ପରିଚୟ ଦେଇଛି ଖବରକାଗଜ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.) ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରୋଜଗାର ଆଶାରେ ମାତ୍ର ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢ଼ିଥିବା ଛେଣ୍ଡିପଦା ବ୍ଲକ ସାଲୁଇଖମଣ ଗ୍ରାମର ନୀଳମଣି ପଣ୍ଡା ଆଜି ଜଣେ ଜଣାଶୁଣା ମଣିଷ। ପରିଶ୍ରମ ବଳରେ ସେ ସମାଜରେ ନିଜ ପାଇଁ ସମ୍ମାନ ଅର୍ଜନ କରିପାରିଛନ୍ତି। ୧୯୭୨ରେ ରେଙ୍ଗାଳିର ଏକ ହୋଟେଲରୁ କର୍ମମୟ ଜୀବନ ଆରମ୍ଭ କରିଥିବା ନୀଳମଣି କିଛି ବର୍ଷ ପରେ ଛେଣ୍ଡିପଦା ଚାଲିଆସି ସାନଭାଇ ଦେଇଥିବା ଫଟୋ ଦୋକାନରେ କାମ କରିଥିଲେ। ସେଠାରେ ଦୁଇ ବର୍ଷ ରହିବା ପରେ ୧୯୯୫ରେ ନିଜେ କିଛି କରିବାକୁ ଚିନ୍ତା କରି ‘ଧରିତ୍ରୀ’ର ଖବରକାଗଜ ବିକ୍ରିରୁ ନୂତନ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେ ଧୀରେ ଖବରକାଗଜର ବିକ୍ରି ବଢ଼ାଇବା ସହ ନିଜେ ବିଭିନ୍ନ କାଗଜର ଏଜେନ୍ସି ନେଲେ। ୨୦୦୧ରେ ହଠାତ ତାଙ୍କ କ୍ୟାବିନ ପୋଡ଼ିଯିବାରୁ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ। ହେଲେ ତାଙ୍କ ଆମାୟିକ ବ୍ୟବହାର ଓ ସୁସମ୍ପର୍କ ଯୋଗୁ ବହୁ ଲୋକଙ୍କଠାରୁ ସେ ସହଯୋଗ ପାଇ ନୂତନ କ୍ୟାବିନ ବସାଇଥିଲେ। ସକାଳୁ କେତେ ଖବରକାଗଜ କେଉଁ ଅଞ୍ଚଳକୁ ଯିବ ତାହା ପଠାଇବା ଠାରୁ ଠିକ୍‌ ଭାବେ ଦେୟ ଆଦାୟ କରି ଡିପୋଜିଟ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ସେ ଦୀର୍ଘ ୨୪ ବର୍ଷ ହେବ ସୂଚାରୁ ରୂପେ କରିଆସୁଛନ୍ତି। ଏହି ଦୀର୍ଘ ବର୍ଷ ମଧ୍ୟରେ ସେ ନିଜ ପରିଶ୍ରମ ବଳରେ ନିଜ ପାଇଁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛନ୍ତି। କ୍ୟାନସରରେ ପ୍ରଥମ ସ୍ତ୍ରୀଙ୍କ ପରଲୋକ ପରେ ସେ ଦୁଇ ଝିଅ, ପୁଅଙ୍କ ମୁହଁକୁ ଚାହିଁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବୟସ ବଢ଼ିଯାଇଥିଲେ ବି ସେ ନିଜ କର୍ମମୟ ଜୀବନରେ କେବେ ଅବହେଳା କରିନାହାନ୍ତି। ସକାଳୁ ଠିକଣା ସମୟରେ ଲୋକଙ୍କ ନିକଟରେ କିପରି ଖବରକାଗଜ ପହଞ୍ଚିବ, ଅଧିକରୁ ଅଧିକ ଗ୍ରାହକଙ୍କ ସହ ସେ କିପରି ଯୋଡ଼ି ହୋଇପାରିବେ ତାହା ଉପରେ ଧ୍ୟାନ ଦେଉଛନ୍ତି। ସେହିପରି ଦୁଇ ଝିଅଙ୍କୁ ଯୁକ୍ତ ୨ ପର୍ଯ୍ୟନ୍ତ ପଢାଇବା ସହିତ ପୁଅକୁ ଏମ୍‌ବିଏ ପଢାଇ ପାରିଛନ୍ତି। ଖବରକାଗଜ ହିଁ ତାଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ଶିଖାଇଛି ବୋଲି ନୀଳମଣି ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି

ବ୍ରହ୍ମପୁର ଅଫିସ,୨୧।୬(ଡି.ଏନ୍‌.ଏ.)- ବୈଦ୍ୟନାଥପୁର ଥାନା ଅନନ୍ତନଗରରେ ଶୁକ୍ରବାର ରାତିରେ ଜଣେ ଠିକାଦାରଙ୍କ ଘରୁ ଚୋରି ହୋଇଛି। ଠିକାଦାର କେ. ଦୀପସାଗର ସନ୍ଧ୍ୟାରେ ସ୍ତ୍ରୀଙ୍କ ସହ ଶାଳକଙ୍କ...

ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଯାପିତ: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ବିକାଶ ନିତାନ୍ତ ଆବଶ୍ୟକ

ବାଲୁଗାଁ,୧୪ା୧୧(ଡି.ଏନ.ଏ.): ନିଳାମ୍ବୁ ଚିିଲିକା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସମ୍ପ୍ରତି ଚିଲିକାର ପୃଷ୍ଠଭୂମି ଅବକ୍ଷୟ ଦିଗକୁ ଗତି କରୁଥବା ବେଳେ...

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କଲେ ବାଚସ୍ପତି

ଭୁବନେଶ୍ୱର,୪।୬(ବ୍ୟୁରୋ): ଓଡ଼ିଶା ଷୋଡ଼ଶ ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଚସ୍ପତି ପାତ୍ର...

ପାଳିରେ ଯୋଗାଯାଉଛି ବିଜୁଳି

ତାଳଚେର,୨ା୩(ନି.ପ୍ର.) ତାଳଚେର ବ୍ଲକ ଚାଇଁପାଳ ଡିଭିଜିନ ଅନ୍ତର୍ଗତ ପାଲଲହଡ଼ା ସବ୍‌ଡିଭିଜନର କଣିହାଁ ବ୍ଲକ ପରାବିଲ ସେକ୍ସନରେ ଥିବା ପାୱାର ଟ୍ରାନ୍ସଫର୍ମର ୨ ଦିନ ହେଲା ପୋଡିଯାଇଛି। ଫଳରେ...

ଧାନକିଣା ବେଳେ କଟନୀଛଟନୀ ବିବାଦ

ବାହାନଗା,୭ା୧(ଡି.ଏନ.ଏ.)-ବିଭିନ୍ନ ମଣ୍ଡିରେ ଧାନକିଣା ବେଳେ କଟନୀଛଟନୀ କରାଯାଉ ଥିବାରୁ ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ବାଲେଶ୍ୱର ଜିଲା ବାହାନଗା ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା...

ରାଶନ କାର୍ଡରେ ମିଳିବ ମାଣ୍ଡିଆ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନାରେ ଏଣିକି ରାଶନ କାର୍ଡଧାରୀଙ୍କୁ ମାଣ୍ଡିଆ ଯୋଗାଇ ଦେବେ। ପ୍ରତି କାର୍ଡ ପିଛା ୧ ଟଙ୍କାରେ ୧...

କୋଇଲା ଅତିରିକ୍ତ ଟିକସ ୫୬୦ କୋଟି ଟଙ୍କା ଦାବିକଲା ଓଡ଼ିଶା

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟ ସରକାର କୋଇଲା ଉପରୁ କେନ୍ଦ୍ର ସରକାର ଆଦାୟ କରିଥିବା ଅତିରିକ୍ତ ଟିକସ(ଲେଭି) ବାବଦ ୫୬୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି।...

ଅର୍ଚ୍ଚିତାଙ୍କୁ ‘ଅମ୍ରିଶ୍‌ ପୁରୀ’ ଆଓ୍ବାର୍ଡ

ଭୁବନେଶ୍ୱର,୨୮-୮(ବ୍ୟୁରୋ)- ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୨୦୧୯ ପାଇଁ ଅମ୍ରିଶ ପୁରୀ ଆଓ୍ବାର୍ଡ ଅଫ୍‌ ଏକ୍ସଲେନ୍ସ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ...

Leave a comment

Your email address will not be published. Required fields are marked *