ଅନୁଗୋଳ ଜିଲାରେ ଖୋଲିଲା ୩ ମଣ୍ଡି

ଅନୁଗୋଳ ଅଫିସ/ତାଳଚେର/ପାଲଲହଡ଼ା/ବଇଣ୍ଡା, ୧୭।୧୨

ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପାଲଲହଡ଼ା ବ୍ଲକ ନିଜିଗଡ଼ରେ ଜିଲାପାଳ ମନୋଜ କୁମାର ମହାନ୍ତି ମଣ୍ଡି ଉଦ୍‌ଘାଟନ କରିଥିବାବେଳେ କଳମଛୁଇଁରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଆଠମଲ୍ଲିକ ପାଇକସାହିରେ ସ୍ଥାନୀୟ ବିଧାୟକ ରମେଶ ସାଏ ଧାନ ମଣ୍ଡି ଉଦ୍‌ଘାଟନ କରିଛନ୍ତି। ତେବେ ଚଳିତ ବର୍ଷ ଜିଲାରେ ମୋଟ ୯୪ଟି ମଣ୍ଡି ଖୋଲିବ ବୋଲି ଜିଲା ଯୋଗାଣ ବିଭାଗ ଅଧିକାରୀ ଉମାଶଙ୍କର ପତି ସୂଚନା ଦେଇଛନ୍ତି। ପ୍ରତି ମଣ୍ଡିରେ ଦୈନିକ ଏକ ହଜାର କୁଇଣ୍ଟାଲ ଧାନ କିଣାହେବାର ବ୍ୟବସ୍ଥା ରହିଥିବାବେଳେ ପ୍ରତି ଚାଷୀ ଦୈନିକ ୫୦ କୁଇଣ୍ଟାଲ ଧାନ ବିକିପାରିବେ ବୋଲି ସେ କହିଛନ୍ତି।
ଖୋଲିବାକୁ ଥିବା ୯୪ଟି ମଣ୍ଡି ମଧ୍ୟରୁ ଅନୁଗୋଳ ବ୍ଲକରେ ୧୪ଟି, ବଅଁରପାଳ ବ୍ଲକରେ ୧୩ଟି, ଛେଣ୍ଡିପଦା ବ୍ଲକରେ ୧୯ଟି, ଆଠମଲ୍ଲିକ ବ୍ଲକରେ ୧୫ଟି, ପାଲଲହଡ଼ା ବ୍ଲକରେ ୧୧ଟି, କଣିହଁା ବ୍ଲକରେ ୯, କିଶୋରନଗର ବ୍ଲକରେ ୮, ତାଳଚେର ବ୍ଲକରେ ୫ଟି ମଣ୍ଡି ଖୋଲାଯାଇଛି। ଏହି ମଣ୍ଡି ଗୁଡ଼ିକରେ ଚଳିତ ବର୍ଷ ଧାନ ବିକିବା ପାଇଁ ମୋଟ୍‌ ୨୭ ହଜାର ୫୨୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଧାନ କିଣାକୁ ସ୍ବଚ୍ଛ କରିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ଧାନବିକ୍ରି ସମୟରେ ଚାଷୀଙ୍କ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ଏଥିସହ ପ୍ରତି ପ୍ୟାକ୍ସରେ ପ୍ରଥମ ଥର ପାଇଁ ଆଇରିସ୍‌ ସ୍କାନର ବ୍ୟବହାର ମଧ୍ୟ କରାଯିବ। ଏହି ମେଶିନ ଧାନ ବିକୁଥିବା ବ୍ୟକ୍ତି ପ୍ରକୃତ ଚାଷୀ କି ନୁହେଁ ତାହା ଚିହ୍ନଟ କରିବ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚଳିତବର୍ଷ ଅନ୍‌ଲାଇନରେ ଧାନକିଣା ଆରମ୍ଭ ହୋଇଛି। ଏହି ଧାନବିକ୍ରିର ଟଙ୍କା ଚାଷୀମାନେ ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ବ୍ୟାଙ୍କ ଖାତା ଯୋଗେ ପାଇପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମଣ୍ଡି ଗୁଡ଼ିକରେ ଅନିୟମିତତା ରୋକିବାକୁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାର ୪ଟି ଉପଖଣ୍ଡରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ମିଲରଙ୍କୁ ଧରିବାକୁ ସ୍କ୍ବାଡ୍‌ ଗଢ଼ାଯାଇଥିବାବେଳେ ଗୋଟିଏ ଜିଲା ସ୍ତରୀୟ ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି ବୋଲି ଯୋଗାଣ ଅଧିକାରୀ ପତି ସୂଚନା ଦେଇଛନ୍ତି।
ପାଇକସାହି ଧାନମଣ୍ଡି ଉଦ୍‌ଘାଟନ ବେଳେ ସମିତି ସଭାପତି ଅନୁରୁଦ୍ଧ ସାହୁ ମୁଖ୍ୟଅତିଥି, ଅନ୍ୟତମ ଅତିଥି ଭାବେ ସମ୍ପାଦକ ତ୍ରିଲୋଚନ ନାୟକ, ଅକ୍ଷୟ ନାୟକ, ଜନକ ସେନାପତି, ରବି ନାରାୟଣ ସାହୁ, ସଞ୍ଜୀବ କୁମାର ସାହୁ, ଚନ୍ଦ୍ରଶେଖର ସାହୁ, ପ୍ରଫୁଲ୍ଲ ସାହୁ, କୁନା ପ୍ରଧାନ, ଲକ୍ଷ୍ମୀଧର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଯୋଗଦେଇ ଧାନ ବିକ୍ରି କରିଥିଲେ। ପ୍ରଥମ ଦିନରେ ୬୦ କୁଇଣ୍ଟାଲ ଧାନ କିଣାଯାଇଥିବା ଜଣାପଡିଛି। ସେହିପରି ପାଲଲହଡ଼ା ଉପଖଣ୍ଡ ନିଜିଗଡ ସମବାୟ ସମିତିରେ ପ୍ରଥମ ଦିନରେ ୨୦ ଜଣ ଚାଷୀଙ୍କଠାରୁ ୨ ହଜାର ବସ୍ତା ଧIନ ସଂଗ୍ରହ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପ୍ରଦୀପ କୁମାର ଦାସ, ସହକାରୀ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ନିଜିଗଡ଼ ସମବାୟ ସମିତି ସମ୍ପାଦକ ଡିଲେଶ୍ୱର ପ୍ରଧାନଙ୍କ ସହ ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଦୁଃଖବନ୍ଧୁ ମIଝି ପ୍ରମୁଖ ଉପସ୍ଥିତ ଥିଲେ I ତାଳଚେର ବ୍ଲକ କଳମଛୁଇଁ ସେବା ସମବାୟ ଲିମିଟେଡ୍‌ ପକ୍ଷରୁ ଧାନ ମଣ୍ଡି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ରାଜ୍ୟ ସମବାୟ ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି, ସହଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ନିରୀକ୍ଷକ ସଞ୍ଜୟ ପ୍ରକାଶ ପ୍ରଧାନ, ସରପଞ୍ଚ ଖୁଲଣା ପରିଡା, ପୁଷ୍ପାଞ୍ଜଳି ଜ୍ୟୋତିଷ ପ୍ରମୁଖ ଉପସ୍ଥିତଥିଲେ। ସମବାୟ ସମିତି ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ ବୀରବର ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ୩୪୫ ଜଣ ଚାଷୀ ଧାନ ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ୧୮ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।


All Right Reserved By Dharitri.Com

ସେସୁର ମୋବାଇଲ ଆପ୍‌ ‘ସେସୁ କନେକ୍ଟ’ ଉନ୍ମୋଚିତ: ଘରେ ବସି ଡିଜିଟାଲ ମୋଡରେ ବିଲ ପଇଠ କରି ପାରିବେ ଉପଭୋକ୍ତା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ କେନ୍ଦ୍ର ସରକାର ୩ ପର୍ଯ୍ୟାୟରେ ଲକ୍‌ଡାଉନ ଅବଧି ମେ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତିି। ମାର୍ଚ୍ଚରୁ ମିଟର ରିଡିଂ...

ଓଡ଼ିଶାରେ ଉତ୍କଟ ହେବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ୨୮.୮୭ ଡିଗ୍ରି ସେଲସିଅସ୍‌ ଥିବାବେଳେ ୨୧୦୦ ସୁଦ୍ଧା ଏହା ୩୨.୧୯ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ବୋଲି...

କାର୍‌ରେ କୋଭିଡ-୧୯ ପାସ୍‌ ଲଗାଇ ମଦ ବେପାର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ): ରାଜଧାନୀରେ କଡ଼ା କଟକଣା ସତ୍ତ୍ୱେ ଚାଲିଛି ବେଆଇନ ମଦ ବେପାର। ଦାମୀ କାର୍‌ରେ ଛୋଟ ମଦୁଆଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କୁ ଯୋଗାଯାଉଛି ମଦ।...

ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା

ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା...

ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି...

ହୋଇପାରିଲାନି ସ୍କୁଲ ମରାମତି କାର୍ଯ୍ୟ: ବର୍ଷାରେ ଭିଜି ବାରଣ୍ଡାରେ ପଢିଲେ ଛାତ୍ରୀଛାତ୍ର

ରଣପୁର,୨୨।୬(ସ୍ବ.ପ୍ର.:ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ନୟାଗଡ ଜିଲାର ରଣପୁର ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମେ ୩ତାରିଖରେ ସଂଘଟିତ ହୋଇଥିବା ବାତ୍ୟାକୁ ଏ ମଧ୍ୟରେ...

ବାଗଡିଆ ଫାଣ୍ଡି ସମ୍ମୁଖରେ ଜମୁଛି ପାଣି

ଛେଣ୍ଡିପଦା,୧୦ା୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ପୁରୁଣା ହାଟପଦା ତଥା ବାଗଡିଆ ଫାଣ୍ଡି ସମ୍ମୁଖ ରାସ୍ତା ପାର୍ଶ୍ୱରେ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ଜମି...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର,୧୦।।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଅନୁଯାୟୀ ରାଜ୍ୟରେ କଡାକଡି ଭାବରେ ଟ୍ରାଫିକ ଚେକିଂ ଚାଲିଥିଲା। ଧୀରେଧୀରେ ଲୋକଙ୍କ ଆକ୍ରୋଶକ୍ରମେ ଏହା ପ୍ରଭାବଶୂନ୍ୟ ହେବାକୁ ଲାଗିଲା।...

Leave a comment

Your email address will not be published. Required fields are marked *