ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ନିଲମ୍ବନ ଘଟଣା: ୨୪ ଘଣ୍ଟିଆ କାଲିମେଳା ବନ୍ଦ

କାଲିମେଳା,୧୬।୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର, ତାଙ୍କର ପୁନଃ ନିଯୁକ୍ତି ଦାବିରେ ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ବିଜେଡି,ଭାଜପା ଓ କଂଗ୍ରେସର ଲୋକ ପ୍ରତିନିଧିଙ୍କ ସହ କାଲିମେଳା ଓ ପଡିଆ ବ୍ଲକରୁ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏଥିରେ ସାମିଲ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବନ୍ଦ ପାଳନ ଯୋଗୁ କାଲିମେଳା ବଜାରର ସମସ୍ତ ଦୋକାନ ବନ୍ଦ ରହିଥିଲା। ତେବେ ଗାଡି ମୋଟର ଚଳାଚଳ ସ୍ବାଭାବିକ ଥିଲା। ସ୍କୁଲ କଲେଜ ଖୋଲା ରହିଥିଲା। ଧାରଣାରେ ବ୍ଲକ ଅଧ୍ୟକ୍ଷ ମାଲା ମାଢି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚୈତନ୍ୟ ଚୌଧୁରୀ, ଜିଲା ପରିଷଦ ସଭ୍ୟ ଉତ୍ତମ ରାୟ, ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୁଖାର୍ଜୀ, ଭାଜପା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ, ଯୁବ ସଭାପତି ଅବଧୁତ ପ୍ରସାଦ ଦୁର୍ଗା, ବିଜେଡି ନେତା କାର୍ତ୍ତିକ ଦେବନାଥ, ବିକାଶ ମଲ୍ଲିକଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ସାମିଲ ଥିଲେ। ସେମାନେ ସରକାରଙ୍କ ଏଭଳି ବଦଳିକୁ ବିରୋଧ କରିବା ସହ ନିନ୍ଦା କରିଥିଲେ। ପରେ ଲୋକ ପ୍ରତିନିଧିମାନେ ବ୍ଲକ ସଭାଗୃହରେ ଥିବା ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଜିଲାପାଳ ମନୀଷ ଅଗ୍ରୱାଲ ଦାବିପତ୍ର ଗ୍ରହଣ କରି କହିଥିଲେ ଯେ ଡାକ୍ତର ମଲ୍ଲିକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରାଯାଇ ରିପୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଥିଲା। ସେଠାରୁ ଡାକ୍ତର ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ମୋ ହାତରେ କିଛି ନାହଁି। ବିଡିଓ ଉମା ଶଙ୍କର ଦଳାଇ ଓ ସିଡିଏମଓ ଅଜୟ ବୈଠାରୁ ଧରଣା ସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରି ଡାକ୍ତର ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଏହି ସମୟରେ ଡାକ୍ତର ମଲ୍ଲିକଙ୍କୁ ଏଠାକୁ ଫେରାଇ ଆଣିବାକୁ ଶତାଧିକ ମହିଳାପୁରୁଷ ସିଡିଏମଙ୍କ ନିକଟରେ ଦାବି କରିଥିଲେ। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତରଙ୍କ ବଦଳରେ ୨ ଜଣ ଡାକ୍ତର ଅବିଦ ହୁସେନ ଖାନ ଓ ଡାକ୍ତର ମୁକ୍ତିକାନ୍ତ ମଲ୍ଲିକ ଥିଲେ। ଡାକ୍ତର ମଲ୍ଲିକ ଅଧିକ ସମୟ ଦେଇ ରୋଗୀ ସେବା କରୁଥିଲେ। କେତେକ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଏଠାରୁ ବଦଳି କରାଯାଇଛି। ମାତ୍ର ଏହି ଅଭିଯୋଗକୁ ଜନସାଧାରଣ ଭିତ୍ତିହୀନ ବୋଲି କହିଛନ୍ତି। ତାଙ୍କ ରୋଗୀ ସେବାକୁ ପ୍ରାଧାନ୍ୟ ନ ଦେଇ ତାଙ୍କୁ ଏଠାରୁ ବଦଳି କରାଯିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପୂର୍ବରୁ ଅଞ୍ଚଳବାସୀ ମେଡିକାଲ ସମ୍ମୁଖରେ ୨ ଥର ପ୍ରତିବାଦ ସଭା କରି ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ଏହା ସତ୍ତ୍ୱେ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସୋମବାର ବନ୍ଦ ପାଳନ କରାଯାଇଥିଲା।


All Right Reserved By Dharitri.Com

ଅଧା ପ୍ରସବ ବେଳେ ଲେବର୍‌ ରୁମ୍‌ରୁ ପଳାଇଲେ ଡାକ୍ତର: ନବଜାତ ଶିଶୁପୁତ୍ର ମୃତ୍ୟୁକୁ ନେଇ ପରିବାରଲୋକଙ୍କ ଅଭିଯୋଗ

ରଣପୁର,୧୯।୩(ବ୍ୟୁରୋ): ଅଧା ପ୍ରସବ ବେଳେ ଲେବର ରୁମ୍‌ ଛାଡ଼ି ପଳାଇଲେ ଡାକ୍ତର। ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା...

କେନ୍ଦୁଝରରୁ ଚାଲି ଚାଲି ପଳାଉଛନ୍ତି ଛତିଶଗଡ଼

କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ନଳକୂପ ଖନନ କରି ପେଟପାଟଣା କରି ପରିବାର ପୋଷୁଥିବା ୩୩ଜଣ ଶ୍ରମିକ ଶ୍ରେଣୀର ଲୋକ ମଙ୍ଗଳବାର ଚାଲି ଚାଲି କେନ୍ଦୁଝର ଜିଲା ପାଟଣା ବ୍ଲକ...

ମୃତ ମହିଳା ଜୀବିତ ଘଟଣା: ଜେଲରୁ ମୁକୁଳିଲେ ନିର୍ଦ୍ଦୋଷ ସ୍ବାମୀ, ଶ୍ୱଶୁର

ବାରିପଦା ଅଫିସ,୨୯।୭- ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ ମହିଳାଙ୍କୁ ଜୀବନ୍ତ...

ଜିଲାସ୍ତରୀୟ ପ୍ରଦର୍ଶନୀରେ ୬୭ ପ୍ରକଳ୍ପ

ଖୋର୍ଦ୍ଧା ଅଫିସ,୧୧ା୧: ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଇନ୍‌ସ୍ପାୟାରମାନଙ୍କ ଦ୍ୱାରା ଜିଲାସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା-୨୦୨୦ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୭ଟି ପ୍ରକଳ୍ପ ପ୍ରଦର୍ଶିତ...

ପୁରୀରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୪ ଛୁଇଁଲା

ପୁରୀ ଅଫିସ, ୧୫।୫: ପୁରୀ ଜିଲାରେ ଶୁକ୍ରବାର ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ମୁନିଗୁଡାରେ ଲାଗିଲା ମାଓବାଦୀ ପୋଷ୍ଟର, ବ୍ୟାନର୍‌

ମୁନିଗୁଡା,୧୬।୧୦(ଡି.ଏନ.ଏ.):ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ମାଓବାଦୀ ବ୍ୟାନର...

ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ: ସିସି କ୍ୟାମେରା ଜଗୁଥିଲା କଳାବେପାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)/ ବାଲେଶ୍ୱର ଅଫିସ: ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି।...

ଅଚାନକ ବିଦ୍ୟାଳୟ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଜିଲାପାଳ

ବାସୁଦେବପୁର,୨୦।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସୋମବାର ଜିଲାପାଳ ଜ୍ଞାନରଞ୍ଜନ ଦାସ ପହଞ୍ଚି ପରିଦର୍ଶନ କରିଛନ୍ତି। ଜିଲାପାଳ ଉକ୍ତ ବ୍ଲକକୁ...

Leave a comment

Your email address will not be published. Required fields are marked *