ଆହାର କେନ୍ଦ୍ରରେ ଖାଦ୍ୟ ମାନ ଯାଞ୍ଚ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଗୁରୁବାର ଚାନ୍ଦବାଲି ଗସ୍ତରେ ଯାଇ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ଏହି ସମୟରେ ସେ ଚାନ୍ଦବାଲିରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନରେ ଯାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଲୋକେ କିଭଳି ଖାଉଛନ୍ତି, କେନ୍ଦ୍ରର କର୍ମଚାରୀମାନେ ଖାଦ୍ୟ ପରଷିବା ସମୟରେ କିଭଳି ସଚେତନ ଅଛନ୍ତି ସେ ସମ୍ପର୍କରେ ଯାଞ୍ଚ କରିଥିଲେ। ଅଧିକ ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ଜିଲାପାଳ ଆହାର କେନ୍ଦ୍ରର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ପୀତାମ୍ବର ସାମଲ ଓ ଜିଲା ପ୍ରକଳ୍ପ ଅଧିକାରୀ ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By

କାଶିପାଳ ଗ୍ରାମରେ ଅଘଟଣ: ମଦ କାରବାରକୁ ନେଇ ବଚସା, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ଝୁମ୍ପୁରା,୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିପାଳ ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ମଦ କାରବାରକୁ ନେଇ ବଚସା ହେବାରୁ ସ୍ବାମୀଙ୍କ ମାଡ଼ରେ...

ଧାମରାରୁ ଧରାହେଲେ ୧୦ ବିରଳ ମାଛ: କିଲୋ ପ୍ରତି ୫ରୁ ୬ ହଜାର ଟଙ୍କା

ଚାନ୍ଦବାଲି, ୨୦।୬ (ଡି.ଏନ.ଏ) – ଭଦ୍ରକ ଜିଲା ଧାମରା ମାଛଧରା ବନ୍ଦର ଅଧୀନ ଚନ୍ଦନୀପାଳ ମାଛଧରା କେନ୍ଦ୍ର(ବେସ୍‌)ରେ ଏକପ୍ରକାର ବିରଳ ପ୍ରଜାତିର ୧୦ଟି ମାଛ ଗୁରୁବାର...

ଜିଆର୍‌ଏସ୍‌ଙ୍କୁ ଆକ୍ରମଣ ଘଟଣା: ଦମ୍ପତି ଗିରଫ

ବାସୁଦେବପୁର, ୩୦।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତ କିଆପଡ଼ା ଗ୍ରାମର ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ...

ଡମ୍ପର ଧକ୍କାରେ ବାଇକ ଆରୋହୀ ମୃତ: ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରୂପ୍‌ସା/ବସ୍ତା, ୪।୭(ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଓଡ଼ିଶାଳ ଶିବ ମନ୍ଦିରଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ...

ବାରଣ୍ଡାରେ ମଧ୍ୟାହ୍ନଭୋଜନ ରୋଷେଇ

ବନ୍ତ, ୬।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ଅଧିକାଂଶ ସ୍କୁଲରେ ରୋଷେଇ ଘର ନ ଥିବାବେଳେ ଆଉ କେତେକ ସ୍କୁଲରେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ...

ଦୁଇ ନାବାଳିକାଙ୍କ ସଲିଳ ସମାଧି

ହାଟଡିହୀ,୧୩।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ମଧୁବନ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଦୁଇ ନାବାଳିକାଙ୍କ ପୋଖରୀରେ...

ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ...

ପରିବାର ମଙ୍ଗଳ ଯୋଜନା ଦିଗହରା

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲାରେ ପରିବାର ମଙ୍ଗଳ ଯୋଜନା ଦିଗହରା ହୋଇପଡ଼ିଛି। ମୃତ୍ୟୁର ୪ବର୍ଷ ପରେ ବି ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *