Posted inଖେଳ

ଓସାକା, ଥିମ୍‌, ସେରେନା, ଜୋକୋଭିଚ୍‌ଙ୍କ ବିଜୟ

ପ୍ୟାରିସ, ୩୧ା୫ (ଏଏଫ୍‌ପି)-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଗୁରୁବାର ଟପ୍‌ ସିଡ୍‌ ନାଓମି ଓସାକା ଓ ୨୪ତମ ଗ୍ରାଣ୍ଡସ୍ଲାମ ରେକର୍ଡ ଟାଇଟଲ ସମକକ୍ଷ ଲକ୍ଷ୍ୟରେ ଥିବା ସେରେନା ଓ୍ବିଲିୟମ୍ସ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ତଥା ବିଶ୍ୱର ନମ୍ବର ଓ୍ବାନ ନୋଭାକ ଜୋକୋଭିଜ ଏବଂ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ସେମାନଙ୍କ ମ୍ୟାଚରେ ବିଜୟ ସହ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଓସାକା କ୍ରମାଗତ ଦ୍ୱିତୀୟ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିବାବେଳେ ୨୦୧୮ ପୁରୁଷ ସିଙ୍ଗଲ୍ସ ରନର୍ସଅପ୍‌ ଡୋମିନିକ୍‌ ଥିମ୍‌ ଏକ ୪ସେଟ୍‌ ବିଶିଷ୍ଟ ମ୍ୟାଚ୍‌ ଜିତି ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ୟୁଏସ୍‌ ଓପନ ଏବଂ ଅଷ୍ଟ୍ରେଲିଆନ ଓପନ୍‌ ପରେ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ଲକ୍ଷ୍ୟରେ ରହିଥିବା ବିଶ୍ୱର ନମ୍ବର ଓ୍ବାନ ଓସାକା ପ୍ରଥମ ସେଟ୍‌ରେ ପଛୁଆ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ୪-୬, ୭-୫, ୬-୩ ସେଟ୍‌ରେ ହରାଇ ଦେଇଥିଲେ। ଏହି ଖେଳାଳି ଆନ୍ନା କାରୋଲିନା ସ୍କିମିଡ୍‌ଲୋଭାଙ୍କ ବିପକ୍ଷ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ମଧ୍ୟ ପ୍ରତ୍ୟାବର୍ତ୍ତନ ସହ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ। ଅଷ୍ଟ୍ରିଆର ଥିମ୍‌ ପୁରୁଷ ସିଙ୍ଗଲ୍ସରେ କାଜାଖସ୍ତାନର ଆଲେକ୍‌ଜାଣ୍ଡର ବବ୍‌ଲିକ୍‌ଙ୍କ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି କ୍ରମାଗତ ଚତୁର୍ଥ ବର୍ଷ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ୫ ସେଟ୍‌ ବିଶିଷ୍ଟ ମ୍ୟାଚକୁ ୬-୩, ୬-୭ (୬/୮), ୬-୩, ୭-୫ରେ ଜିତି ନେଇଥିଲେ। ୩୭ ବର୍ଷୀୟ ସେରେନା ତାଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜାପାନିଜ କ୍ୱାଲିଫାୟର କୁରୁମି ନାରାଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ଥର ସମସ୍ତ ଗ୍ରାଣ୍ଡସ୍ଲାମ ଜିତିବାରେ ଦ୍ୱିତୀୟ ଖେଳାଳି ହେବା ଲକ୍ଷ୍ୟରେ ରହିଥିବା ଜୋକୋଭିଚ୍‌ ସୁଇସ୍‌ ଖେଳାଳି ହେନରୀ ଲାକ୍‌ସୋନେନ୍‌ଙ୍କୁ ୬-୧, ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ତାଙ୍କ ପାଇଁ ଗୁରୁବାର ଥିଲା ଭାବପ୍ରବଣ ଦିବସ। ଦର୍ଶକ ଗ୍ୟାଲେରୀରେ ତାଙ୍କ ୪ ବର୍ଷର ପୁଅ ଷ୍ଟିଫାନଙ୍କ ଉପସ୍ଥିତିରେ ସେ ଏହି ମ୍ୟାଚ ଜିତିଥିଲେ।


All Right Reserved By

Posted inଖେଳ

ସନ୍ଦେହରେ ଦନଞ୍ଜୟ, ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନ

ଦୁବାଇ, ୨୦।୮ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଶ୍ରୀଲଙ୍କା ଅଫ୍‌-ସ୍ପିନର ଅକିଲ ଦନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରକୁ ଆସିଛି। ଗାଲେଠାରେ ଘରୋଇ...

ନିରପେକ୍ଷ ଭେନ୍ୟୁ ପାଇଁ ଏଆଇଟିଏ ଅନୁରୋଧର କରିବ

ନୂଆଦିଲ୍ଲୀ,୮।୮(ପି.ଟି.)- ଜମ୍ମୁ- କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଫଳରେ ପାକିସ୍ତାନ...

କୋଣ୍ଟାଙ୍କ ଚମକପ୍ରଦ ବିଜୟ

ରୋମ୍‌, ୧୮ା୫ (ଏଏଫ୍‌ପି)-କିକି ବର୍ଟେନ୍ସଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ସହ ବ୍ରିଟେନ୍‌ର ଜୋହାନା କୋଣ୍ଟା ଇଟାଲିଆନ ଓପନ୍‌ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ...

ମିଡଲଅର୍ଡର ସମସ୍ୟା ସୁଧାରିବା ଲକ୍ଷ୍ୟରେ ଭାରତ

ଲିଡ୍ସ, ୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଭାରତ ବିଜୟଧାରା ବଜାୟ ରଖିବାରେ ସକ୍ଷମ ହୋଇଛି। ତେବେ ଏହା ସତ୍ତ୍ୱେ ଦଳର ମିଡଲଅର୍ଡର ସମସ୍ୟା ତଥା ଦୁର୍ବଳତା...

ଡୋପିଂ ମାମଲା: ‘ଓପନ’ ହିଅରିଂ ଦାବି କଲେ ସନ୍‌

ବେଜିଂ, ୨୧ା୭ (ଏଏଫ୍‌ପି)-ସୁଇମିଂ ସୁପରଷ୍ଟାର ସନ୍‌ ୟାଙ୍ଗ୍‌ ତାଙ୍କ ଡୋପିଂ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ନିବେଦନ କରିଛନ୍ତି। ସନ୍‌ ଏକମାତ୍ର ସନ୍ତରଣକାରୀ ଭାବେ...

ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହେଲେ ଗେଲ୍‌

ଲଣ୍ଡନ,୭।୬- ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ରେଣ୍ଟ ବ୍ରିଜ୍‌ଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହୋଇଛନ୍ତି।...

କୋହଲି ଦଣ୍ଡିତ

ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍‌ ଫି’ର ୨୫...

କ୍ରିକେଟରେ ବାପ-ପୁଅ ଯୋଡି: କିଏ ସଫଳ ଥିଲେ ତ ଆଉ କିଏ ବିଫଳ

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ କ୍ରିକେଟରେ ପସିଦ୍ଧି ଅର୍ଜନ କରିଛନ୍ତି। କେବଳ ସେ ନୁହେଁ ତାଙ୍କ ପୁଅ ମଧ୍ୟ କ୍ରିକେଟରେ ସଫଳତା ଅର୍ଜନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *