Posted inଖେଳ

ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ: ଟିକେଟ ବିକ୍ରି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆଯିବ

ଭୁବନେଶ୍ୱର,୩୧।୫(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଆୟୋଜନ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ଟିକେଟ ବିକ୍ରିରୁ ଉପାର୍ଜିତ ହେବାକୁଥିବା ଅର୍ଥ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ମହାବାତ୍ୟା ଫନୀ ଦ୍ୱାରା ରାଜ୍ୟରେ ବିପୁଳ କ୍ଷୟକ୍ଷତି ହୋଇଛି। ପୁନରୁଦ୍ଧାର କାର୍ଯ୍ୟ ଓ ବାତ୍ୟା ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ଏହି ଅର୍ଥ ବ୍ୟୟ କରାଯିବ ବୋଲି କୁହାଯାଇଛି। ଟିକେଟ ବିକ୍ରିରୁ ଲବ୍ଧ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ କହିଛି।
ଫନୀ ଦ୍ୱାର ହୋଇଥିବା କ୍ଷୟକ୍ଷତିକୁ ଦେଖି ଆମେ ଦୁଃଖିତ। ହକିକୁ ଓଡ଼ିଶା ଭଲପାଇବା, ସାହାଯ୍ୟ ସମର୍ଥନ ଦେଇଆସିଛି। ଏବେ ଏହାର ପ୍ରତିଦାନରେ ଆମେ କିଛି କରିବାରୁ ସୁଯୋଗ ପାଇଛୁ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ୍‌ ଅହମ୍ମଦ କହିଛନ୍ତି। ଯେତେ ସମ୍ଭବ ଆମେ ପୁନର୍ଗଠନ କାର୍ଯ୍ୟାରେ ସହାୟତା ପ୍ରଦାନ କରିବୁ। ଉଲ୍ଲେଖଥାଉ କି, ଚଳିତ ମାସ ପ୍ରାରମ୍ଭରେ ମହାବାତ୍ୟା ଫନୀ ଯୋଗୁ ୧୪ଟି ଜିଲା ଓ ୧୫୯ଟି ବ୍ଲକର ପାଖାପାଖି ଦେଢ କୋଟି ଲୋକ ପ୍ରଭାବିତ ହୋଇଥିଲେ। ରାଜ୍ୟରେ ସାଂଘାତିକ କ୍ଷୟକ୍ଷତି ହୋଇଥିଲା। ଏଫ୍‌ଆଇଏଚ୍‌ ହକି ସିରିଜ ଫାଇନାଲ୍ସ ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ। ଏହି ଟୁର୍ନାମେଣ୍ଟର ସଫଳ ଆୟୋଜନ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ଏଠାରେ ବିଶ୍ୱକପ୍‌ ସମେତ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଛି। ତେଣୁ ଓଡ଼ିଶା ଲୋକଙ୍କ ନିକଟରେ ହକି ଓଡ଼ିଶା କୃତଜ୍ଞ ହୋଇରହିବ। ତେଣୁ ଏହି କଷ୍ଟକର ମୁହୂର୍ତ୍ତରେ ମଧ୍ୟ ଓଡ଼ିଶାର ଲୋକେ ସମର୍ଥନ ଜଣାଇବା ମଧ୍ୟ ଏକ ବଡ଼କଥା ବୋଲି ସେ କହିଛନ୍ତି। ଫନୀ ଜନିତ କ୍ଷୟକ୍ଷତି ସତ୍ତ୍ୱେ ଓଡ଼ିଶା ସରକାର ଠିକ ସମୟରେ କଳିଙ୍ଗ ହକି ଷ୍ଟାଡିୟମକୁ ପ୍ରସ୍ତୁତ କରିପାରିଛନ୍ତି। ଏଥିପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସେ କହିଛନ୍ତି। ଏହି ଟୁର୍ନାମେଣ୍ଟରେ ଭାରତ ସମେତ ପୋଲାଣ୍ଡ, ରୁଷିଆ, ଉଜ୍‌ବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଏସିଆନ ଗେମ୍ସ ସ୍ବର୍ଣ୍ଣପଦକ ବିଜେତା ଜାପାନ, ଆମେରିକା ଓ ମେକ୍ସିକୋ ଅବତୀର୍ଣ୍ଣ ହେବେ।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଚାମ୍ପିୟନଶିପ ସନ୍ତରଣକାରୀ ଗିରଫ

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ),୨୯।୭(ଏଏଫ୍‌ପି)- ହଙ୍ଗେରି ସନ୍ତରଣକାରୀ ତାମସ କେଣ୍ଡରସି ବିଶ୍ୱ ଚାମ୍ପିୟନଶିପ ବେଳେ ଏକ ନାଇଟ୍‌ କ୍ଲବ ଡ୍ୟାନ୍ସରଙ୍କୁ ଛୁଇଁବା କାରଣରୁ ଗିରଫ ହୋଇଛନ୍ତି। ତାଙ୍କ...

ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ଈଶାନ୍ତ: ଟେଷ୍ଟ ଦଳରେ ଯୋଗ ଦେବେ

୧୬।୨(ପି.ଟି.)- ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଶନିବାର ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ସେ ଫିଟ୍‌ନେସ ପ୍ରମାଣ ପାଇଁ...

ଦଳ ପ୍ରଦର୍ଶନକୁ ନେଇ ପିସିବି ତର୍ଜମା କରିବ

କରାଚୀ,୨୦।୬(ପି.ଟି.)- ଦଳର ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବେ ବେଶ୍‌ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଜାତୀୟ ଦଳ ସହ ସପୋର୍ଟ ଷ୍ଟାଫ୍‌,...

ପୂର୍ବତନ ଜାତୀୟ ଟିଟି ଚାମ୍ପିୟନ ମନ୍‌ମୀତ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୧୨।୫ (ପି.ଟି.): ପୂର୍ବତନ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ମନ୍‌ମୀତ୍‌ ସିଂ ଓ୍ବାଲିଆ ୫୮ ବର୍ଷ ବୟସରେ କାନାଡାର ମଣ୍ଟ୍ରିଲ୍‌ରେ ମୃତ୍ୟୁ ବରଣ କରିଛନ୍ତି। ଗତ...

ଶ୍ରୀଲଙ୍କାକୁ ହରାଇ ସିରିଜ ବରାବର୍‌ କଲା ନ୍ୟୁଜିଲାଣ୍ଡ

କଲମ୍ବୋ, ୨୬।୮ (ଏଏଫ୍‌ପି)- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଇନିଂସ...

ଜାହିରଙ୍କ ଭଳି ଖେଳିବାକୁ ଚାହେଁ: ଖଲିଲ

ନୂଆଦିଲ୍ଲୀ,୫।୮(ପି.ଟି.)- ବର୍ଷ ବର୍ଷ ଧରି ଭାରତୀୟ ଦଳ ପାଇଁ ପ୍ରତିଭାସମ୍ପନ୍ନ ବାମହାତୀ ପେସରମାନେ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରିଆସିଛନ୍ତି। ଜାହିର ଖାନ, ଆଶିଷ ନେହେରା...

ପାକିସ୍ତାନର ସଂଘର୍ଷପୂର୍ଣ୍ଣ ବିଜୟ

ଲିଡ୍ସ,୩୦।୬(ପି.ଟି.)- ଆଇସିସି ବିଶ୍ୱକପ୍‌ର ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ୨ଟି ବଲ ବାକି ରଖି ୩ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ...

ଅର୍ଜୁନ ପୁରସ୍କାର ପାଇଁ ଝିଙ୍ଗାନ୍‌, ବାଲା ଦେବୀଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ଜାତୀୟ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଏବଂ...

Leave a comment

Your email address will not be published. Required fields are marked *