ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ଉତ୍ପାଦନକାରୀ ଓ ସେବାଯୋଗାଣକାରୀଙ୍କ ଉପରେ ପହୁଛି।
ଦେଶର ଅର୍ଥନୀତି ଧୀମା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ନିର୍ବାଚିତ କରିବାରେ ଭୋଟର ପଛଘୁଞ୍ଚା ଦେଇନାହାନ୍ତି। ତେବେ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ମୋଦିଙ୍କ ନିକଟରେ ଆର୍ଥିକ କ୍ଷେତ୍ରରେ ବହୁ ସଂସ୍କାରମୂଳକ ପଦକ୍ଷେପ ନେବାକୁ ହେବ। ଏଥିପାଇଁ ତାଙ୍କୁ ଆଉ ୫ ବର୍ଷ ସମୟ ମିଳିଛି। ରଏଟର ସର୍ଭେକୁ ବିଶ୍ୱାସ କଲେ ଦେଶର ବିକାଶ ହାର ମାର୍ଚ୍ଚ ଶେଷ ସୁଦ୍ଧା ବାର୍ଷିକ ୬.୩%କୁ ଖସି ଆସିବ। ଗତ ୬ ତ୍ରୈମାସରେ ଏହା ସର୍ବନିମ୍ନ ଧୀମା ହେବାକୁ ଯାଉଛି। ଏହି ସର୍ଭେ ସତ ହେଲେ ଚାଇନାର ଅର୍ଥନୀତିର ଗତି ଆଗରେ ଭାରତ ପଛୁଆ ହୋଇଯିବ। ବିଶ୍ୱର ଦ୍ରୁତ ଅର୍ଥନୀତି ଭାବେ ଭାରତ ମାନ୍ୟତା ହରାଇବ। ମାର୍ଚ୍ଚ ଶେଷ ସୁଦ୍ଧା ଚାଇନାର ବିକାଶ ହାର ୬.୪% ରହିଛି। ମୋଦି ଗୁରୁବାର ଦ୍ୱିତୀୟଥର ପାଇଁ ଶପଥଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ପ୍ରଥମେ ନୂତନ ନିଯୁକ୍ତି ସୃଷ୍ଟି କରିବାର ଆହ୍ବାନ ହେବ। ଅରୁଣ ଜେଟ୍‌ଲୀଙ୍କ ଅନୁପସ୍ଥିତିରେ ଜଣେ ଦୃଢ଼ ଅର୍ଥମନ୍ତ୍ରୀ ଖୋଜିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ। ତାଙ୍କ ସ୍ଥାନରେ ଯିଏବି ଅର୍ଥମନ୍ତ୍ରୀ ହେବେ ଆସନ୍ତା ଜୁଲାଇରେ ସେ ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିବେ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖି ଆର୍ଥିକ ଅଭିବୃଦ୍ଧି ସୂଚକ ପଦକ୍ଷେପ ବଜେଟରେ ଘୋଷଣା ହେବ ବୋଲି ଆଶାକରାଯାଉଛି। ଅନ୍ୟପକ୍ଷରେ ମୁଦ୍ରାସ୍ପୀତି ଦୃଷ୍ଟିରୁ ଦେଶ ଭଲ ଅବସ୍ଥାରେ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ମୁଦ୍ରାନୀତିରେ ରେପୋ ରେଟ୍‌ କମାଇ ସରକାରଙ୍କୁ ସହାୟତା କରିବାକୁ ସୁଯୋଗ ପାଇବେ। ଜାନୁୟାରୀ-ମାର୍ଚ୍ଚ ଏବଂ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ଜିଡିପି ଡାଟା ଶୁକ୍ରବାର ପ୍ରକାଶ ପାଇବ। ଅନ୍ୟପକ୍ଷରେ ଆର୍‌ବିଆଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଦେଶର ବିକାଶ ହାର ୭.୨% ହ୍ରାସ ପାଇବ ବୋଲି ଅନୁମାନ କରିଛି। ଇତିମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ ଦୁଇଥରରେ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିସାରିଛନ୍ତି। ଆହୁରି ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବାର ସମ୍ଭାବନା ରହିଛି। ରିଟେଲ ମୁଦ୍ରାସ୍ଫୀତି ଗତ ୬ ମାସରେ ୩% ତଳକୁ ରହିଥିବାରୁ ଆର୍‌ବିଆଇ ରେପୋ ରେଟ ହ୍ରାସ କରିବାର ବିପଦ ମୁଣ୍ଡାଇପାରିବେ। ଗାଡ଼ି ବିକ୍ରି, ରେଳ ଭଡ଼ା, ପେଟ୍ରୋଲିୟମ ପଦାର୍ଥର ବ୍ୟବହାର, ଘରୋଇ ବିମାନ ଯାତ୍ରା ଏବଂ ଆମଦାନୀ ହ୍ରାସ ପାଇବାରୁ ଏତିକି ସ୍ପଷ୍ଟ ଯେ, ଦେଶର ବିକାଶ ହାର ଧିମେଇ ଗଲାଣି। ସେହିପରି କର୍ପୋରେଟ ଆୟ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଧିମା ହୋଇ ୧୦.୭%ରେ ପହଞ୍ଚତ୍ଗଲାଣି ବୋଲି ଇକ୍ରା ରେଟିଂ ଏଜେନ୍ସି ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ କମ୍ପାନୀଙ୍କୁ ସର୍ଭେ କରାଯାଇ କୁହାଯାଇଛି। ଉଦ୍ୟୋଗ ଜଗତ ଟିକସ ହ୍ରାସ ସହ ସୁଧ କମାଇବାକୁ ଦାବି କରୁଛନ୍ତି।


All Right Reserved By Dharitri.Com

ଘରୋଇ ଡିଜିଟାଲ କରେନ୍ସିକୁ ଆର୍‌ବିଆଇର ନା

ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ବତ୍ତର୍ମାନ ଡିଜିଟାଲ କରେନ୍ସି ଆଣିବା ନେଇ ସ୍ପଷ୍ଟ ଭାବେ କହି ହେବ ନାହିଁ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଏ...

କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ,୩୧-୭: କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ...

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସଜବାଜ

ନୂଆଦିଲ୍ଳୀ,୨୮-୧: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମଥର ପ୍ରଚେଷ୍ଠାରେ ବିଫଳ ହେବା ପରେ ପୁଣି ଥରେ ଏନେଇ ମନ ବଳାଇଛନ୍ତି।...

୫ ମାସର ସର୍ବନିମ୍ନ ସ୍ତରରେ ଡିଜେଲ ଦର

ନୂଆଦିଲ୍ଲୀ,୯-୬: ଦେଶରେ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି। ଶନିବାର ପେଟ୍ରୋଲ ଦର ଲିଟର ପିଛା ୨୨ରୁ...

୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହେଉ:ସୁଭାଷ ଗର୍ଗ

ନୂଆଦିଲ୍ଲୀ,୯-୧୧: ବିମୁଦ୍ରୀକରଣକୁ ଏହା ମଧ୍ୟରେ ୩ ବର୍ଷ ପୂରଣ ହୋଇଛି। ବଡ ବଡ ନୋଟଗୁଡିକୁ ଅଚଳ କରିବା ସହ ନୂଆ ନୋଟ ଆଣିଛନ୍ତି। ସରକାର ଆଣିଥିବା...

ବନ୍ଦ ହୋଇଛି ୬.୮ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୨-୭: ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୬.୮ ଲକ୍ଷ କମ୍ପାନୀ ବନ୍ଦ ହୋଇଛି। ଦେଶ ମଧ୍ୟରେ ୧୮.୯୪ ଲକ୍ଷ କମ୍ପାନୀ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା...

ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା...

Leave a comment

Your email address will not be published. Required fields are marked *