ଅର୍ଥନୀତିରେ ଆସିବ ଦ୍ରୁତ ପରିବର୍ତ୍ତନ: ଶିଳ୍ପ ଜଗତ

ନୂଆଦିଲ୍ଲୀ,୩୧। ୫- ନୂଆ ସରକାରଙ୍କୁ ନେଇ ଦେଶର ଶିଳ୍ପ ଜଗତ ବେଶ ଆଶାବାଦୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅର୍ଥନୀତିରେ ଦ୍ରୁତ ପରିବର୍ତ୍ତନ ଆସିବା ନେଇ ଶିଳ୍ପକ୍ଷେତ୍ର ଆଶା ପ୍ରକଟ କରିଛି। ସେହିଭଳି ଟିକସ, ଶ୍ରମ ଏବଂ ଭୂମି ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାରଧାରା ଜାରି ରହିବା ଫଳରେ ଏହା ଦେଶର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ବିତ କରିବ ବୋଲି ଦେଶର ଶିଳ୍ପ ନେତାମାନେ ମତ ପ୍ରକାଶ କରିଛନ୍ତି।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ବେଦାନ୍ତ ରିସୋର୍ସେସ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ, ଟାଟା ସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟା, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ପେଟିଏମ୍‌ ସିଇଓ ବିଜୟ ଶେଖର ଶର୍ମା, ଆସୋଚାମ ସଭାପତି ବି.ଗୋଏଙ୍କାଙ୍କ ଭଳି ପ୍ରମୁଖ ଶିଳ୍ପନେତା ଯୋଗ ଦେଇଥିଲେ।
ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏଫ୍‌ଡିଆଇ, ଖଣି, ସାମାଜିକ କ୍ଷେତ୍ର ନିବେଶ ବୃଦ୍ଧି ଏବଂ ଦାରିଦ୍ର୍ୟ ଦୂରୀକରଣ ଭଳି ବିଭିନ୍ନ ନୀତି ଉପରେ କାର୍ଯ୍ୟ କରିବେ ବୋଲି ଅନୀଲ ଅଗ୍ରଓ୍ବାଲ କହିଛନ୍ତି। ମୋଦୀଙ୍କ ନେତୃତ୍ୱରେ ଦେଶରେ ସଂସ୍କାରଧାରା ଜାରି ରହିବ ବୋଲି ଏସାରଗ୍ରୁପ ନିର୍ଦ୍ଦେଶକ ପ୍ରଶାନ୍ତ ରୁଇଆ କହିଛନ୍ତି। ମୋଦୀଙ୍କ ନେତୃତ୍ୱରେ ନୂଆ ମନ୍ତ୍ରୀ ମଣ୍ଡଳ ନୂଆ ଚିନ୍ତାଧାରା ସହ କାର୍ଯ୍ୟ କରିବ ବୋଲି ଶିଳ୍ପ ସଂଘ ସିଆଇଆଇର ସଭାପତି ବିକ୍ରମ କିର୍ଲୋସ୍କାର କହିଛନ୍ତି। ନୂଆ ସରକାର ନୂଆ ସୁଯୋଗ ଆଣିବା ଉପରେ ଧ୍ୟାନ ଦେବେ ବୋଲି ଆଶାବାଦୀ ରହିଥିବା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, କୃଷକଙ୍କ ଶସକ୍ତିକରଣ ଏବଂ ଜୀବନ ବିକାଶ ସହ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସରକାର କାର୍ଯ୍ୟ କରିବେ ବୋଲି ଆଇଟିସି ଅଧ୍ୟକ୍ଷ ସଞ୍ଜୀବ ପୁରୀ କହିଛନ୍ତି। ଟିକସ ଏବଂ ଶ୍ରମ ସଂସ୍କାର ସହ ଜମି କ୍ଷେତ୍ରରେ ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବା ନେଇ ଆସୋଚନା ସଭାପତି ବି.ଗୋଏଙ୍କା ମତ ରଖିଛନ୍ତି।


All Right Reserved By Dharitri.Com

ନିର୍ବାଚନ ଆଚରଣ ବିଧି: ୨୪ ଘଣ୍ଟାରେ ଇସିଙ୍କର ୪ ନୋଟିସ୍‌

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଆଚରଣ ବିଧି ନେଇ ନିର୍ବାଚନ କମିଶନ(ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ସରକାରଙ୍କୁ ଘେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଇସି ସରକାରଙ୍କୁ ୪ଟି...

୫୧ ପଳାତକ ବ୍ୟାଙ୍କକୁ ଠକିଛନ୍ତି ୧୭,୯୦୦ କୋଟି

ନୂଆଦିଲ୍ଲୀ, ୪-୧୨: ପଳାତକ ଘୋଷିତ ହୋଇ ଦେଶ ଛାଡିଥିବା ୫୧ ଜଣ ବ୍ୟକ୍ତି ବିଶେଷ ବ୍ୟାଙ୍କଗୁଡିକୁ ୧୭,୯୦୦ କୋଟି ଟଙ୍କାର ଋଣ ଠକେଇ କରିଛନ୍ତି। ରାଜ୍ୟ...

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ମିତ୍ତଲ,ମୁକେଶ

ନୂଆଦିଲ୍ଲୀ,୩୦-୭: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ, ଇଣ୍ଡିଆନ ଅଏଲ...

ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ; ମହଙ୍ଗା ହୋଇପାରେ ଅଶୋଧିତ ତେଲ ଦର

ନୂଆଦିଲ୍ଲୀ,୧୬।୯: ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଅବକିକ୍‌ ଓ ଖୁରେସରେ ଥିବା ଦୁଇଟି ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଫଳରେ ସେଠାରେ...

ଏଲ୍‌ପିଜି ଯୋଗାଣ ବିଳମ୍ବିତ କଲା ସୌଦି ଆରବ:ଚାହିଦା ମେଣ୍ଟାଇବା ନେଇ ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୭।୯:ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଦୁଇଟି ତୈଳ କୂଅ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଭାରତକୁ ଏଲ୍‌ପିଜି ଯୋଗାଣ ହ୍ରାସ ପାଇବାକୁ ଯାଉଛି।...

୭୦ ହଜାର କୋଟିର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି...

ବେକାରି ହାର ୮.୬%କୁ ବୃଦ୍ଧି

ନୂଆଦିଲ୍ଲୀ,୨-୧୧: ଚଳିତ ବର୍ଷ ଅକ୍ଟୋବରରେ ଦେଶର ବେକାରି ହାର ତିନି ବର୍ଷର ସର୍ବାଧିକ ସ୍ତର ୮.୬%କୁ ବୃଦ୍ଧି ଘଟିଛି। ଏହା ୨୦୧୬ ପରଠାରୁ ସର୍ବାଧିକ ବୋଲି...

ପିଆଜ ମହଜୁଦ ସୀମାରେ ପୁଣି ପରିବର୍ତ୍ତନ

ନୂଆଦିଲ୍ଲୀ,୧୦-୧୨: ଦେଶରେ ପିଆଜ ଦର କମୁ ନ ଥିବା ବେଳେ ସରକାର ପୁଣି ଥରେ ପିଆଜ ମହଜୁଦ ସୀମରେ ପରିବର୍ତ୍ତନ କରିଛନ୍ତି। ଖୁଚୁରା ବ୍ୟବସାୟୀଙ୍କ ଲାଗି...

Leave a comment

Your email address will not be published. Required fields are marked *