ସୌଦି ଆରବରେ ଏବେ ଆଉ ନଷ୍ଟ ହେବନାହିଁ ଖାଦ୍ୟ

ରିୟାଦ,୧୬।୧୨: ସୌଦି ଆରବରେ ବହୁପରିମାଣରେ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଏ। ଏହାର କାରଣ ହେଉଛି ଏମାନେ ଖାଇବା ସମୟରେ ବଡ ବଡ ଥାଳି ବ୍ୟବହାର କରିବା ସହ ଆଭିଜାତ୍ୟର ପ୍ରତୀକ ସ୍ବରୂପ ଏଥିରେ ବହୁ ପରିମାଣରେ ଖାଦ୍ୟ ପରସନ୍ତି। ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ବହୁତ ଅଧିକ ହୋଇଥାଏ। ଫଳରେ ଅଧିକ ପରିମାଣର ଖାଦ୍ୟ ନଷ୍ଟ ହୋଇଥାଏ। ଏହାକୁ ନଜରରେ ରଖି ଏବେ ଅଦ୍ଦାମୀ ମଶାଲ ଅଲକାହରଶୀ ଏମିତି ଏକ ଥାଳି ତିଆରି କରିଛନ୍ତି ଯାହା ଫଳରେ ଲୋକେ ଆଉ ଅଧିକ ପରିମାଣର ଖାଦ୍ୟ ନଷ୍ଟ କରିପାରିବେ ନାହିଁ। କାରଣ ଥାଳିର ମଧ୍ୟ ଭାଗକୁ ଉଚ୍ଚା କରି ଦିଆଯାଇଛି। ଫଳରେ ପରସିବା ସମୟରେ ଏଥିରେ କମ୍‌ ଖାଦ୍ୟ ପରସା ଯିବ। ତେଣୁ ଜଣେ ବ୍ୟକ୍ତି ନ ଖାଇ ପାରିଲେ ବି ଅଧିକ ଖାଦ୍ୟ ବଳକା ରହି ଯିବ ନାହିଁ। ଏହି ଥାଳି ବ୍ୟବହାର କଲେ ୩୦ ପ୍ରତିଶତ ଖାଦ୍ୟ ନଷ୍ଟ ହେବାରୁ ବଞ୍ଚିଯିବ ବୋଲି ସେ କହିଛନ୍ତି। କୁହାଯାଏ ସୌଦି ଆରବରେ ପ୍ରତି ଘରେ ବର୍ଷକୁ ପାଖାପାଖି ୨୬୦ କିଲୋଗ୍ରାମ ଖାଦ୍ୟ ନଷ୍ଟ ହୋଇଥାଏ। ହେଲେ ଏବେ ଘରେ ଓ ବିଭିନ୍ନ ହୋଟେଲରେ ଏହି ସ୍ବତନ୍ତ୍ର ଥାଳି ବ୍ୟବହାର କରିବା ଫଳରେ ଆଭିଜାତ୍ୟରେ କୌଣସି ଅସୁବିଧା ସୃଷ୍ଟି ହୋଇ ନ ଥିବା ବେଳେ ପ୍ରାୟ ୩ ହଜାର ଟନ୍‌ ଚାଉଳ ବଞ୍ଚାଇ ହୋଇଛି।


All Right Reserved By Dharitri.Com

ତିନି କପ୍‌ରୁ ବେଶି କଫି ପିଇଲେ ଅଧାକପାଳି ବିନ୍ଧା ହୁଏ

ନ୍ୟୁୟର୍କ: କଫିପ୍ରିୟ ବ୍ୟକ୍ତିମାନେ ଟିକେ ସାବଧାନ ହୋଇଯାଆନ୍ତୁ। ଦିନକୁ ତିନି କପ୍‌ରୁ ବେଶି କଫି ପିଅନ୍ତୁନାହିଁ। ନଚେତ ଅଧାକପାଳି ବିନ୍ଧାର ଶିକାର ହୋଇପାରନ୍ତି। ଯେଉଁଦିନ ତିନିି...

ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କଲା ଭାରତ

ମ୍ୟାନମାର,୧୪।୭: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ଭାରତ ମ୍ୟାନମାରରେ ୨୫୦ ଘର ତିଆରି କରି ସେଠାକାର ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପରେ ମ୍ୟାନମାରର ବୈଦେଶିକ...

୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି।...

କୁକୁର କଲା ରେକର୍ଡ

ଗୋଲ୍ଡେନ୍‌ ରିଟ୍ରିଭର୍‌ ପ୍ରଜାତିର ଏହି କୁକୁରର ଫଟୋ ଦେଖି ଭାବୁଥିବେ ଏହି ସୁନ୍ଦର କୁକୁରଟି ଲୋଭରେ ମେଞ୍ଚେ ଖାଦ୍ୟ ପାଟିରେ ପୂରାଇଛି। ହେଲେ ନା। କୁକୁରଟି...

ଟ୍ରମ୍ପ୍‌,ପୁଟିିନଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ହେଲେ ମୋଦି

ନୂଆଦିଲ୍ଲୀ, ୨୧।୬: କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ରୁଷ...

ଇଟାର ଜବାବ ପଥରରେ ଦିଆଯିବ

ଇସ୍‌ଲାମାବାଦ,୧୫ା୮(ପି.ଟି./ଆଇଏଏନ୍‌ଏସ୍‌):ଭାରତର ପ୍ରତ୍ୟେକ ଇଟା ମାଡ଼ର ଜବାବ ପଥରରେ ଦିଆଯିବ ବୋଲି ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ନେଇ ବିଚଳିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୁଧବାର ପୁଣି...

ଏହି ଗଛରେ ଫଳେ ଟଙ୍କା

ବ୍ରିଟେନର ପିଙ୍କ ଜିଲାରେ ଏମିତି ଏକ ଗଛ ରହିଛି ଯେଉଁଥିରେ ଟଙ୍କା ଫଳେ ବୋଲି କୁହାଯାଏ। ତେବେ ଲକ୍ଷ୍ୟକଲେ ଦେଖାଯାଏ ଗଛର ଗଣ୍ଡିରେ ବିଭିନ୍ନ ଦେଶର...

ଯେଉଁଠାରେ ବିନା ଟଙ୍କାରେ ମିଳେ ଜିନିଷ

ଆଜିର ଯୁଗରେ ବିନା ଟଙ୍କାରେ କୌଣସି ଜିନିଷ ମିଳେ ନାହିଁ। କିନ୍ତୁ ପୃଥିବୀରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠାରେ ବିନା ଟଙ୍କା ଖର୍ଚ୍ଚ କରି...

Leave a comment

Your email address will not be published. Required fields are marked *