ଦାନ୍ତବିନ୍ଧାର ଘରୋଇ ଉପଚାର

ଖାଇବା ପରେ ଭଲ ଭାବରେ କୁଳିକରି ପାଟି ସଫା ନ କଲେ ଖାଇଥିବା ଖାଦ୍ୟାଂଶ ଦାନ୍ତ ସନ୍ଧିରେ ରହିଯାଇ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ପାଟି ଦୁର୍ଗନ୍ଧ ହେବା ସହ ଦାନ୍ତ ବିନ୍ଧିଥାଏ। ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ତା’ସହ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣେଇ ପାରିଲେ ଦାନ୍ତବିନ୍ଧାରୁ ଅନେକାଂଶରେ ଉପଶମ ମିଳିଥାଏ। ଏକ ଗ୍ଲାସ୍‌ ଉଷୁମ ପାଣିରେ ଅଧଚାମଚ (ଛୋଟ) ଲୁଣ ମିଶାଇ ସେହି ମିଶ୍ରିତ ପାଣିରେ ଗାର୍ଗିଲିଂ କରନ୍ତୁ। ଦାନ୍ତମୂଳ ବିନ୍ଧୁଥିଲେ ତାହାର ଥଣ୍ଡା ଉପଚାର କରିପାରନ୍ତି। ଛୋଟ ଟାଓ୍ବେଲରେ ବରଫ ଖଣ୍ଡ ରଖି ତାହାକୁ ବିନ୍ଧୁଥିବା ଦାନ୍ତମୂଳରେ ଘଷନ୍ତୁ। ଏହାଦ୍ୱାରା ଦାନ୍ତବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ଏକ ପ୍ୟାକେଟ୍‌ ପିମ୍ପରମେଣ୍ଟ ଚା’ ପ୍ୟାକେଟ୍‌କୁ ପ୍ରଥମେ ରେଫ୍ରିଜରେଟରରେ କିଛି ସମୟ ରଖିଦିଅନ୍ତୁ। ତା’ପରେ ବିନ୍ଧୁଥିବା ଦାନ୍ତମୂଳରେ ଏହାକୁ ଘଷିଲେ ଏପରି ଯନ୍ତ୍ରଣା ଲାଘବ ହୋଇଥାଏ। ଅଦାକୁ ଭଲ ଭାବରେ ବାଟି ପେଷ୍ଟ ପ୍ରସ୍ତୁତକରି ଦାନ୍ତମୂଳରେ ଲଗାନ୍ତୁ। ନ ହେଲେ ଅଦାଖଣ୍ଡରେ ଅଳ୍ପ ଲୁଣ ମିଶାଇ ଚୋବାଇଲେ ଏହି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। କଟନ ବଲ୍‌ରେ ଲବଙ୍ଗ ତେଲ ପକାଇ ତାହାକୁ ଦାନ୍ତମୂଳରେ ଘଷିପାରନ୍ତି। ପାଣିରେ ପିଜୁଳିପତ୍ର ପକାଇ ତାହାକୁ ଉଷୁମ କରନ୍ତୁ। ଏହି ପାଣିରେ କୁଳିକଲେ ଦାନ୍ତବିନ୍ଧାରୁ ଉପଶମ ମିଳିଥାଏ।


All Right Reserved By Dharitri.Com

ରାଜାଙ୍କ ରୋଗ ଓ ରୋଗଙ୍କ ରାଜା

ରକ୍ତରେ ୟୁରିକ୍‌ ଏସିଡ୍‌ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍‌। ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର...

ତୈଳାକ୍ତ ତ୍ୱଚାରୁ ମୁକ୍ତି ଦେବ ଧନିଆପତ୍ର ଫେସ୍‌ପ୍ୟାକ

ପ୍ରତିଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଧନିଆ କେବଳ ଖାଦ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

କଫି ଓ ଚା’ ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। କଫିରେ ଥିବା କାଫିନ୍‌ ଓ ଚା’ରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ରେଡ୍‌ ବ୍ଲଡ୍‌...

ଗରମ ଓ ଗର୍ଭବତୀଙ୍କ ଯତ୍ନ

କାଲି ସରିଛି ସ୍ନାନ ପୂର୍ଣ୍ଣମୀ। ଆଜିଠୁ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ରହିବେ ଅଣବସରରେ। କୁହାଯାଏ ଏହି ସମୟରେ ଅନୁଭୂତ ହୁଏ ଅଣବସର ଗୁଳୁଗୁଳି। ତେବେ ଖରାଦିନ...

ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ...

ହୃଦ୍‌ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ

ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ...

ଡାଏବେଟିସ୍‌ ରୋଗୀଙ୍କ ପାଇଁ କନ୍ଦମୂଳ ବେଶ୍‌ ଲାଭପ୍ରଦ

କନ୍ଦମୂଳ ସେବନ ଶରୀର ପାଇଁ ବେଶ୍‌ ଲାଭଦାୟକ। କନ୍ଦମୂଳରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରକୁ ଗମ୍ଭୀର ରୋଗରୁ...

ସକାଳେ ଏଥିରୁ ଅଧାଗ୍ଲାସେ ରଖେ କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ…

ସକାଳୁ ନିତ୍ୟକର୍ମ ସାରି ଅଙ୍ଗୁର ଜୁସ୍‌ ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ଅଧାଗ୍ଲାସେ ଅଙ୍ଗୁର...

Leave a comment

Your email address will not be published. Required fields are marked *