ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା;ଆଜି ଅଂଶୀଦାରଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୬-୧୨: ଆର୍ଥତ୍କ ବର୍ଷ ୨୦୨୦-୨୧ର ସାଧାରଣ ବଜେଟ ଲାଗି ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେଉଛି। ଏଥିଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅଂଶୀଦାରଙ୍କୁ ଭେଟିବେ। ଏହା ମଧ୍ୟରେ ଶିଳ୍ପ ସଂଘ, କୃଷକଙ୍କ ସଂଘ ଏବଂ ଅର୍ଥନୀତିଜ୍ଞମାନେ ରହିଛନ୍ତି। ଏମାନଙ୍କ ସହ ଅର୍ଥମନ୍ତ୍ରୀ ଭେଟିବା ସହ ଦେଶର ବିକାଶ ହାର ଏବଂ ଚାହିଦା ବୃଦ୍ଧି ଲାଗି ପରାମର୍ଶ ଗ୍ରହଣ କରିବେ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟକୁ ଚଳିତ ବର୍ଷ ଫେବୃୟାରୀ ପହିଲାରେ ସୀତାରାମନ ଉପସ୍ଥାପନ କରିବେ। ଅଂଶୀଦାରଙ୍କ ସହ ଏହି ପରାମର୍ଶ ପ୍ରକ୍ରିୟା ଚଳିତ ମାସ ୨୩ ତାରିଖ ଯାଏ ଚାଲିବ।
୨୦୧୯-୨୦ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସରକାରଙ୍କ ପ୍ରମୁଖ ପ୍ରସଙ୍ଗ ରହିବ ବୋଲି କୁହାଯାଉଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ମୁତାବକ ସୀତାରାମନ ସୋମବାର ସକାଳେ ଗ୍ରୁପ ଅଫ୍‌ ନିୟୁ ଇକୋନୋମି: ଷ୍ଟାର୍ଟ ଅପ, ଫିନଟେକ ଏବଂ ଡିଜିଟାଲ ସେକ୍ଟରକୁ ଭେଟିବେ। ଏହି ଦିନ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥତ୍କ କ୍ଷେତ୍ର ଏବଂ ପୁଞ୍ଜି ବଜାର ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ଧାର୍ଯ୍ୟ ହୋଇଛି। ଦେଶ ମଧ୍ୟରେ ବାଣିଜ୍ୟ ସୁଗମତା, ନିୟାମକ ପରିବେଶ, ଘରୋଇ ନିବେଶ ଉପରେ ପ୍ରଭାବ, ରପ୍ତାନି ପ୍ରତିଦ୍ୱନ୍ଦ୍ୱିତା, ପେମେଣ୍ଟ ପ୍ରଦାନରେ ବିଳମ୍ବ ଏବଂ ଚୁକ୍ତି କାର୍ଯ୍ୟକାରିତା କ୍ଷେତ୍ରରେ ସରକାରଙ୍କ ଭୂମିକା ଘରୋଇ ନିବେଶକୁ ପୁନର୍ଜୀବିତ କରିବା ଭଳି ପ୍ରସଙ୍ଗ ଉପରେ ସରକାର ପରାମର୍ଶ ଲୋଡିଥିବା ଶିଳ୍ପଜଗତ ପକ୍ଷରୁ ସୂଚନା ରହିଛି।
ଶିଳ୍ପ ସଂଘଗୁଡିକୁ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ ଭେଟି ପାରନ୍ତି ବୋଲି କୁହାଯାଇଛି। ସରକାର ବର୍ତ୍ତମାନ ଯାଏ କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ବ୍ୟକ୍ତିଗତ ଆୟକର ଢାଞ୍ଚାରେ ପରିବର୍ତ୍ତନ ସହ ବେତନଭୋଗୀଙ୍କ ଲାଗି ଖୁସି ଖବର ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ସାମଗ୍ରୀ ଏବଂ ସେବା ଚାହିଦା ବଢାଇବା ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସ ମୁକ୍ତ କରିବା ଲାଗି ସରକାରଙ୍କ ନିକଟରେ ଶିଳ୍ପସଂଘଗୁଡିକ ଦାବି ରଖିଛନ୍ତି। ବର୍ତ୍ତମାନ ଏହି ସୀମା ୨.୫ ଲକ୍ଷ ଟଙ୍କା ରହିଛି। ଆୟକର ଆଇନ ୮୦ସି ଅନୁସାରେ ମୋଟ ଡିଡକସନ ଲିମିଟ୍‌ ୧.୫ ଲକ୍ଷ ଟଙ୍କାରୁ ଅନ୍ତତଃ ୩ ଲକ୍ଷ ଟଙ୍କାକୁ ବଢାଇବାକୁ ମଧ୍ୟ ଦାବି କରାଯାଇଛି। ବ୍ୟକ୍ତିଗତ ଟିକସଦାତାଙ୍କ ନିବେଶ ଏବଂ ଟିକସ ସଞ୍ଚୟ ଦିଗରେ ଏହା କାର୍ଯ୍ୟ କରିବ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବଜେଟ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ସେମାନଙ୍କ ଯୋଜନା ଖର୍ଚ୍ଚ ନେଇ ପ୍ରସ୍ତୁତି କରୁଛନ୍ତି। ବଜେଟର ରୂପରେଖ କଣ ରହିଛି ତାକୁ ବଜାର ବିଶେଷଜ୍ଞ ମାନେ ଅପେକ୍ଷା କରି ରହିଛନ୍ତି। ବିଶେଷ କରି ବିତ୍ତୀୟ ନିୟଣ୍ଟ ଉପରେ ସମସ୍ତଙ୍କ ନଜର ରହିଥିବା ଶୁଣାଯାଉଛି।


All Right Reserved By Dharitri.Com

ଜିଏସ୍‌ଟି ପୋର୍ଟାଲ ଅସୁବିଧା ଦୂର କର:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨-୨: ଜିଏସ୍‌ଟି ପୋର୍ଟାଲରେ ରହିଥିବା ବିଭିନ୍ନ ଟେକ୍ନୋଲୋଜି ଜନିତ ଅସୁବିଧା ଦୂର କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍‌ଟି ସଂକ୍ରାନ୍ତ...

ନିଯୁକ୍ତି ହ୍ରାସ କରାଯିବ ନାହିଁ: ରେଲଓ୍ବେ

ନୂଆଦିଲ୍ଲୀ,୩୧-୭: ରେଲଓ୍ବେରେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ତେବେ ନିୟମିତ କାର୍ଯ୍ୟଧାରାର ସମୀକ୍ଷା ଲାଗି ଜୋନାଲ କାର୍ଯ୍ୟାଳୟଗୁଡ଼ିକୁ ପତ୍ର ଲେଖାଯାଇଛି ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି। ୫୫...

ଆଇଆର୍‌ସିଟିସି ଶେୟାର ଦାମ୍‌ ହେଲା ଦୁଇଗୁଣାରୁ ଅଧିକ: ନିବେଶକ ମାଲାମାଲ୍‌

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେଶନ୍‌ (ଆଇଆର୍‌ସିଟିସି)ର ଶେୟାର ଦାମ୍‌ରେ ସୋମବାର ୧୦୧ ପ୍ରତିଶତ ପ୍ରିମିୟମ୍‌ ବୃଦ୍ଧି ପାଇ ଏହା ଇସ୍ୟୁ ଦାମ୍‌...

ପିଏମ୍‌ସି ବ୍ୟାଙ୍କ ଠକେଇ ଆଖି ଖୋଲିଛି: ଅନୁରାଗ

ନୂଆଦିଲ୍ଲୀ,୧-୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କରେ ହୋଇଥିବା ବଡ ଧରଣର ଠକେଇ ବ୍ୟାଙ୍କ ଶିଳ୍ପର ଆଖି ଖୋଲିଛି। ରିଜର୍ଭ ବ୍ୟାଙ୍କ ଏସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ...

କରୋନା ଆର୍ଥିକ ମାନ୍ଦାବସ୍ଥାରେ ବି ବାଜି ଲଗାଇ ଲାଭ: ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି ଡଲାର ପାଇଲେ ବିଲ୍‌ ଅକ୍‌ମ୍ୟାନ୍‌

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ତେବେ ଜଣେ ବ୍ୟକ୍ତି ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି...

୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ...

ଚାହିଦା ପୂରଣ ଲାଗି ପିଆଜ ଆମଦାନୀ କରୁଛି ଏମ୍‌ଏମ୍‌ଟିସି

ନୂଆଦିଲ୍ଲୀ,୭-୧୨: ରାଷ୍ଟ୍ରାୟତ୍ତ ଟ୍ରେଡିଂ କମ୍ପାନୀ ଏମ୍‌ଏମ୍‌ଟିସି ବିଦେଶରୁ ପିଆଜ ଆମଦାନୀ କରୁଛି। ଚାହିଦା ପୂରଣ ଏବଂ ଦରବୃଦ୍ଧିକୁ ରୋକିବା ଲାଗି ଏମଏମ୍‌ଟିସି ଏଭଳି ପଦକ୍ଷେପ ଗ୍ରହଣ...

କେଏଲ୍‌ୟୁକୁ ଡାଇମଣ୍ଡ ରେଟିଂ

ହାଇଦ୍ରାବାଦ,୧୪|୨ – କୋନେରୁ ଲକ୍ଷ୍ମୌୟା ଡିମଡ ୟୁନିଭର୍ସିଟି (କେଏଲ୍‌ୟୁ) ଡାଇମଣ୍ଡ ରେଟିଂ ଲାଭ କରିଛି। ବିଶ୍ୱ ପ୍ରସିଦ୍ଧ କ୍ୟୁଏସ୍‌-୧ ଗଜ୍‌ ଅର୍ଗାନାଇଜେଶନ ପକ୍ଷରୁ ଏହି ପୁରସ୍କାର...

Leave a comment

Your email address will not be published. Required fields are marked *