ସ୍ବାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେବ ଶିକ୍ଷକ କ୍ଲଷ୍ଟର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ସ୍ବାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଅଞ୍ଚଳର ୭ଟି ପଞ୍ଚାୟତର ସ୍କୁଲ ଉପକୃତ ହେବ। ଏଥିପାଇଁ ୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି ଯେ, ଗୁରୁପ୍ରିୟା ସେତୁ ହେବାପରେ ମଧ୍ୟ ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ପଣସପୁଟ, ଜଡାଆମ୍ବ ପଞ୍ଚାୟତର ସ୍କୁଲକୁ ଆସୁଥିବା ଶିକ୍ଷକମାନଙ୍କୁ ବିଶେଷ ଅସୁବିଧା ହେଉଛି। ସେହିପରି କ୍ଲଷ୍ଟର ପ୍ରସ୍ତୁତ ହେବାଦ୍ୱାରା ସ୍ବାଭିମାନ ଅଞ୍ଚଳର ଅନ୍ୟ ୫ ପଞ୍ଚାୟତ ଯଥା ପାପରମେଟେଲା, ବଡପଦର, ଅଣ୍ଡରାପାଲି, ଜନ୍ତ୍ରୀ ଓ କାଜୁଲମାମୁଡ଼ିରେ ଥିବା ସ୍କୁଲର ଶିକ୍ଷକମାନେ ମଧ୍ୟ ଉପକୃତ ହେବେ। ସେହି ଅଞ୍ଚଳରୁ ଆସୁଥିବା ଶିକ୍ଷକମାନେ ଲଞ୍ଚରେ ଯିବା ଆସିବା କରୁଛନ୍ତି। ତେଣୁ ସେଠାରୁ ଆସୁଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଯିବା ଆସିବାରେ ୬ ଘଣ୍ଟା ଯାଉଛି। ସେମାନଙ୍କ ସମୟ ନଷ୍ଟ ନ ହେବା ସକାଶେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କ୍ଲଷ୍ଟରରେ ୧୫ଜଣ ଶିକ୍ଷକ କ୍ଲଷ୍ଟରରେ ନିଯୁକ୍ତି ପାଇବେ ବୋଲି ସମୀର କହିଛନ୍ତି।


All Right Reserved By Dharitri.Com

ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ...

ଆମ୍ବୁଲାନ୍ସରେ ଯାତ୍ରୀ ନେଲେ କଠୋର କାର୍ଯ୍ୟାନୁଷ୍ଠାନ, ଗିରଫ ହେବେ ଚାଳକ, ବାଜ୍ୟାପ୍ତ ହେବ ଗାଡ଼ି: ବାଗ୍‌ଚୀ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଗୋଟିଏ ପଟେ କରୋନା ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆମ୍ବୁଲାନ୍ସର ଅସଦ୍‌ବ୍ୟବହାର ହେଉଥିବା ନଜରକୁ ଆସିଛି। ଏହି...

ହୋଲି ଖେଳସାରି କାଠଯୋଡ଼ିରେ ଗାଧୋଇବା ବେଳେ ବାଳକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ନରାଜ,୧୦।୩ (ଡି.ଏନ୍‌.ଏ.): ହୋଲିରେ ରଙ୍ଗ ଖେଳି ଗାଧୋଇବା ବେଳେ କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ଅରିଲ ଗ୍ରାମ ନିକଟ କାଠଯୋଡ଼ି ନଦୀରେ...

ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ଜୟନ୍ତୀ: ଗୁଆଝରରେ ୫୧ ପାଇକ ଆଖଡ଼ା ଦଳ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ୍‌.ଏ.): ବୁଧବାର ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗୁଆଝରରେ ରାଜ୍ୟର ୫୧ ପାଇକ ଆଖଡା ଦଳ ସେମାନଙ୍କର ସମରକଳା ପ୍ରଦର୍ଶନ...

ନିର୍ମାଣ କାମ ପାଇଁ ୧୨ ଟ୍ରେନ୍‌ ବାତିଲ: କେତେକ ସମୟ ସାରଣୀରେ ପରିବର୍ତ୍ତନ

ସମ୍ବଲପୁର/ବାମରା,୧୨।୧୨ (ବୁରୋ/ଡି.ଏନ.ଏ.): ଦକ୍ଷିଣ ପୂର୍ବ ରେଲଓ୍ବେ ଚକ୍ରଧରପୁର ମଣ୍ଡଳ ଝାରସୁଗୁଡା ସେକ୍ସନ ବାମରା ଷ୍ଟେଶନରେ ଉନ୍ନୟନ କାମ ଓ ତୃତୀୟ ରେଳ ଲାଇନର ପ୍ରଗତି କାର୍ଯ୍ୟ...

ସଙ୍କଟରେ ବଜ୍ରକାପ୍ତା

ମନୁଷ୍ୟ ଯୋଗୁ ହିଁ ଆଜି ବିଶ୍ୱର ବନ୍ୟପ୍ରାଣୀ ସଙ୍କଟରେ। କିନ୍ତୁ ଆମେ ମନେରଖିବା ଉଚିତ ଯେ, ବନ୍ୟପ୍ରାଣୀଙ୍କ ଅନୁପସ୍ଥିତି ପୃଥିବୀର ପରିବେଶ ସମ୍ବନ୍ଧୀୟ ସନ୍ତୁଳନକୁ ବିଗାଡ଼ିଦେବ।...

ପୁଣି ବିଦ୍ୟାଳୟରେ ଭୂତଭୟ

ବୁଗୁଡା,୨୨ା୧୦(ଡି.ଏନ୍‌.ଏ.)-ବୁଗୁଡା ବ୍ଲକ ବାଲିପଦର ଶ୍ରୀରଘୁନାଥ ସ୍ବାମୀ ବାଳିକା ବିଦ୍ୟାଳୟରେ ସୋମବାର ପୁଣି ଛାତ୍ରୀମାନଙ୍କ ଠାରେ ଅସ୍ବାଭାବିକ ଆଚରଣ ଦେଖା ଦେଇଛି। ସକାଳେ ପ୍ରାର୍ଥନା ସଭା ଚାଲିଥିବାବେଳେ...

ଡ୍ରୋନ୍‌ରୁ ଉତ୍ତୋଳିତ ଶ୍ରୀମନ୍ଦିର ଚିତ୍ର ଭାଇରାଲ୍‌

ପୁରୀ ଅଫିସ, ୨୩ା୧୦: ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଫଟୋ ଉଠାଇବା କିମ୍ବା ଭିଡିଓ ଉତ୍ତୋଳନ କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହାସତ୍ତ୍ବେ ସୁରକ୍ଷା...

Leave a comment

Your email address will not be published. Required fields are marked *