ଆଜି ୭ ଜିଲାକୁ ୟେଲୋ ଓ୍ବାର୍ନିଂ: ଦୁଇଦିନ ପ୍ରବଳ କୁହୁଡ଼ି

ଭୁବନେଶ୍ୱର,୧୬।୧୨(ବ୍ୟୁରୋ) : ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଉ ନ ଥିବାବେଳେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଉତ୍ତର-ଓଡ଼ିଶା ଓ ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ ଜିଲାର କିଛି ସ୍ଥାନରେ ଦୁଇଦିନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେପଟେ ପ୍ରବଳ କୁହୁଡ଼ିକୁ ଦୃଷ୍ଟିରେ ରଖି କେତେକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସୋମବାର କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ କୋରାପୁଟ ଆଦି ୭ ଜିଲାରେ ପ୍ରବଳ କୁହୁଡ଼ି ହେବ। ତେଣୁ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରବିବାର ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳ କୁହୁଡ଼ି ଦେଖାଯାଇଥିଲା। ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ୧୨ ଜିଲାରେ କୁହୁଡ଼ି ହୋଇଥିବାରୁ ଏଠାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିଲା। ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ଆସନ୍ତା ୨ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲ୍‌ସିୟସ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିଲା।


All Right Reserved By Dharitri.Com

ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ: ଜିଲାପାଳଙ୍କ ଅଫିସ ଘେରାଉ କଲେ ଚାଷୀ

ନୂଆପଡା ଅଫିସ,୩ା୭: ନୂଆପଡା ଜିଲାରେ ରବି ଧାନକିଣାରେ ଅଚଳାବସ୍ଥା ଲାଗିରହିଛି । ଚାଷୀମାନେ ବାରମ୍ବାର ବ୍ଲକରୁ ଜିଲା ଅଫିସ ଦୌଡି ନୟାନ୍ତ ହେବା ପରେ ଜିଲାପାଳଙ୍କ...

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆର୍‌ବିଆଇ ଗଭର୍ନର

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ଶକ୍ତିକାନ୍ତ ଦାସ ଲୋକସେବା ଭବନରେ ସାକ୍ଷାତ କରିବେ। ଏହି ବୈଠକ ସୌଜନ୍ୟମୂଳକ ବୋଲି କୁହାଯାଇଛି।...

ବରଗଡ଼ ଲୋକ ସଭା: ସୁରେଶ ପୂଜାରୀ ଆଗୁଆ

ବରଗଡ଼ ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁରେଶ ପୂଜାରୀ ଆଗୁଆ ରହିଛନ୍ତି। ସୁରେଶ ୫୯୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ସ୍ମିତାରାଣୀଙ୍କ ହତ୍ୟା ଲୁଚାଇବାକୁ ଷଡ଼ଯନ୍ତ୍ର: ନରସିଂହ

ଭୁବନେଶ୍ୱର, ୨୧।୧୧ (ବ୍ୟୁରୋ): ଯାଜପୁର ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବୁଧବାର ବିଧାନସଭାରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ...

ବିଜେଡି ନେତା ଅନୁପ ସାଏ ଗିରଫ ହେବା ପ୍ରସଙ୍ଗରେ ବର୍ଷିଲା ଭାଜପା: ପୂର୍ବରୁ ଅଭିଯୋଗ କରିବା ସତ୍ତ୍ୱେ ବିଜେଡି ଶୁଣି ନ ଥିଲା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଛତିଶଗଡ଼ ପୋଲିସ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଅଟକ ରଖିଛି। ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ...

ଭାଲୁ ଆକ୍ରମଣରେ ମହିଳା ଆହତ

ସମ୍ବଲପୁର,୧୮।୫(ବ୍ୟୁରୋ): ସମ୍ବଲପୁର ଧମା ରେଞ୍ଜ କେଶାପାଲି ସେକ୍ସନ ଗହୀରପାଲି ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର...

ନୂଆ ମୋଟରଯାନ ଆଇନ ଲାଗୁ ପ୍ରସଙ୍ଗ: ୩ମାସ କୋହଳ ହେଲା ନିୟମ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ଗତ ୧ତାରିଖରୁ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି ପାଳନ କରାଯିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଏହି...

ବାରାପୁର-ଗରସଙ୍ଗ ରାସ୍ତା କାମ ଅସମ୍ପୂର୍ଣ୍ଣ: ଧାରଣାରେ ବସିଲେ ୨ କଲେଜର ଛାତ୍ରୀଛାତ୍ର

ଖଇରା,୨୧।୧(ଡି.ଏନ.ଏ.)- ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ବାରାପୁର-ଅନ୍ତରା ଆର୍‌ଡି ରାସ୍ତା ୧ବର୍ଷରୁ ଊର୍ଦ୍ଧ୍ୱ ହେଲା ଅସମ୍ପୂର୍ଣ୍ଣ ହୋଇ ରହିଛି। ଠିକାଦାର ରାସ୍ତାକୁ ମେଟାଲିଂ କରି...

Leave a comment

Your email address will not be published. Required fields are marked *