ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ଅଇଁଠାପାଲି ପିଏଚଡି ପଡିଆଠାରେ ଚାଲିଥିବା ସମ୍ବଲପୁର ମହୋତ୍ସବ-୨୦୧୯ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ପ୍ରୀତିନନ୍ଦା ମିଶ୍ରଙ୍କ କଣ୍ଠରୁ ରଙ୍ଗବତୀ ଗୀତ ଝରି ପଡିଥିଲା । ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଏହି ଲୋକଗୀତ ତାଳରେ ଦର୍ଶକ ଝୁମି ଉଠିଥିଲେ । ସେହିପରି ସମ୍ବଲପୁରୀଆ ବାବୁ ମଣ୍ଟୁ ଛୁରିଆଙ୍କ ଗୀତ ଦର୍ଶକଙ୍କ ମନ ମୋହିଥିଲା । ସମ୍ବଲପୁରୀଆ ବାବୁଙ୍କ ଗୀତ ଶୁଣିବା ପାଇଁ ସମ୍ବଲପୁର, ବୁର୍ଲା, ହୀରାକୁଦ, ରେଙ୍ଗାଲି, ମାନେଶ୍ୱର ଅଞ୍ଚଳରୁ ଶହସ୍ରାଧିକ ସ୍ରୋତାଙ୍କ ଭିଡ ଜମିଥିଲା । ଏଥିସହ ସମ୍ବଲପୁରୀ ପୋଷାକ ଫେଶନ ସୋ ମହୋତ୍ସବକୁ ସଂସ୍କୃତି ଓ ପରମ୍ପରାର ଝଲକ ଦେଇଥିଲା । ପୁଷ୍ପରାଜ ସୁନା, ପଦ୍ମିନୀ ପାଣିଗ୍ରାହୀ, ଦୁର୍ଗା ଦାଶ ଗୀତ ଗାଇ ଥିଲେ । ରଙ୍ଗଫରୁଆ ଓ କେନ୍ଦୁଝର ଅଦ୍ୟମ ଓଡିଶା ସ୍ପିଜା କଳାକାରମାନେ ସମ୍ବଲପୁରୀ ନୃତ୍ୟର ଫ୍ୟୁଜନ୍‌ ପରିବେଷଣ କରିଥିଲେ । ମହୋତ୍ସବ ମୁଖ୍ୟ ସଂଯୋଜକ ସପନ ମିଶ୍ରଙ୍କ ପରିଚାଳନାରେ ଉଦ୍‌ଯାପନୀ ଉତ୍ସବ ହୋଇଥିଲା । ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟଅତିଥି, ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପ୍ରଫେସର ସାଧୁଚରଣ ପଣ୍ଡା, ସମ୍ବଲପୁର ପ୍ରେସ୍‌ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ, ସୁବ୍ରତ ପାଣିଗ୍ରାହୀ, ଡା. ଶଙ୍କର ରାମଚନ୍ଦାନୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଗୌତମ ମିଶ୍ରଙ୍କ ସମ୍ବଲପୁର ସିନେମା ଡିଭାଇନ୍‌ ଡକ୍ଟର ପୋଷ୍ଟର ଓ ଟ୍ରିଜର୍‌ ଉନ୍ମୋଚନ ହୋଇଥିଲା ।


All Right Reserved By Dharitri.Com

ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି

ପୁରୀ ଅଫିସ, ୩୦।୭: ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି। ପ୍ରାୟ ୨ବର୍ଷ ଧରି ଆନନ୍ଦବଜାରରୁ ଉଭାନ ହୋଇଯାଇଥିବା ଟଙ୍କତୋରାଣି ଉପଯୁକ୍ତ ମାନ ସହ ଫେରିବ। ସୋମବାର...

ସୁରେନ୍ଦ୍ର ବେହେରା ହତ୍ୟା ମାମଲା: ଅଜୟଙ୍କୁ ଆଜୀବନ ଜେଲ ଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୭ା୮: ୨୦୧୪ ମସିହାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ଗୋପାଳପୁର କୁମ୍ଭାର ସାହିର ସୁରେନ୍ଦ୍ର ବେହେରା (୫୫) ହତ୍ୟାକାଣ୍ଡ ମାମଲାର ରାୟ...

ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ...

ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର : ଟ୍ରାନ୍ସଫର୍ମର ସ୍ଥାନାନ୍ତର ଦାବି

ଖଣ୍ଡପଡ଼ା,୨୩ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ ଗିରିଡିପଲ୍ଲୀଠାରେ ରବିବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଥିଲେ। ସେ ହେଲେ ସୁକାନ୍ତ...

ମାନସିକ ଭିନ୍ନକ୍ଷମ ଯୁବକଙ୍କ ଅଭାବନୀୟ କାଣ୍ଡ: ଠେଙ୍ଗାରେ ପିଟି ମା’ଙ୍କୁ ମାରିଦେଲେ

କାମାକ୍ଷାନଗର, ୫।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣୀ ଗ୍ରାମରେ ସୋମବାର ରାତିରେ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କ ଠେଙ୍ଗାମାଡ଼ରେ ପ୍ରାଣ ହରାଇଛନ୍ତି...

ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ) – ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ। ସୋମବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୫ ପଞ୍ଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

  ପର୍ଲା, ୧୦ା୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌...

ଲେପ୍ରୋସି କଲୋନୀରେ ପଙ୍ଖା ବଣ୍ଟନ

ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଫନୀ ପରେ ଭଞ୍ଜନଗରରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ଭଞ୍ଜନଗରରେ ତାପମାତ୍ରା ସର୍ବାଧିକ ୪୨ ଡ଼ିଗ୍ରୀ ଥିବାବେଳେ ସର୍ବନିମ୍ନ ୨୬ ଡ଼ିଗ୍ରୀ ରହିଥିଲା।...

Leave a comment

Your email address will not be published. Required fields are marked *