ଡାକ୍ତରଙ୍କ ଉପରକୁ ଗୁଳିମାଡ

ଖୋର୍ଦ୍ଧା ଅଫିସ୍‌, ୧୫।୧୨: ରବିବାର ଏକ ଘରୋଇ କ୍ଲିନିକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ବଲାଙ୍ଗୀର-ଖୋର୍ଦ୍ଧା ୫୭ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ଏକ ଘରୋଇ କ୍ଲିନିକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ଓ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମେଡିସିନ୍‌ ଷ୍ଟୋରର ମାଲିକ ବଣିଆଟାଙ୍କିର ସନ୍ତୋଷ ସାହୁଙ୍କ ଛାତିକୁ ଗୁଳିମାଡ କରାଯାଇଛି। କ୍ଲିନିକ୍‌ ଭିତରେ ରୋଗୀ ଦେଖୁଥିବାବେଳେ ଡାକ୍ତରଙ୍କୁ ଗୁଳିମାଡ କରାଯାଇଛି। ୨ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବାଇକରେ ଆସି ଗୁଳିକରି ଯାଇଥିଲେ। ଉଭୟଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଗୁଳିକାଣ୍ଡ ଘଟିଛି ତାହା ଜଣାପଡିନାହିଁ।


All Right Reserved By Dharitri.Com

୫ରୁ ସରସ୍ବତୀ ମେଳା

ଉଦଳା,୨୯ା୧(ଡ଼ି.ଏନ୍‌.ଏ.)- ଆସନ୍ତା ଫେବୃୟାରୀ ୫ ତାରିଖରୁ ଉଦଳାଠାରେ ଐତିହାସିକ ସରସ୍ବତୀ ମେଳା ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମଙ୍ଗଳବାର ଆୟୋଜିତ...

ହଳଦୀପଦା ରେଳ ଷ୍ଟେଶନକୁ ଅଣଦେଖା

ରୂପ୍‌ସା, ୧୯।୬(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳ ଷ୍ଟେଶନ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱ ବହନ କରିଆସୁଛି। ୬୦ବର୍ଷ ପୂର୍ବରୁ ଏହି...

ରିଜର୍ଭ ପ୍ରିମିୟର ଲିଗ୍‌ : ଖୁସି ଫାଇଟର ଚାମ୍ପିୟନ

ସୋନପୁର,୨୩।୬(ନି.ପ୍ର.):ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆରେ ଚାଲିଥିବା ରିଜର୍ଭ ପ୍ରମିୟର ଲିଗ୍‌(ଆରପିଏଲ-୪) ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ ଖୁସି ଫାଇଟର ଓ ମାନ୍‌ଭି ବ୍ଲାଷ୍ଟର ମଧ୍ୟରେ...

ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୯ ଜିଲାପାଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏଥିରେ ଉଭୟ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଏବଂ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)...

ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ

ରେମୁଣା,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ...

ୱାର୍ଡ଼ ବୁଲି ସମସ୍ୟା ବୁଝିଲେ ବିଧାୟକ

ବାଲେଶ୍ୱର ଅଫିସ,୨୨।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଗୁରୁବାର ସନ୍ଧ୍ୟାରେ ପୌରାଞ୍ଚଳର ୫ ଓ ୭ନମ୍ବର ୱାର୍ଡ଼ ପରିଦର୍ଶନ କରିଥିଲେ। ଉକ୍ତ ୱାର୍ଡ଼ଗୁଡିକରେ ଥିବା ପାନୀୟଜଳ,...

ଜଳାଶୟରେ ବୁଡ଼ି ନାବାଳକ ମୃତ

ଛତ୍ରପୁର, ୧୯।୧୦: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଡୁଗୁଲ ଛକ ନିକଟ ଏକ ଅସ୍ଥାୟୀ ଜଳାଶୟରେ ବୁଡି ଶନିବାର ଜଣେ ନାବାଳକର ମୃତ୍ୟୁ ଘଟିଛି। ସେ...

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି।...

Leave a comment

Your email address will not be published. Required fields are marked *