ହୃଦ୍‌ପିଣ୍ଡ ସୁସ୍ଥ ରଖେ ସୋରିଷ ତେଲ

ପ୍ରାୟ ସମସ୍ତଙ୍କ ଘରେ ପ୍ରତିଦିନ ସୋରିଷ ତେଲର ବ୍ୟବହାର କରାଯାଏ। ଖାଦ୍ୟ ପ୍ରସ୍ତୁତି ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ସୋରିଷ ତେଲ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା। ଆପଣ ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ। କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ଆସେ। ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି। ଏହାକୁ ନିୟମିତ ରୂପେ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ଓ ସଂକ୍ରମଣ ସମସ୍ୟା ଦୂର ହୋଇଯାଏ। ସୋରିଷ ତେଲରେ ଭରି ରହିଛି ଭିଟାମିନ, ଯାହା ଚର୍ମ ଓ କେଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ସୋରିଷ ତେଲ ପାଦରେ ମାଲିସ କଲେ ଥଣ୍ଡାସର୍ଦ୍ଦି ସମସ୍ୟାରୁ ଉପଶମ ମିଳିଥାଏ। ଏହି ତେଲରେ କୋଲେଷ୍ଟ୍ରଲ ମାତ୍ରା ସନ୍ତୁଳିତ ରହିଥାଏ। ସୋରିଷ ତେଲରେ ଭରପୂର ମାତ୍ରାରେ ମୋନୋସ୍ୟାଚ୍ୟୁରେଟେଡ ଫ୍ୟାଟି ଏସିଡ୍‌ ଥାଏ। ଯାହା ଶରୀରରୁ ଅଦରକାରୀ ଚର୍ବିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ହୃଦ୍‌ପିଣ୍ଡ ସୁସ୍ଥ ରହେ।


All Right Reserved By Dharitri.Com

ପୁରୁଣା ଜିନିଷ ନୂଆ ରୂପ

ଛୋଟ ହେଉ କିମ୍ବା ବଡ଼, ଏଠାରେ ପ୍ରତି ସାମଗ୍ରୀରେ ଝଲସୁଛି କାରିଗରଙ୍କ ହସ୍ତକଳାର ନୈପୁଣ୍ୟତା। ସାଧାରଣ ମଣିଷର କଳ୍ପନା ବାହାରେ ଏମାନେ ସୃଷ୍ଟି କରିଛନ୍ତି ଗୋଟିଏକୁ...

ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ଏକ ଗବେଷଣାରୁ ବିଶେଷଜ୍ଞମାନେ ଏହା ଜାଣିବାକୁ ପାଇଛନ୍ତି। ବିଶେଷଜ୍ଞଙ୍କ ମତରେ, ସ୍ପଣ୍ଡିଲାଇଟ୍ସକୁ ଅଣଦେଖା କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଗମ୍ଭୀର ରୋଗର ସାମ୍ନା କରିବାକୁ ପଡ଼ିଥାଏ।...

ଏସିର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟପକ୍ଷେ ହାନିକାରକ, ହୋଇଥାଏ ଅନେକ ସମସ୍ୟା: ଜାଣନ୍ତୁ..

ଖରାଦିନ ଆସିବା ମାତ୍ରେ ଏସି ଲାଗିବା ଆରମ୍ଭ ହୋଇଯାଏ। ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ...

ଶୀତରେ ବି ଲାଗିବେ ସୁନ୍ଦର

ଶୀତରେ ତ୍ୱଚା ଏବଂ କେଶ ରୁକ୍ଷ ହୋଇଯାଏ। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ଘରୋଇ ଉପାୟ ଆପଣେଇଲେ ତ୍ୱଚା ଓ କେଶ ସୁନ୍ଦର...

ଫ୍ୟାଶନରେ ଅଳତା

ପୂଜା ପାର୍ବଣ ସମୟରେ ମହିଳାମାନେ ବି ଆକର୍ଷଣୀୟ ଦେଖାଯିବା ପାଇଁ ନିଜକୁ ଖୁବ୍‌ ସୁନ୍ଦର ଭାବେ ସଜାଇଥାନ୍ତି। ଝିଲ୍‌ମିଲ୍‌ ଡ୍ରେସ୍‌ କିମ୍ବା ଶାଢି ସାଙ୍ଗକୁ ମ୍ୟାଚିଂ...

ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଗୁଜୁରାତି

ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ...

ବାମ୍ବୁ ଚିକେନ ବିରିୟାନି

ଆବଶ୍ୟକ ସାମଗ୍ରୀ: ୫୦୦ ଗ୍ରାମ୍‌ ଚିକେନ୍‌, ୨ କପ୍‌ ବାସ୍‌ମତି ଚାଉଳ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ୧/୨ ଚାମଚ ହଳଦୀଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ,...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

Leave a comment

Your email address will not be published. Required fields are marked *