ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ: ପୋଲିସ-ଜନତା ମୁହାଁମୁହିଁ

ଆନନ୍ଦପୁର,୧୫।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସିଂଡୋଭ ଗ୍ରାମବାସୀ ବଞ୍ଚୋ ବାଲିଘାଟରୁ ଗ୍ରାମରାସ୍ତାରେ ବେଆଇନ ଭାବେ ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ କରି ଚଳିତ ମାସ ୧୨ତାରିଖରୁ ରାସ୍ତାକଡ଼ରେ ଧାରଣାରେ ବସି ରହିଛନ୍ତି। ରବିବାର ଚତୁର୍ଥ ଦିନରେ ବାଲି ବୋଝେଇ ଗାଡ଼ି ପୁନର୍ବାର ପ୍ରବେଶ କରିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ଏସ୍‌ଡିପିଓଙ୍କ ଦାୟିତ୍ୱରେ ଥିବା ଘଟଗାଁ ଏସ୍‌ଡିପିଓ ରବିନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସର ବୁଝାସୁଝା ସତ୍ତ୍ୱେ ଗ୍ରାମବାସୀ ବାଲି ବୋଝେଇ ଗାଡ଼ିକୁ ଗ୍ରାମରାସ୍ତାରେ ଛାଡ଼ିବାକୁ ଦେଇ ନ ଥିଲେ। ଫଳରେ ପୋଲିସ ଧାରଣାକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ପୋଲିସ ବେଆଇନ ରାସ୍ତା ଅବରୋଧ ଘଟଣାରେ ୧୧ଜଣ ଗ୍ରାମବାସୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।


All Right Reserved By Dharitri.Com

ପାରାଭାଡ଼ି ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୩।୩(ଡିଏନଏ): ପ୍ରାଚୀନ ବୌଦ୍ଧ କିର୍ତ୍ତୀରାଜି ପରିପୂର୍ଣ୍ଣ ପାରାଭାଡ଼ି ପାହାଡ଼ ଏବେ ବିପଦରେ। ଏହି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇଥିବାବେଳେ ଏଠାରୁ ବିଶ୍ୱପ୍ରସିଦ୍ଧ ଖୀ.ପୂ....

ଲକ୍ଷ୍ମୀପୁରରେ ବିଜେଡିର ପ୍ରଭୁ ଜାନି ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଟି ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡରେ ବିଜେଡିର ପ୍ରଭୁ ଜାନି ୧୭୦୮ ଭୋଟ୍‌...

ନାବାଳିକାଙ୍କୁ ଅପହରଣ, ହତ୍ୟା ମାମଲା: ତଦନ୍ତ ଆରମ୍ଭ, ଅଭିଯୁକ୍ତ କୋର୍ଟ ଚାଲଣ

ରସୁଲପୁର, ୪ା୮(ଡିଏନଏ): ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମର ତ୍ରିଲୋଚନ ଭୋଇଙ୍କ ଘରୁ ଶୁକ୍ରବାର ପୂର୍ବାହ୍ନରେ କୁଆଖିଆ ଥାନା ପୋଲିସ ପକ୍ଷରୁ ଜଣେ ନାବାଳିକା...

ବଧୂହତ୍ୟା ଅଭିଯୋଗ: ସ୍ବାମୀ ସହିତ ଭାଉଜ ଗିରଫ

ଯାଜପୁର,୧୩।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରତଳାଙ୍ଗ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ...

ବସ୍‌ଷ୍ଟାଣ୍ଡରେ ଆବର୍ଜନା ଗଦା ନେଇ ଗଣ୍ଡଗୋଳ: ଥାନାରେ ଦୁଇ ପକ୍ଷରୁ ଏତଲା

ଝୁମ୍ପୁରା, ୨୭।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବସ୍‌ଷ୍ଟାଣ୍ଡ ନିକଟରେ ଅଳିଆ ଆବର୍ଜନା ପକାଯିବା ଘଟଣାକୁ କେନ୍ଦ୍ରକରି ଗତ ୨୩ ତାରିଖ ସନ୍ଧ୍ୟା ସମୟରେ ଗଣ୍ଡଗୋଳ ଘଟି...

ଏମ୍‌କେସିଜିରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୨୭ା୩-ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶୁକ୍ରବାର ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କରୋନା ୱାର୍ଡର ସ୍ବତନ୍ତ୍ର କକ୍ଷରେ ରଖାଯାଇଛି। ଶନିବାର ସନ୍ଦିଗ୍ଧଙ୍କ ସ୍ବାବ୍‌...

ପରିଚଏ ଖୁଜୁଛେ କୁଦେଲପଟା ଗଁ। ହକ୍‌, ମଉଲିକ ସୁବିଧାରୁ ବଁଚିତ୍‌ ଗଁ। ବାସୀ

ଭବାନୀପାଟଣା,୩।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦରନୁ ୧୪ କି.ମି. ଦୂରେ ରହିଛେ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କୁଦେଲପଟା ଗଁା। ଗଁାଟା ନିୟମଗିରି ପାଡାଡ଼ ଅଂଚଲରେ...

ବିଦ୍ୟୁତ୍‌ ଆଘାତରେ ଭାଲୁ ମୃତ

କୋକସର/ଜୟପାଟଣାା, ୧୧।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଘଣ୍ଟିଗୁଡା ଗ୍ରାମ ଜଙ୍ଗଲ ନିକଟରେ ଥିବା ଚାଷ ଜମିରେ ଛିଣ୍ଡି ପଡିଥିବା ୧୧ କେଭି ଜୀବନ୍ତ ବିଦ୍ୟୁତ୍‌...

Leave a comment

Your email address will not be published. Required fields are marked *