ଘରେ ଅସରପା ହେଉଛନ୍ତି କି… ଆପଣାନ୍ତୁ ଏହି ଘରୋଇ ଉପଚାର

ଘର ଅପରିଷ୍କାର ରହିଲେ ଅସରପା ହେବାର ସମ୍ଭାବନା ଥାଏ। ବର୍ଷା ଏବଂ ଶୀତଦିନେ ଏମାନଙ୍କର ସଂଖ୍ୟା ବଢ଼ିଯାଏ। ଅସରପା ଖାଦ୍ୟ ପଦାର୍ଥରେ ବସିବାଠାରୁ ଆରମ୍ଭ କରି କପଡ଼ା କାଟି ନଷ୍ଟ କରିଦେଉଥିବାରୁ ଅନେକ ସମୟରେ ଚିନ୍ତାର କାରଣ ପାଲଟେ। ସେମାନଙ୍କୁ ମାରିବା ଲାଗି ବଜାରରେ ବିଭିନ୍ନ ବିଷାକ୍ତ ଲିକ୍ୟୁଇଡ୍‌ ସ୍ପ୍ରେ ମିଳୁଥିଲେ ମଧ୍ୟ ଏହାର ଘରୋଇ ଉପଚାର ରହିଛି, ଯାହାକି ଘରୁ ଅସରପା ଦୂର କରିବାରେ ସହାୟକ ହେବ।

ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ୧୦ ଗ୍ରାମ୍‌ ବୋରିକ୍‌ ଏସିଡ୍‌ରେ ଏକ ଚାମଚ୍‌ ଚିନି, ଏକ ଚାମଚ ଦହି ଓ କିଛି ଅଟା ମିଶାଇ ଗୁଳା ପ୍ରସ୍ତୁତ କରନ୍ତୁ। ତାହାକୁ ଅସରପା ହେଉଥିବା ସ୍ଥାନରେ ରଖନ୍ତୁ, ଦେଖିବେ ଆଉ ଅସରପା ହେବେ ନାହିଁ।

ତେଜପତ୍ରର ବାସ୍ନାରେ ମଧ୍ୟ ଅସରପା ହୋଇ ନ ଥାନ୍ତି। ଯଦି ଘରେ ଅସରପା ହେଉଥାନ୍ତି ତେବେ ଏହି ପତ୍ରକୁ ଉକ୍ତ ସ୍ଥାନରେ ରଖିବା ଫଳରେ ଏହି ସମସ୍ୟା ଦୂର ହୋଇଯିବ।

ଲବଙ୍ଗକୁ ମଧ୍ୟ ଅସରପା ଡରିଥାନ୍ତି। ଷ୍ଟୋର ରୁମ୍‌ କିମ୍ବା ରୋଷେଇ ଘରେ ଏହାକୁ ରଖିଦେବା ଫଳରେ ଅସରପା ହୋଇ ନ ଥାନ୍ତି।

ବ୍ରଶ୍‌ରେ ଲଗାଯାଉଥିବା ପାଉଡର ଦ୍ୱାରା ମଧ୍ୟ ଅସରପା ଦୂର ହୋଇଥାନ୍ତି।


All Right Reserved By Dharitri.Com

କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ

ବର୍ତ୍ତମାନ ଅଧିକାଂଶ ମହିଳା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହାକୁ ବ୍ୟବହାର କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ...

ଏସବୁ ରୋଗ ଦୂର କରେ ଜହ୍ନି

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି।...

ସଂକ୍ରମିତଙ୍କ ଛେପକୁ ସାବଧାନ !

ଓ୍ବାଶିଂଟନ,୨୪।୩: କରୋନା ଭୂତାଣୁ ସଂକ୍ରମଣ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ସଂକ୍ରମିତଙ୍କ ଛେପ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।...

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଅଖରୋଟ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ସଦ୍ୟତମ ଗବେଷଣାରୁ...

ହାଣ୍ଡି ପନିର

ଆବଶ୍ୟକ ସାମଗ୍ରୀ: ପନିର (୨୦୦ଗ୍ରାମ୍‌), ଅଳ୍ପ ପରିମାଣର ଅଦା(ଘସା ହୋଇଥିବା), ହଳଦୀଗୁଣ୍ଡ (ଅଧା ଚାମଚ), ଗରମ ମସଲା (ଅଧା ଚାମଚ), ଟମାଟୋ (ଗୋଟିଏ), ଗୋଲମରିଚ ଗୁଣ୍ଡ...

ଗର୍ଭାବସ୍ଥାରେ ପିଉଛନ୍ତି କି ମୃଦୁପାନୀୟ? ପଡ଼ିପାରନ୍ତି ଏହି ସମସ୍ୟାରେ

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ପେଟରେ ବଢ଼ୁଥିବା ଶିଶୁ ଉପରେ ପଡ଼ିବ। ଅନେକ...

ବେଶି ସମୟ ସୂର୍ଯ୍ୟନମସ୍କାର କରେ

ନିଜକୁ ଫିଟ୍‌ ରଖିବାକୁ ହେଲେ ଡାଏଟ୍‌ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼େ। ଫିଟ୍‌ ରହିବା ପାଇଁ ଶାରୀରିକ ପରିଶ୍ରମର ୪୦% ପ୍ରଭାବ ଥିବା ବେଳେ...

ଶୀତଦିନେ ଖାଆନ୍ତୁ ଟମାଟୋ, ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ… -ଟମାଟୋରେ କ୍ୟାଲ୍‌ସିୟମ...

Leave a comment

Your email address will not be published. Required fields are marked *