Posted inଖେଳ

ଓ୍ବେଟରଙ୍କୁ ଖୋଜୁଛନ୍ତି ସଚିନ

ଚେନ୍ନାଇ,୧୫।୧୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଚେନ୍ନାଇର ଏକ ହୋଟେଲର ଜଣେ ଓ୍ବେଟରଙ୍କୁ ଖୋଜୁଛନ୍ତି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ଏଲବୋ ଗାର୍ଡ ବ୍ୟବହାର ଯୋଗୁ ତାଙ୍କ ବ୍ୟାଟ୍‌ ସୁଇଙ୍ଗ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ସେ ଚିନ୍ତିତ ଥିଲେ। ଏ ସମ୍ପର୍କରେ ଜଣେ ଓ୍ବେଟରଙ୍କ ପରାମର୍ଶ ସଚିନଙ୍କ ପାଇଁ ଫାଇଦା ଆଣି ଦେଇଥିଲା। ଓ୍ବେଟରଙ୍କ ପରାମର୍ଶକ୍ରମେ ସେ ଏଲବୋ ଗାର୍ଡରେ ପରିବର୍ତ୍ତନ କରିଥିଲେ। ଉକ୍ତ ଓ୍ବେଟରଙ୍କୁ ପୁଣି ଥରେ ଭେଟିବା ପାଇଁ ସଚିନ ଇଚ୍ଛା ପ୍ରକଟ କରି ଏକ ଭିଡିଓ ଶେୟାର କରିଛନ୍ତି। ଏକ ଟେଷ୍ଟ ସିରିଜ୍‌ବେଳେ ମୁଁ ଚେନ୍ନାଇର ତାଜ୍‌ କରୋମଣ୍ଡେଲ ହୋଟେଲର ଜଣେ ଷ୍ଟାଫଙ୍କୁ ଭେଟିଥିଲି। ତାଙ୍କ ସହ ମୋ ଏଲବୋ ଗାର୍ଡ ସମ୍ପର୍କରେ ଆଲୋଚନା ହେବା ପରେ ଏଥିରେ ପରିବର୍ତ୍ତନ କରିଥିଲି। ମୁଁ ଜାଣି ନାହିଁ ସେ ଏବେ କେଉଁଠାରେ। ତାଙ୍କ ସହ ଆଉ ଥରେ ଭେଟ ହେଲେ ତାହା ମୋ ପାଇଁ ସ୍ମରଣୀୟ ହେବ।


All Right Reserved By Dharitri.Com

Posted inଖେଳ View All

ସର୍ଗିଓ ଅଗୁରୋଙ୍କ ପ୍ରିମିୟର ଲିଗ୍‌ ରେକର୍ଡ

ଲଣ୍ଡନ,୧୩।୧- ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର ସର୍ଗିଓ ଅଗୁରୋ ପ୍ରିମିୟର ଲିଗ୍‌ ଇତିହାସରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ କରିଥିବା ଖେଳାଳି ହେବାର ରେକର୍ଡ କରିଛନ୍ତି।...

ମହିଳା କ୍ରିକେଟ ବିଶ୍ୱକପ: କୌଣସି ଦଳ ଫେଭରାଇଟ୍‌ ନୁହଁନ୍ତି: ମିଥାଲି

ନୂଆଦିଲ୍ଲୀ, ୫।୫- ଆସନ୍ତା ବର୍ଷ ପ୍ରାରମ୍ଭରେ ମହିଳା କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ । ମାତ୍ର କୋଭିଡ୍‌-୧୯ ଯୋଗୁ ଏହି ମେଗା ଇଭେଣ୍ଟ ପାଇଁ କୌଣସି...

ସମସ୍ତଙ୍କ ହୃଦୟ ଜିତିଲେ ସୁମିତ୍‌ ନାଗଲ

ନୂଆଦିଲ୍ଲୀ,୨୭।୮:ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ ଓପନର ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ସମସ୍ତଙ୍କ...

ସୁଶୀଲଙ୍କୁ ବିଶ୍ୱ ଚାମ୍ପିୟନଶିନପ୍‌ ଟିକେଟ

ନୂଆଦିଲ୍ଲୀ,୨୧।୮(ପି.ଟି.)- ଫର୍ମରେ ନ ଥିବା ତାରକା ରେସଲର ସୁଶୀଲ କୁମାର ଶେଷରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ମଙ୍ଗଳବାର ଏଠାରେ ଚାଲିଥିବା...

‘ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ ହେବ ନାହିଁ’

ଲଣ୍ଡନ,୧୪।୮(ପି.ଟି.)- ଭାରତ ଓହରିଯିବାର ଧମକ ଦେବା ସତ୍ତ୍ୱେ ମଧ୍ୟ ଶୁଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବ ନାହିଁ ବୋଲି କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) ମୁଖ୍ୟ ଲୋଇସ୍‌...

ଜୁଲାଇ- ସେପ୍ଟେମ୍ବରରେ ଆଇପିଏଲ୍‌ ଆୟୋଜନ ନେଇ ଯୋଜନା

ମୁମ୍ବାଇ,୧୯।୩- କରୋନା ଭାଇରସ ସଂକ୍ରମଣ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହି...

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍‌, ୩୦ା୧୨ (ଏଏଫ୍‌ପି)-ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜରେ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ...

ବାରବାଟୀ ଫ୍ଲଡ୍‌ଲାଇଟ୍‌ ମରାମତି ଆରମ୍ଭ

କଟକ ଅଫିସ,୧୯ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରସ୍ତୁତି ଆରମ୍ଭ କରିଛି। ସୋମବାର...

Leave a comment

Your email address will not be published. Required fields are marked *