Posted inଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ପାଇଁ ଥିଲା ସତର୍କ ସୂଚନା: ଯେଉଁଠି ଲୁଚିଲେ ବି ସେଠି ପହଞ୍ଚିବ ଭାରତୀୟ ସେନା; କହିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଚଣ୍ଡିଗଡ଼,୧୫।୧୨: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ଦ୍ୱାରା ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା ଯେ, ଯେଉଁଠି ଲୁଚିଲେ ବି ସେଠାରେ ଭାରତୀୟ ସେନା ପହଞ୍ଚିପାରିବ। ଏନେଇ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ସୂଚନା ଦେଇଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ ଚଣ୍ଡିଗଡ଼ଠାରେ ଆୟୋଜିତ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଦି ମେସେଜ୍‌ ଅଫ୍‌ ବାଲାକୋଟ୍‌’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ସେ ଏଭଳି କହିଛନ୍ତି। ୧୯୯୩ ମୁମ୍ବାଇ ବିସ୍ଫୋରଣ ଏବଂ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କୌଣସି ପାଲଟା ଆକ୍ରମଣ କରାଯାଇ ନ ଥିଲା। ତେବେ ଗତ ୪୭ ବର୍ଷର ଯୁଦ୍ଧ ଇତିହାସରେ ପ୍ରଥମ ଥର ପାଇଁ ଫେବୃୟାରୀ ୧୪ରେ ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସମୟରେ ଭାରତ ପାଖରେ ରାଫାଲ ଯୁଦ୍ଧ ବିମାନ ଥିଲେ ସ୍ଥିତି ଅନ୍ୟ ପ୍ରକାର ହୋଇଥାନ୍ତା ବୋଲି ସେ କହିଛନ୍ତି। ରାଫାଲକୁ ଆଣିବା ଲାଗି କେବଳ କଥାବାର୍ତ୍ତାରେ ୧୦ ବର୍ଷ ବିତିଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ...

ପେନ୍‌ସନଧାରୀଙ୍କ ଘରୁ ସଂଗ୍ରହ ହେବ ଜୀବିତ ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧-୧(ପି.ଟି.):ପେନ୍‌ସନଧାରୀ ଜୀବିତ ଥିବାର ପ୍ରମାଣପତ୍ର ଏଣିକି ସେମାନଙ୍କ ଘରୁ ସଂଗ୍ରହ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏବାବଦରେ ପେନ୍‌ସନଧାରୀଙ୍କଠାରୁ ସର୍ବାଧିକ ୬୦ ଟଙ୍କା ଦେୟ...

ସୁରକ୍ଷିତ ନୁହେଁ ଜଙ୍ଗଲ ରାଜା: ୭ ବର୍ଷରେ ଶିକାରୀ ଗୁଳିରେ ୨ ଶହ ୨୨ ମୃତ; ମଧ୍ୟପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ,୮।୭: ଜଙ୍ଗଲର ରାଜା ବାଘକୁ ସୁରକ୍ଷା ମିଳିପାରୁନି। ୨୦୧୨ରୁ ୨୦୧୮ ମଧ୍ୟରେ ଗତ ୭ ବର୍ଷରେ ଦେଶରେ ମୋଟ ୬ ଶହ ୫୭ ବାଘଙ୍କ ମୃତ୍ୟୁ...

ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ହାର ୬୨.୦୩ ପ୍ରତିଶତ

ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଦାନ ସରିଥିବା ବେଳେ ଏହି...

ଉନ୍ନାଓ ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ: ଭାଜପା କାର୍ଯ୍ୟାଳୟ ଘେରିଲେ କଂଗ୍ରେସକର୍ମୀ

ଲକ୍ଷ୍ନୌ,୭।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

ଝାଡ଼ଖଣ୍ଡରେ ୬୨% ମତଦାନ

ରାଞ୍ଚି, ୧୩ା୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ୬୨ ପ୍ରତିଶତ ଭୋଟଗ୍ରହଣ କରାଯାଇଥିବା ଜଣାପଡ଼ିଛି। ୮ ଜିଲାର ୧୭ ଟି...

ବଜେଟକୁ ନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ...

ବର୍ଷକ ମଧ୍ୟରେ ଭାଜପା ହାତରୁ ଖସି ଯାଇପାରେ ପଞ୍ଚମ ରାଜ୍ୟ

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଗଣନା ସୋମବାର ସକାଳୁ ଆରମ୍ଭ ହୋଇଛି। ଏଥିରେ ସକାଳ ୧୧ଟା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୩୧ଟି ଆସନରେ ଆଗୁଆ...

Leave a comment

Your email address will not be published. Required fields are marked *