Posted inଖେଳ

ରିଙ୍କୁଙ୍କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)-ଉତ୍ତର ପ୍ରଦେଶର ବାମହାତୀ ଖେଳାଳି ରିଙ୍କୁ ସିଂଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩ ମାସ ସସ୍‌ପେଣ୍ଡ କରିଛି। ସ୍ବୀକୃତି ପାଇ ନ ଥିବା ଆବୁଧାବି ଟି୨୦ ଲିଗ୍‌ରେ ଖେଳିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। କେବଳ ସେତିକି ନୁହେଁ ଏହି ଖେଳାଳିଙ୍କୁ ଭାରତ ଏ’ ଦଳରୁ ପ୍ରତ୍ୟାହାର କରି ନିଆଯାଇଛି। ରିଙ୍କୁଙ୍କ ଦଣ୍ଡାଦେଶ ଜୁନ୍‌ ୧ରୁ ଲାଗି ହେବ। ବିସିସିଆଇ ଭେଟେରାନ ଅଲ୍‌ରାଉଣ୍ଡର ଇରଫାନ ପଠାନଙ୍କୁ କେବଳ ଚେତାବନୀ ସହ ଛାଡ଼ିଦେଇଛି। ଏହି ଖେଳାଳି ବୋର୍ଡର ବିନା ଅନୁମତିରେ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ)ରେ ଅଂଶଗ୍ରହଣ କରିବା ଲାଗି ତାଙ୍କ ନାମ ପଠାଇଥିଲେ। ମାତ୍ର ପରବର୍ତ୍ତୀକାଳରେ ସେଥିରୁ ଓହରିଯାଇଥିଲେ। ପୂର୍ବତନ ଭାରତର ୧୯ବର୍ଷରୁ କମ୍‌ ଅଧିନାୟକ ଅନୁଜ ରାଓ୍ବତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ କେବଳ ତାଗିଦ ସହ ଛାଡ଼ି ଦିଆଯାଇଛି। ଏହି ଖେଳାଳି ପାକିସ୍ତାନୀ କ୍ରିକେଟରଙ୍କ ସହିତ ମରିସସ୍‌ରେ ସ୍ବୀକୃତି ପାଇ ନ ଥିବା ଏକ ଟି୨୦ ଲିଗ୍‌ରେ ଖେଳିଥିଲେ। ରିଙ୍କୁ ଗତ ଦୁଇ ସିଜନ ଧରି କୋଲକାତା ନାଇଟ୍‌ ରାଇଡର୍ସ ଦଳରେ ରହି ଆସିଛନ୍ତି। ଆଇପିଏଲ ଶେଷ ହେବା ପରେ ସେ ଅଣସ୍ବୀକୃତି ଲିଗ୍‌ରେ ଖେଳିଥିଲେ।
ବିସିସିଆଇ କହିଛି, ବୋର୍ଡ ଦ୍ୱାରା ପଞ୍ଜୀକୃତ ଖେଳାଳିମାନେ ବିନା ଅନୁମତି ବିଦେଶରେ କୌଣସି ଟୁର୍ନାମେଣ୍ଟରେ ଭାଗ ନେଇ ପାରିବେ ନାହିଁ। ରିଙ୍କୁ ବିନା ଅନୁମତିରେ ଟୁର୍ନାମେଣ୍ଟରେ ଭାଗନେଇଥିବାରୁ ସିଧାସଳଖ ନିୟମ ଉଲ୍ଲଂଘନ କରିଥିଲେ। ରିଙ୍କୁ ଜଣେ ଯୁବ ଖେଳାଳି ହୋଇଥିବାରୁ ତାଙ୍କୁ କେବଳ ତାଗିଦ ସହ ଛାଡ଼ିଦେବା ଠିକ୍‌ ହେବ ନାହିଁ। କ୍ରିକେଟ ଅପରେଶନ୍ସ ଟିମ୍‌ରେ କାର୍ଯ୍ୟକରୁଥିବା ବିସିସିଆଇର ଜଣେ ସିନିୟର ଅଫିସିଆଲ ନିଜନାମ ଗୋପନ ରଖିବାକୁ କହି ବୋର୍ଡର ଏହି ଦ୍ୱୈତ୍ୟ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବହୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଇରଫାନ ପଠାନ ନିୟମ ଓ କାନୁନ ବିଷୟରେ ଅବଗତ ଥାଇ ମଧ୍ୟ ସିପିଏଲ୍‌ରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ତାଙ୍କୁ ଯଦି ଦଣ୍ଡ ବିଧାନ କରାଗଲା ନାହିଁ ତେବେ ପ୍ରଥମ ଥର ତ୍ରୁଟି କରିଥିବା ରିଙ୍କୁଙ୍କୁ କାହିଁକି ଦଣ୍ଡ ବିଧାନ କରାଗଲା ବୋଲି କହିଛନ୍ତି। ବିସିସିଆଇ କ୍ରିକେଟ ଅପରେଶନ୍ସର ଜେନେରାଲ ମ୍ୟାନେଜର ସବା କରିମ୍‌ଙ୍କୁ ଏ ବିଷୟରେ ପଚରାଯିବାରେ ସେ କହିଥିଲେ ଏଥିରେ ମୁଁ ସହମତି ଇରଫାନ ଟୁର୍ନାମେଣ୍ଟ ଖେଳି ନ ଥିଲେ। ଯୁବ ଖେଳାଳିଙ୍କ ଲାଗି ଉଦାହରଣ ସୃଷ୍ଟି ପାଇଁ ଏହି ଦଣ୍ଡ ବିଧାନ କରାଯାଇଛି। ସିନିୟର ଅଫିସିଆଲ ଜଣକ ଆହୁରି ମଧ୍ୟ ଯୁକ୍ତି ଦର୍ଶାଇଥିଲେ ଯେ, ବିସିସିଆଇ ଯଦି ଯୁବ ଖେଳାଳିଙ୍କ ଲାଗି ଉଦାହରଣ ସୃଷ୍ଟି ପାଇଁ ଏପରି କରିଛି ତେବେ ଦିଲ୍ଲୀ କିପର ଓ ବ୍ୟାଟ୍ସମ୍ୟାନ ଅନୁଜ ରାଓ୍ବତଙ୍କୁ କିପରି ବିନା ଦଣ୍ଡରେ ଛାଡ଼ି ଦିଆଗଲା। ରାଓ୍ବତ ପୂର୍ବତନ ପାକିସ୍ତାନ ଖେଳାଳିଙ୍କ ସହିତ ଖେଳିଥିଲେ, ଯେଉଁମାନେ ଆଇସିସି ଦୁର୍ନୀତି ନିରୋଧୀ ୟୁନିଟ୍‌ ରାଡାରରେ ଅଛନ୍ତି। ତୁମେ ଯଦି କୌଣସି ୟଙ୍ଗଷ୍ଟରଙ୍କୁ ଏକ ନୀତିଶିକ୍ଷା ଦେବାକୁ ଚାହୁଁଛ ତେବେ ଏହି ନିୟମ ସମସ୍ତଙ୍କ ପାଇଁ ସମାନ ରହିବା ଉଚିତ୍‌। ନିକଟରେ ଶ୍ରୀଲଙ୍କାରେ ଭାରତର ୧୯ ବର୍ଷରୁ କମ୍‌ ଦଳ ତରଫରୁ ଖେଳିଥିବା ଅନୁଜ ରାଓ୍ବତଙ୍କ ଛାଡ଼ି ଦେଇଥିବା ବେଳେ ସମାନ ଅପରାଧ ପାଇଁ ରିଙ୍କୁ ସିଂଙ୍କୁ ଭାରତର ପ୍ରତିନିଧିତ୍ୱ ସୁଯୋଗରୁ ବଞ୍ଚତ୍ତ କରିବା କେତେ ଯଥାର୍ଥ ବୋଲି ସିନିୟର ଅଫିସିଆଲ ଜଣଙ୍କ ପ୍ରଶନ କରିଛନ୍ତି।


All Right Reserved By

Posted inଖେଳ

ଅନୁପମାଙ୍କ ପାଇଁ ଏସିଆନ ଗେମ୍ସ ସମ୍ଭାବନା; ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗ୍‌ ଜୁଠାରେ ଅନୁଷ୍ଠିତ ବିଶ୍ୱ ମାର୍ଶାଲ ଆର୍ଟର ଅଲିମ୍ପିକ୍‌ ଭାବେ ବିବେଚିତ ହେଉଥିବା ମାଷ୍ଟରଶିପ୍‌ ପ୍ରତିଯୋଗିତାର ଜୁଜୁଟ୍‌ସୁ ଫାଇଟିଂ(କଣ୍ଟାକ୍ଟ...

ବୋଲର ପ୍ରଭାବୀ, ରାହାନେଙ୍କ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୩।୮- ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଭାରତ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଏହି ମନ୍ତ୍ର ଦେଲେ ଇମ୍ରାନ

ଇସଲମାବାଦ୍‌, ୭।୬: ୨୦୧୯ କ୍ରିକେଟ ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପୂର୍ବତନ ଖେଳାଳି ତଥା ପ୍ରଧାନମନ୍ତ୍ରୀ ଇମ୍ରାନ...

ହିର୍‌ଓ୍ବାନୀ ମହିଳା ଦଳର ସ୍ପିନ ବୋଲିଂ ପରାମର୍ଶଦାତା

ନୂଆଦିଲ୍ଲୀ, ୧୮।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ତଥା ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ସ୍ପିନ କୋଚ୍‌ ନରେନ୍ଦ୍ର ହିରଓ୍ବାନୀଙ୍କୁ ଗୁରୁବାର ନୂଆ ଦାୟିତ୍ୱ ମିଳିଛି।...

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ...

ନେଦରଲାଣ୍ଡ୍ସ ସେମିଫାଇନାଲରେ

ଭାଲେନ୍‌ସିଜ (ଫ୍ରାନ୍ସ), ୩୦ା୬ (ଏଏଫ୍‌ପି)- ନେଦରଲାଣ୍ଡ୍ସ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲ...

ଆଇଏଏଏଫ୍‌ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ

ଜେନେଭା, ୪ା୬ (ଏଏଫ୍‌ପି)-ସୁଇଜରଲାଣ୍ଡର ଟପ୍‌ କୋର୍ଟ ସୋମବାର ସାମୟିକ ଭାବେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍‌ ଫେଡେରେଶନ୍ସ (ଆଇଏଏଏଫ୍‌)ର ବିବାଦୀୟ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ କରିଛନ୍ତି।...

ଜାତୀୟ ପୁରୁଷ ହକି କୋଚିଂ କ୍ୟାମ୍ପରେ ୫ ଓଡ଼ିଆ

ନୂଆଦିଲ୍ଲୀ, ୮।୭- ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ୟାମ୍ପସରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ପୁରୁଷ ହକି ପ୍ରଶିକ୍ଷଣ ଶିବିର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *