ଫେକ୍‌ ଆପ୍‌, ଫ୍ରି ଓ୍ବାଇଫାଇ ପ୍ରତି ସାବଧାନ: ଅପରାଧୀଙ୍କ ଟାର୍ଗେଟରେ ମହିଳା, ଛାତ୍ର ଓ ବୟସ୍କ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆପଣ ସ୍ପାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି କି? ସତର୍କ ନ ହେଲେ ନିମିଷକରେ ସାଇବର ଅପରାଧୀମାନେ ଆପଣଙ୍କ ମୋବାଇଲ୍‌ରୁ ତଥ୍ୟ ଚୋରିକରି ଟଙ୍କା ଲୁଟିନେବେ। କେବଳ ପ୍ଲେ ଷ୍ଟୋର୍‌ରୁ ହିଁ ଆବଶ୍ୟକୀୟ ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ। ଫେକ୍‌ ଆପ୍‌ ଡାଉନ୍‌ ଲୋଡ଼୍‌ କରି ଇନଷ୍ଟଲ କଲେ ଆପଣଙ୍କର ମୋବାଇଲରେ ଥିବା ସବୁ ତଥ୍ୟ ଚୋରି ହୋଇଯିବ। ଯେଉଁ ଆପ୍‌ଟି କମ୍‌ ଏମ୍‌ବିର ରହିଥିବ ତାହା ସାଇବର ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଇପାରେ। ଆଇଆଇଆଇଟି କ୍ୟାମ୍ପସରେ ଅନୁଷ୍ଠିତ ସାଇବର ଅପରାଧ ସଂକ୍ରାନ୍ତ କର୍ମଶାଳାରେ ସାଇବର ବିଶେଷଜ୍ଞମାନେ ଏଭଳି ପରାମର୍ଶ ଦେଇଛନ୍ତି। ବିଶେଷକରି ପର୍ନ ସାଇଟ୍‌ ଓ ଲଟେରି ବିଜେତା ହୋଇଥିବା ନେଇ ମୋବାଇଲ୍‌କୁ ଆସୁଥିବା ଲିଙ୍କ୍‌କୁ ଖୋଲିବାକୁ ବିଶେଷଜ୍ଞମାନେ ମନା କରିଛନ୍ତି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର କହିଲେ, ସାଇବର ଅପରାଧୀମାନେ ମହିଳା, ଛାତ୍ର ଓ ବୟସ୍କଙ୍କୁ ଟାର୍ଗେଟ କରୁଛନ୍ତି। ମୋବାଇଲ୍‌ ଫେକ୍‌ କଲ୍‌ ପ୍ରତି ସର୍ବାଧିକ ସତର୍କ ରହିବା ଦରକାର। ସାଇବର ଅପରାଧୀ ବିଶ୍ୱର ଯେ କୌଣସି ସ୍ଥାନରେ ବସି ଅନ୍ୟ ଜଣଙ୍କ ମୋବାଇଲ୍‌ ଫୋନ୍‌କୁ ହ୍ୟାକ୍‌ କରି ସେହି ନମ୍ବରରେ ଅନ୍ୟ ଜଣଙ୍କୁ କଲ୍‌ କରିଥାନ୍ତି। ଟଙ୍କା ଲୁଟିବା ସହ ନାନା ଅପରାଧ ଘଟାନ୍ତି। ଏଯାଏ ଏପରି ଫେକ୍‌ କଲ ରୋକିବା ପାଇଁ ସେଭଳି କିଛି ବ୍ୟବସ୍ଥା ହୋଇପାରିନି। କେବଳ ସର୍ତକତା ଅବଲମ୍ବନ କଲେ ଏଭଳି ଅପରାଧରୁ ରକ୍ଷା ପାଇପାରିବା। ସେହିଭଳି ସର୍ବସାଧାରଣ ସ୍ଥାନରେ ଫୋନ୍‌ ଚାର୍ଜ କଲେ ଡାଟା ଚୋରିର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ନିଜ ମୋବାଇଲ୍‌କୁ ବନ୍ଦ ରଖନ୍ତୁ। ଫ୍ରି ଓ୍ବାଇଫାଇ ସଂଯୋଗବେଳେ ଅନେକ ସମୟରେ ଓଟିପି ଦେବାକୁ ପଡିଥାଏ। ଡାଟା ଚୋରି ପାଇଁ ସାଇବର ଅପରାଧୀମାନେ ଅନେକ ସ୍ଥାନରେ ମାଗଣା ଓ୍ବାଇଫାଇ ବ୍ୟବସ୍ଥା କରିଥାନ୍ତି, ଯାହା ସାଧାରଣ ଲୋକେ ଜାଣିପାରନ୍ତି ନାହିଁ। ଏହାସହ ମାଗଣାରେ ମିଳୁଥିବା ପେନ୍‌ ଡ୍ରାଇଭ୍‌, ମୋବାଇଲ୍‌, ହାର୍ଡଡିକ୍ସ ଓ ଅନ୍ୟ ଇଲେଟ୍ରୋନିକ୍ସ ସାମଗ୍ରୀ ବ୍ୟବହାରବେଳେ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି।

ଆସନ୍ତା ଜାନୁୟାରୀ ୬ରୁ ୧୧ ଆଇଟି ସପ୍ତାହ ପାଳନ ହେବ। ଏହି ଅବସରରେ ସାଇବର ଅପରାଧ ରୋକିବା ପାଇଁ ଗଣଶିକ୍ଷା ବିଭାଗ, ପୋଲିସ ବିଭାଗ ଓ ଆଇଆଇଆଇଟି ପକ୍ଷରୁ ସ୍କୁଲ, କଲେଜ ଏବଂ ସରକାରୀ ଅଫିସରେ ସଚେତନତା କରାଯିବ। ଏହାସହ ପୋଲିସକୁ ମଧ୍ୟ ସାଇବର ଅପରାଧ ସମ୍ପର୍କରେ ଶିକ୍ଷା ଦିଆଯିବ ବୋଲି ଆଇଆଇଆଇଟି ଡିନ୍‌ ପ୍ରଫେସର ଦେବାଶିଷ ଜେନା କହିଛନ୍ତି। କାର୍ଯ୍ୟକ୍ରମରେ ଆଇଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଡା. ଗୋପାଳ କୃଷ୍ଣ ନାୟକ ଉପସ୍ଥିତ ରହିଥିଲେ।


All Right Reserved By Dharitri.Com

କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କରେ ଅନିୟମିତତା: ନିର୍ଦ୍ଦେଶ ଦେଲେ ରେଜିଷ୍ଟ୍ରାର

କେନ୍ଦ୍ରାପଡା ଅଫିସ, ୨୧।୯: କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ନିଯୁକ୍ତି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟରେ ଅନିୟମିତତା ଦର୍ଶାଇ ସଭ୍ୟ ସ୍ମୃତିରଞ୍ଜନ ବେହେରା ଗତ ୭...

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ: ଶଯ୍ୟା ସଂଖ୍ୟା ୩୦୦କୁ ବୃଦ୍ଧି

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ୩୦୦ ହେବ। ‘ମୋ ସରକାର’ ଟିମ୍‌ ଭଦ୍ରକ ପରିଦର୍ଶନ କରିବା ପରେ...

ଆସନ୍ତା ୮ରେ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।...

ଟ୍ରକ ଧକ୍କାରେ ଅଟୋ ଚାଳକ ମୃତ

ବାଲିଅନ୍ତା,୨ା୧(ଡି.ଏନ୍‌.ଏ): ନୂଆବର୍ଷ ଲାଗି ଚାରିଆଡ଼େ ଉତ୍ସବର ମାହୋଲ ଚାଲିଥିବାବେଳେ ବାଲିଅନ୍ତା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲିଅନ୍ତା- ଭିଙ୍ଗାରପୁର ରାସ୍ତାର ବେଣୁପୁର...

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ନିଖୋଜ କନିଷ୍ଠ ଯନ୍ତ୍ରୀ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହରଡାଗୁଡା ନିକଟସ୍ଥ ମୂଷା ମାଟି...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ କରୁଥିଲେ ବ୍ଲାକ୍‌ମେଲିଂ, ଅଭିଯୁକ୍ତଙ୍କୁ ଗିରଫ କଲା ସୋହେଲା ପୋଲିସ

ବରଗଡ଼ ଅଫିସ,୧୯।୯- ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ବ୍ଲାକମେଲିଂ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ...

ହୋଲି ଲାଗି ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର,୯।୩(ବ୍ୟୁରୋ): ମଙ୍ଗଳବାର ହୋଲି ପାଳନ ହେବାକୁ ଥିବା ବେଳେ ଏ ନେଇ ମୋ ବସ୍‌ ସେବା ବନ୍ଦ ରହିବ। ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ...

ଓ୍ବାର୍ଲ୍‌‍ଡ ଟ୍ରାଭେଲ ମାର୍କେଟରେ ମହାରାଜା ଏକ୍ସପ୍ରେସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଲଣ୍ଡନରେ ପ୍ରଦର୍ଶିତ ହେବ ଭାରତୀୟ ରେଳପଥର ସର୍ବୋତ୍ତମ ବିଳାସପୂର୍ଣ୍ଣ ଟ୍ରେନ୍‌ ମହାରାଜା ଏକ୍ସପ୍ରେସ। ଆସନ୍ତା ୪ରୁ ୬ ନଭେମ୍ବର ପର୍ଯ୍ୟନ୍ତ ଭାରତର ଏହି...

Leave a comment

Your email address will not be published. Required fields are marked *