Posted inଜାତୀୟ

ସିଏଏକୁ ନେଇ ଶିବସେନା ସହ ସାଲିସ ପାଇଁ ଭାଜପା ପ୍ରସ୍ତୁତ

ନାଶିକ,୧୫ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) କାର୍ଯ୍ୟକାରିତାକୁ ନେଇ ଶିବସେନା ଯଦି ସହଯୋଗୀ ଦଳଠାରୁ ସମସ୍ୟାର ସମ୍ମୁଖୀନ ହୁଏ ତେବେ ମହାରାଷ୍ଟ୍ର ଭାଜପା ଉକ୍ତ ଦଳ ସହ ରାଜନୈତିକ ସାଲିସ ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଛି। ଦେଶ ତଥା ମହାରାଷ୍ଟ୍ରର ସ୍ବାର୍ଥ ପାଇଁ ସିଏଏ କାର୍ଯ୍ୟକାରିତା ଜରୁରୀ ବୋଲି ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଆଶିଷ ଶେଲାର କହିଛନ୍ତି। ମହାରାଷ୍ଟ୍ର ଓ ଦେଶର ଅନ୍ୟ ଭାଗରେ ଅନେକ ପାକିସ୍ତାନୀ ଓ ବାଂଲାଦେଶୀ ବେଆଇନ ଭାବେ ବସବାସ କରୁଛନ୍ତି। ସେମାନଙ୍କୁ ବିଦା କରିବାକୁ ହେବ। ଏଥିପାଇଁ ସିଏଏ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆହ୍ବାନ ଦେଉଛୁ। ଏଥିରେ ଯଦି ଏନ୍‌ସିପି ଏବଂ କଂଗ୍ରେସ ବାଧା ସୃଷ୍ଟି କରନ୍ତି ତେବେ ମହା ବିକାଶ ଅଘାଡ଼ି ମେଣ୍ଟରୁ ଶିବସେନା ଓହରିଆସିବାକୁ ପ୍ରସ୍ତାବ ଦିଆଯାଇଛି। ସମସ୍ତ ପ୍ରକାର ବୁଝାମଣା ପାଇଁ ଭାଜପା ପ୍ରସ୍ତୁତ ବୋଲି ଶେଲାର କହିଛନ୍ତି। ସରକାର ଭାଙ୍ଗିଯିବାକୁ ନେଇ ଚିନ୍ତା ନ କରି ସେମାନଙ୍କୁ ପ୍ରକୃତ ଶକ୍ତି ଦେଖାଇବାକୁ ସେ ଶିବସେନାକୁ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ଷଡଯନ୍ତ୍ର କରୁଛି ଭାଜପା: ଶିବସେନା

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା। କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ବେଳେ କିଛି ଦଳ ମେଣ୍ଟରେ ହିଁ...

ପାର୍ଲାମେଣ୍ଟରେ ଉନ୍ନାଓ ଝଡ଼

ବଳାତ୍କାର କରି ଜେଲ୍‌ ଯାଇଥିଲେ। ଜାମିନରେ ଫେରି ଜାଳିଦେଲେ। ମାନବିକତାକୁ ଲଜ୍ଜିତ କରି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ପୁଣି ଏକ ବର୍ବରକାଣ୍ଡ...

ସ୍ମାର୍ଟ ଓ୍ବାଚ୍‌ ରଖିବ କର୍ମଚାରୀଙ୍କ କାମ ଉପରେ ନଜର

ନୋଏଡ଼ା,୩।୧୦: କର୍ମଚାରୀଙ୍କ କାମ ଉପରେ ନଜର ରଖିବା ପାଇଁ ନୋଏଡ଼ାରେ ଏବେ ସ୍ମାର୍ଟଓ୍ବାଚ୍‌ ଦିଆଯିବ। ଏହା କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ସହଜରେ ସୂଚନା ଦେଇପାରିବ।...

ବିରଳ ସୂର୍ଯ୍ୟୋପରାଗ ଦେଖିବା ପାଇଁ ମୋଦି ବ୍ୟବହାର କରିଥିବା ଚଷମାର ଦାମ୍‌ କେତେ ଜାଣିଛନ୍ତି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଲାଗି...

ଥମୁନି ଲଜ୍ଜା, ବର୍ବରତା

ଲକ୍ଷ୍ନୌ,୨୩ା୬(ପି.ଟି./ ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶ(ୟୁପି)ରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଉନ୍ନାଓ ଜିଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ଇଟାରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ...

୨୦୨୪ ସୁଦ୍ଧା ନିର୍ମାଣ ହେବ ଶହେ ବିମାନ ବନ୍ଦର: ଡ୍ରୋନ୍‌ରେ କରାଯିବ ସାମଗ୍ରୀ ଡେଲିଭରି

ନୂଆଦିଲ୍ଲୀ,୩୧।୧୦: ଆସନ୍ତା ୫ ବର୍ଷ ମଧ୍ୟରେ ୨୦୧୪ ସୁଦ୍ଧା ଦେଶରେ ଶହେଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ...

ପୁଣି ଜଣେ ବାବାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ: ଭିଡ଼ିଓ ଭାଇରାଲ ହେବା ପରେ ଆଶ୍ରମରୁ ବାବା ଚମ୍ପଟ୍‌

ଚଣ୍ଡିଗଡ଼, ୨୧।୮: ଏବେ ପୁଣି ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ...

ପାକିସ୍ତାନରେ ଚର୍ଚ୍ଚାରେ ରହିଲେ ଅଭିନନ୍ଦନ-ସାରା

ନୂଆଦିଲ୍ଲୀ,୧୨।୧୨: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ବନିଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ...

Leave a comment

Your email address will not be published. Required fields are marked *