Posted inଜାତୀୟ

ପଶ୍ଚିମବଙ୍ଗରେ ତେଜିଲା ସିଏଏ ବିରୋଧୀ ଆନ୍ଦୋଳନ: ୫ ଟ୍ରେନ୍‌,୧୫ ବସ୍‌ ଜାଳିଦେଲେ;ଆସାମରେ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ/କୋଲକାତା,୧୫ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଉତ୍ତରପୂର୍ବାଞ୍ଚଳରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମେ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟକୁ ବ୍ୟାପିଲାଣି। ପଶ୍ଚିବବଙ୍ଗ ମୁର୍ଶିଦାବାଦ ଜିଲାର ଲାଲ୍‌ଗୋଲା ଷ୍ଟେଶନରେ ଶନିବାର ବିକ୍ଷୋଭକାରୀ ୫ଟି ଖାଲି ଟ୍ରେନ୍‌ ପୋଡ଼ିବା ସହ ୧୫ ବସ୍‌କୁ ଜାଳି ଦେଇଛନ୍ତି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତାରୋକୋ କରିବା ସହ ରେଳ ଚଳାଚଳରେ ବାଧା ସୃଷ୍ଟି କରିଛନ୍ତି। ଶାନ୍ତ ରହିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହ୍ବାନ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ହେବା ସହ ପୋଲିସ ଗୁଳିରେ ଦୁଇଜଣ ପ୍ରାଣ ହରାଇଥିଲେ। ଗୁଆହାଟୀ ଓ ଶିଲଂରେ କର୍ଫ୍ୟୁ ଜାରି ହୋଇଥିଲାବେଳେ ଶନିବାର ଏହାକୁ କିଛି ସମୟ ପାଇଁ କୋହଳ କରାଯାଇଥିଲା।
ପଶ୍ଚିମବଙ୍ଗରେ ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀ କେତେକ ବସ୍‌ ଜାଳିଦେବା ସହ ରେଳଷ୍ଟେଶନରେ ନିଆଁ ଲଗାଇଦେଇଛନ୍ତି। ମୁର୍ଶିଦାବାଦ, ହାଓଡା ଗ୍ରାମାଞ୍ଚଳ ଓ ଉତ୍ତର ୨୪ ପ୍ରଗଣା ଜିଲାରେ ଆନ୍ଦୋଳନ ହିଂସାର ରୂପ ନେଇଛି। ହାଓଡାର କୋନା ଏକ୍ସପ୍ରେସ୍‌ଓ୍ବେକୁ ଆନ୍ଦୋଳନକାରୀ ଅବରୋଧ କରିବାରୁ ହଜାର ହଜାର ଗାଡ଼ି ରାସ୍ତାରେ ଅଟକି ରହିଛନ୍ତି। ସେହିପରି ଉତ୍ତର ଓ ଦକ୍ଷିଣ ବେଙ୍ଗଲକୁ ସଂଯୋଗ କରୁଥିବା ୩୪ ନମ୍ବର ଜାତୀୟ ରାଜପଥକୁ ମୁର୍ଶିଦାବାଦଠାରେ ଅବରୋଧ କରାଯାଇଛି। ଗ୍ରାମାଞ୍ଚଳ ହାଓଡାର ବାଗନାନ୍‌ ଅଞ୍ଚଳରେ ୨୦ଟି ଦୋକାନକୁ ବିକ୍ଷୋଭକାରୀ ଜାଳିଦେଇଛନ୍ତି। ସେମାନେ ସଂକ୍ରାଇଲ ଷ୍ଟେଶନ କମ୍ପ୍ଲେକ୍ସର ଏକ ଅଂଶକୁ ଭାଙ୍ଗିବା ସହ ନିଆଁ ଲଗାଇଦେଇଥିଲେ। ଏଥିସହିତ ସେମାନେ ରେଲଓ୍ବେ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରେଳଲାଇନରେ ବସି ରହିବାରୁ ୮ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ସମେତ ୨୦ଟି ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଅନ୍ୟ କେତେକ ଟ୍ରେନ୍‌ର ଚଳାଚଳ ବାତିଲ କରିଦିଆଯାଇଛି।
ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭଙ୍ଗାରୁଜା ଜାରି ରହିଥିବାବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା କହିଛନ୍ତି। ଶାନ୍ତି ବଜାୟ ରଖିବା ଓ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଆଇନକୁ ହାତକୁ ନ ନେବାକୁ ଏବଂ ରେଳ ଓ ରାସ୍ତାରୋକୋ କରି ଜନସାଧାରଣଙ୍କୁ ଅସୁବିଧାରେ ନ ପକାଇବାକୁ ସେ ଅନୁରୋଧ କରିଛନ୍ତି। ତେବେ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଦେଶବ୍ୟାପୀ ଲାଗୁ ହେବାକୁ ଥିବା ଏନ୍‌ଆର୍‌ସି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବନାହିଁ ବୋଲି ମମତା ପୁଣିଥରେ ଦୋହରାଇଛନ୍ତି।

ଆସାମରେ ତେଲ ଟ୍ୟାଙ୍କର ଜାଳିଲେ

ଆସାମରେ ନାଗରିକତ୍ୱ ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଥିବାବେଳେ ସୋନିତପୁର ଜିଲାରେ ବିକ୍ଷୋଭକାରୀ ଏକ ତେଲ ଟ୍ୟାଙ୍କର ଜାଳିଦେବା ସହ ଏହାର ଡ୍ରାଇଭରଙ୍କୁ ହତ୍ୟା କରିଛନ୍ତି। ଖାଲି ଟ୍ୟାଙ୍କରଟି ତେଲ ଭର୍ତ୍ତି କରିବାକୁ ଉଦଲଗୁରି ଜିଲାର ସିପଝର ଯାଉଥିବାବେଳେ ସୋନିତପୁରର ଢେକିଆଜୁଲିଠାରେ ଉତ୍ତ୍ୟକ୍ତ ଲୋକେ ସେଥିରେ ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଏକ ଘରୋଇ ନର୍ସିଂହୋମ୍‌କୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଆସାମରେ ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ କରି ଏଏଏସ୍‌ୟୁ, ଆସାମ ଜାତୀୟତାବାଦୀ ଯୁବଛାତ୍ର ପରିଷଦ (ଏଜଓ୍ବୋଇସିପି) ଏବଂ ୩୦ଟି ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବ, ଛାତ୍ର, ବୁଦ୍ଧିଜୀବୀ, ଶିକ୍ଷକ ସମସ୍ତେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରେଳରୋକ ଯୋଗୁ ଗୁଆହାଟୀରୁ ବିଭିନ୍ନ ସ୍ଥାନକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।


All Right Reserved By Dharitri.Com

ଘୂର୍ଣ୍ଣିବାତ୍ୟା ‘ମାହା’ର ପ୍ରଭାବ: ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୩।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ମାହା’ର ପ୍ରଭାବରେ ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି କେନ୍ଦ୍ରୀୟ ପାଣିପାଗ...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

ଭାରତ-ଜାମ୍ବିଆ ୬ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ,୨୨ା୮: ଭାରତ ଓ ଜାମ୍ବିଆ ମଧ୍ୟରେ ବୁଧବାର ୬ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ବାଣିଜ୍ୟ, ପୁଞ୍ଜିନିବେଶ, ଖଣି ସମ୍ପଦ, ପ୍ରତିରକ୍ଷା ସହଯୋଗ ଓ ବିଭିନ୍ନ ବିକାଶମୂଳକ...

ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ଦୋଷୀ ମୁକେଶଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ମୁକେଶ କୁମାର ସିଂ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହା ଖାରଜ ହୋଇଯାଇଛି।...

ହେଲମେଟ୍‌ ପିନ୍ଧି କାର୍ଯ୍ୟାଳୟରେ କାମ କରୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ

ବାନ୍ଦା,୫।୧୧: ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବାକୁ ନିୟମ ରହିଛି। ତେବେ ଉତ୍ତରପ୍ରଦେଶ ବାନ୍ଦା ସ୍ଥିତ ବିଦ୍ୟୁତ୍‌ ବିଭାଗର ଏକ କାର୍ଯ୍ୟାଳୟରେ କର୍ମଚାରୀ ହେଲମେଟ୍‌ ପିନ୍ଧି...

ପଲିମର୍‌ କମ୍ପାନୀକୁ ୫୦ କୋଟି ଜରିମାନା

ନୂଆଦିଲ୍ଲୀ,୯ା୫(ପି.ଟି.): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲ୍‌ଜି ପଲିମର୍ସ କମ୍ପାନୀରେ ବୁଧବାର ରାତିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୨ ଜଣଙ୍କ ଜୀବନ ଯିବା ଘଟଣାରେ ନ୍ୟାଶନାଲ...

୮୦ ବର୍ଷରେ ପଦାର୍ପଣ କଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୨୨।୧୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ନେତାଜୀଙ୍କୁ ଶୁଭେଚ୍ଛା...

ମାଦି ଶର୍ମା କିଏ

ନୂଆଦିଲ୍ଲୀ,୩୧ା୧୦: ଇୟୁ ପ୍ରତିନିଧି ଦଳ ପାଇଁ କଶ୍ମୀର ଗସ୍ତର ଆୟୋଜିକା ମାଦି ଶର୍ମାଙ୍କୁ ନେଇ ବିବାଦ ଉଠିଛି। ମାଦି ତାଙ୍କ ଟୁଇଟର ଆକାଉଣ୍ଟରେ ନିଜକୁ ଜଣେ...

Leave a comment

Your email address will not be published. Required fields are marked *