ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଆଇଟିସି ଅଧ୍ୟକ୍ଷ

ଭୁବନେଶ୍ୱର,୩୦-୫: ଆଇଟିସି ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବ ପରେ ସାକ୍ଷାତ କରିଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି ଆଇଟିସି ପକ୍ଷରୁ ୫ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ମନ୍ତ୍ରୀଙ୍କୁ ପୁରୀ ପ୍ରଦାନ କରିଛନ୍ତି। ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ନବୀନଙ୍କୁ ସେ ଶୁଭେଛା ପ୍ରଦାନ କରିଛନ୍ତି। ସେହିଭଳି ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ଲୋକଙ୍କର ପୁନର୍ବାସ ଏବଂ ଥଇଥାନ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ପୁରୀ ଏହାକୁ ପ୍ରଶଂସା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆଇଟିସି ରାଜ୍ୟ ସରକାରଙ୍କୁ ଖାଦ୍ୟ ଏବଂ ଜରୁରୀ ଆବଶ୍ୟକତା ସାମଗ୍ରୀ ଯୋଗାଇ ଦେଇଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଆତିଥି ସେବା ଦିଗରେ କମ୍ପାନୀର ଯୋଜନା, ମାଲକାନଗିରି ଜିଲାରେ ସାମାଜିକ ସେବା ଓ ଜଙ୍ଗଲ ରକ୍ଷଣାବେକ୍ଷଣ ଦିଗରେ ଆଇଟିସିର ପୁଞ୍ଜିନିବେଶ ଉପରେ ସେ ଅବଗତ କରାଇଥିଲେ।


All Right Reserved By Dharitri.Com

ଅଧିକାରୀଙ୍କ କାର୍‌ନାମା; ପ୍ରତି ମାସରେ ଡିଜିସିଏ,ଏୟାର ଇଣ୍ଡିଆରୁ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୨୧-୭: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ରମାଗତ ଏଭଳି ଜଣେ ଅଧିକାରୀଙ୍କୁ ପ୍ରତିବର୍ଷ ୨ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ଦରମା...

ବଜାଜର ୨ ନୂଆ ମଡେଲ ବଜାରରେ

ଭୁବନେଶ୍ୱର, ୧୯-୭: ବଜାଜ ଅଟୋ ପକ୍ଷରୁ ନୂଆ ପ୍ଲାଣ୍ଟିନା ୧୧୦ ଏଚ୍‌-ଗିୟର ଏବଂ ସିଟି ୧୧୦ ମଡେଲ ବଜାରକୁ ଆସିଛି। ହାଇଓ୍ବେ ରାଇଡିଂକୁ ନଜରରେ ରଖି...

ଲକ୍‌ଡାଉନ ଉଠାଇ ଦେବାକୁ ପରାମର୍ଶ

ବଜାରରୁ ଲକ୍‌ଡାଉନ ଉଠାଇ ଦେବାକୁ ଏଭଳି ସ୍ଥିତିରେ କେତେଜଣ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଆର୍ଥତ୍କ ସ୍ଥିତିକୁ ବିଚାର କରି ଲକ୍‌ଡାଉନ ଉଠାଇବା ନେଇ ସରକାର...

କୋଭିଡ୍‌-୧୯ ମୁକାବିଲା: ଟାଟା ସନ୍ସ ଦେଲା ୧୦୦୦ କୋଟି

ନୂଆଦିଲ୍ଲୀ, ୨୯। ୩: କୋଭିଡ ଲଢେଇ ଲାଗି ସାରା ଦେଶର ଉଦ୍ୟୋଗପତି ନିଜର ଯୋଗଦାନ ରଖୁଛନ୍ତି। କରୋନା ମୁକାବିଲା ଲାଗି ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦...

ସୀତାରାମନ୍‌ଙ୍କ ଅଜବ ଯୁକ୍ତି: ଓଲା, ଉବର ଯୋଗୁ ଅଟୋ ସେକ୍ଟରରେ ଆସିଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୧-୯: ଦେଶର ଅଟୋ ସେକ୍ଟର ଏବେ ଜବରଦସ୍ତ ମାନ୍ଦାବସ୍ଥାର ଶିକାର ହୋଇଛି। କେତେକ କମ୍ପାନୀ ଏବେ କିଛିଦିନ ପାଇଁ ଉତ୍ପାଦନ ବନ୍ଦ ଲାଗି ଘୋଷଣା କରିସାରିଲେଣି।...

ଜୁଲାଇରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି

ନୂଆଦିଲ୍ଲୀ,୧୧-୮: ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଦେଶରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି ପାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ...

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ନୂଆ ପଦକ୍ଷେପ

ନୂଆଦିଲ୍ଲୀ,୫-୩: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ଯାଏ କୌଣସି ରାସ୍ତା ବାହାରି ପାରିନାହିଁ। ସରକାର ଏ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ...

ଭାରତ-ଚାଇନା ବିରୋଧରେ ପୁଣି ବର୍ଷିଲେ ଟ୍ରମ୍ପ: ଡବ୍ଲ୍ୟୁଟିଓରେ ଫାଇଦା ନେବାକୁ ଦେବୁନି

ଓ୍ବାଶିଂଟନ,୧୬-୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଓ ଚାଇନାକୁ ନେଇ ମୁହଁ ଖୋଲିଛନ୍ତି। ଏସିଆର ଏହି ଦୁଇ ବୃହତ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ...

Leave a comment

Your email address will not be published. Required fields are marked *