ବାଇକ୍‌ ଦୁର୍ଘଟଣାରେ ୨ ମୃତ

ଦେବଗଡ଼/ ବାରକୋଟ, ୧୫।୧୨ (ଡି.ଏନ.ଏ.)- ଦେବଗଡ଼ ଜିଲା ଦେବଗଡ଼ ସଦର ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଶନିବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣା ଘଟି ରମାକାନ୍ତ ରାଉତ (୨୩) ଏବଂ କନ୍ଦରପ ସାହୁ (୬୨) ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଣ୍ଢଳ ଗ୍ରାମର ଗିରିଧାରି ରାଉତଙ୍କ ପୁଅ ରମାକାନ୍ତ ନିଜ ବାଇକ ନଂ. ଓଡି ୨୮ ଏ- ୨୫୩୧ ଯୋଗେ ଦ୍ରୁତଗତିରେ ଦେବଗଡ ପଟକୁ ଯାଉଥିବା ବେଳେ କଣ୍ଢଳ ତାରିଣୀ ଛକ ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଉଭୟେ ଛିଟିକି ପଡି ଗୁରୁତର ହୋଇଥିଲେ । ଉଭୟଙ୍କୁ ପ୍ରଥମେ କଣ୍ଢଳ ସ୍ଥିତ ଏକ କ୍ଲିନିକ ନେଇ ପ୍ରାଥମିକ ଚିକିତ୍ସା ପରେ ଦେବଗଡ ପଠାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟେ ମୃତ୍ୟୁବରଣ କରିଥିଲେ।


All Right Reserved By Dharitri.Com

ଜନତା କର୍ଫ୍ୟୁ ପ୍ରଭାବ: ଦେବଗଡ଼ ଜନଶୂନ୍ୟ

ଦେବଗଡ଼,୨୨।୩(ଡି.ଏନ୍‌.ଏ.): ବିଶ୍ୱ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନ ପରେ ରବିବାର ଦେବଗଡ଼ ଜିଲାରେ ଏହାର ପ୍ରଭାବ ପ୍ରତିଫଳିତ...

ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଲେଖାଏ ସହାୟତା ଦେଲେ ଦେବଗଡ଼ ବିଧାୟକ

ଦେବଗଡ଼,୨୮।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଲେଖାଏ...

ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ

ଦେବଗଡ଼,୨୯।୧୨(ଡି.ଏନ.ଏ.) – ସେବା ଯୋଗାଇବାରେ ଅବହେଳା ଯୋଗୁ ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ରିଆମାଳ ଗ୍ରାମର ଅଲେଖ...

ପୋଲରେ ପିଟିହେଲା କାର୍‌: ୨ ମୃତ

  ଦେବଗଡ଼, ୮।୨(ଡି.ଏନ.ଏ)- ଗୁରୁବାର ରାତିରେ ଦେବଗଡ ଥାନା ଅଧୀନ ଆମ୍ବପାଳ ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଏକ କାର ଦୁର୍ଘଟଣାଗସ୍ତ ହେବାରୁ ୨ଯୁବକଙ୍କ ମୃତ୍ୟୁ...

ଚୋରାଚାଲାଣ ବେଳେ ବାଘଛାଲ ଜବତ, ୬ ଗିରଫ

ଦେବଗଡ, ୨୫-୯(ଡି.ଏନ.ଏ.):ଚୋରାଚାଲାଣ ବେଳେ ଦେବଗଡ ଜିଲା ବନ ବିଭାଗ ସୋମବାର ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଚାଲାଣରେ ବ୍ୟବହୃତ ବୋଲେରୋ ଓ ବାଇକ...

ଦେବଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଦେବଗଡ଼,୧।୩(ଡି.ଏନ.ଏ.)-ଦେବଗଡ଼ ମନ୍ଦାକିନୀ ବାଳିକା ଉନ୍ନୀତ ବିଦ୍ୟାଳୟରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ସୁବଣ୍ଣର୍ର୍ କପରଦାରଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ା ଏହି ଅବସରରେ ବିଦ୍ୟାଳୟର...

ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟସଙ୍ଗୀତ ଉତ୍ସବ ଉଦ୍‌ଘାଟିତ:ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଦେବଗଡ଼, ୧୭।୧(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଜିଲାସ୍ତରୀୟ ‘ନୂପୁର ନୃତ୍ୟସଙ୍ଗୀତ ଉତ୍ସବ-୨୦୨୦’ ଆରମ୍ଭ ହୋଇଛି। ଏହା...

ଭାଙ୍ଗିଲା ବିଦ୍ୟାଳୟ ଛାତ: ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ଦେବଗଡ଼,୨୪।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସ୍କୁଲ ଛାତ ଭାଙ୍ଗି ଯାଇଛି। ସକାଳୁ ପାଠପଢ଼ା ଚାଲିଥିବା ସମୟରେ...

Leave a comment

Your email address will not be published. Required fields are marked *