ଡାକ୍ତରମାନେ ଭଗବାନ ସଦୃଶ ହୋଇ ରୋଗ ଦୂର କରିଥାନ୍ତି: ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୧୪।୧୨: ଏଣ୍ଡୋକ୍ରାଇନ ସୋସାଇଟି ଅଫ୍‌ ଓଡିଶାର ୮ମ ବାର୍ଷିକ ସମିଳନୀ ଶନିବାର ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଡାକ୍ତର ହେଉଛନ୍ତି ଭଗବାନଙ୍କ ସଦୃଶ୍ୟ । ଭଗବାନ ଯେପରି ମନୁଷ୍ୟର ଦୁଃଖ, କଷ୍ଟ ଦୂର କରୁଥାନ୍ତି ସେହିପରି ଡାକ୍ତରମାନେ ମନୁଷ୍ୟର ରୋଗ ଦୂର କରିଥାନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ରାଧାମାଧବ ତ୍ରିପାଠୀ, କାର୍ଯ୍ୟକାରୀ କମିଟି ସଭାପତି ଡା. ଏସ.ଆର୍‌ ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ ଡା. ପି. ରବି କୁମାର, ଏଣ୍ଡୋକ୍ରାଇନ ସୋସାଇଟି ଅଫ୍‌ ଓଡ଼ିଶାର ସଭାପତି ପ୍ରଫେସର ଏ.କେ ବଳିଆରସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର ଡା. ଏସ୍‌ସି ମହାନ୍ତି, ପ୍ରଫେସର ଡା. ଏଲ.କେ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


All Right Reserved By Dharitri.Com

ଗଞ୍ଜାମ ପୋଲିସର ଅଭିନବ ପ୍ରୟାସ: କରୋନା ସଚେତନତା ଗୀତ ଗାଇଲେ ରମ୍ଭା ଥାନାଧିକାରୀ

ଛତ୍ରପୁର, ୨୬।୪(ଡି.ଏନ୍‌.ଏ.)-କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗଞ୍ଜାମ ପୋଲିସ ଜ଼ିଲା ପକ୍ଷରୁ ଲୋକଙ୍କୁ ସଚେତନତା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। ‘ଆସ...

ମାସ୍କ ନ ପିନ୍ଧି କରୁଥିଲେ ସଉଦା: ୬୦ଜଣ ଗଣିଲେ ୧୨ ହଜାର ଟଙ୍କା ଜରିମାନା

ବିଜେପୁର, ୨୧।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବାହାରକୁ ବାହାରିବା ସମୟରେ...

ଗଞ୍ଜାମରେ କରୋନା ସଚେତନତା ଜୋରଦାର

ଗଞ୍ଜାମ, ୨୪।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଦେଇଥିବା ବେଳେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର...

ନୀଳାଚଳ କାରଖାନର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାମଲା ରଫାଦଫା ପାଇଁ ପକାଉଛି ଚାପ

କଳିଙ୍ଗନଗର, ୬।୮(ଡି.ଏନ.ଏ.)- ନୀଳାଚଳ କାରଖାନାରେ ଠିକାଶ୍ରମିକଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପରିବାରକୁ କ୍ଷତିପୁଣ ମିଳିପାରି ନାହଁି।...

ଠିକାଦାରଙ୍କୁ ଗୁଳିମାଡ଼: ୨ ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଗୋପ,୬।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଗ୍ରାମ ନିକଟରେ ବୁଧବାର ସକାଳେ ଜଣେ ଠିକାଦାରଙ୍କୁ ୨ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଠିକାଦାର ହେଲେ...

ଶ୍ରୀମନ୍ଦିରରେ ହେଲା ଦିବା ପହୁଡ଼: ଦିନରେ ୨ ଘଣ୍ଟା ୧୦ ମିନିଟ୍‌ ଶୋଇଲେ ଠାକୁର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରରେ ଶନିବାର ନିର୍ଘଣ୍ଟ ସମୟରେ ନୀତି ଅନୁଷ୍ଠିତ ହୋଇ ଠାକୁରଙ୍କ ଦିବା ପହୁଡ଼ ସମ୍ପନ୍ନ ହୋଇଛି। ଅପରାହ୍ନ ୩ଟା ୩୫ରେ ପହୁଡ଼...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି...

କରୋନା ହୋଇଥିବା କହି ୧୩ ଦିନର ନବବଧୂଙ୍କୁ ଘରୁ ତଡ଼ିଦେଲେ ଶାଶୁଘର ଲୋକେ: ସ୍ବାମୀ, ଶ୍ୱଶୁର ଗିରଫ

ଉମରକୋଟ,୧୪।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଗାଁଠାରୁ ସହରଯାଏ ଏହି ଭାଇରସ୍‌ ଆତଙ୍କରେ ଆତଙ୍କିତ। ଏପରିକି ଜଣେ ନବବଧୂଙ୍କର ସାମାନ୍ୟ...

Leave a comment

Your email address will not be published. Required fields are marked *