ଅବୈଧ ପ୍ରେମ ସମ୍ପର୍କକୁ ନେଇ ଶିକ୍ଷକଙ୍କୁ ହତ୍ୟା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡ଼ା,୩୦।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୃତ ଶିକ୍ଷକ ଗୁଣପୁରର ରାଜେନ୍ଦ୍ର ମହାନନ୍ଦିଆ(୩୮)ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ରାଜେନ୍ଦ୍ର ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସମଦଳା ଗ୍ରାମରେ ଶିକ୍ଷକତା କରୁଥିଲେ। ସେ ଗୁଣପୁରର ସୁନିତାଙ୍କୁ ବିବାହ କରି ପରିବାର ସହ ଗୋବର୍ଦ୍ଧନ ସାହିରେ ଭଡ଼ା କରି ରହୁଥିଲେ। ତେବେ ସୁନିତାଙ୍କ ସହ ଆମ୍ବେଦକର ନଗର ନିବାସୀ ରମେଶ ପାତ୍ରିକା(୪୨)ଙ୍କ ବିବାହ ପୂର୍ବରୁ ଓ ପରେ ପ୍ରେମ ସମ୍ପର୍କ ଥିଲା। ଦୀର୍ଘ ୨୨ ବର୍ଷ ଧରି ଉଭୟ ଉଭୟଙ୍କୁ ପ୍ରେମ କରି ଆସୁଥିଲେ। ରମେଶ ସୁନିତାଙ୍କୁ ପାଖରେ ରଖିବାକୁ ଚାହୁଁଥିବା ବେଳେ ରାଜେନ୍ଦ୍ରଙ୍କୁ ଦୂରେଇ ଦେବା ପରେ ଏଭଳି ସମ୍ଭବ ବୋଲି ସୁନିତା କହୁଥିଲେ। ପ୍ରଥମେ ରମେଶ ରାଜେନ୍ଦ୍ରଙ୍କୁ ବିଷାକ୍ତ ଔଷଧ ଦେଇ ମାରିବାର ଯୋଜନା କରିଥିଲେ। ମାତ୍ର ଏଥିରେ ବିଫଳ ହେବା ପରେ ଗତ ୧୯ ତାରିଖ ରାତିରେ ଯୋଜନା କରି ଭଡ଼ାସୁତ୍ରରେ ଏକ କାର ଆଣି ଗାନ୍ଧୀନଗରରେ ରହୁଥିବା ବନ୍ଧୁ କାଳିଆ ଶ୍ରୀରାମଙ୍କ ନିକଟରେ ପହଞ୍ଚିଥିଲେ। ସେଠାରୁ ସନ୍ଧ୍ୟାରେ ବିଦେଶୀ ମଦ କିଣି ସେଥିରେ କିଛି ନିଦ ବଟିକା ଗୁଣ୍ଡ କରି ପକାଇଥିଲେ। କାଳିଆ ରାଜେନ୍ଦ୍ରଙ୍କୁ ଘରୁ ଡ଼ାକି ଆଣିବା ପରେ ୩ ଜଣ ବଂଶଧରା ନଦୀ କୂଳରେ ମଦ ପିଇଥିଲେ। ରାଜେନ୍ଦ୍ର ବାଇକ୍‌ ଯୋଗେ ଯାଇଥିବା ବେଳେ କାଳିଆ ଓ ରମେଶ କାରରେ ଯାଇଥିଲେ। ତେବେ ମଦ ପିଇବା ପରେ ରମେଶ ରାଜେନ୍ଦ୍ରଙ୍କ ମୁଣ୍ଡକୁ ଇଟାରେ ଛେଚିବା ସହ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବିକାର କରିଛନ୍ତି। ହତ୍ୟା ପରେ ମୃତଦେହକୁ ସେଠାରେ ଛାଡ଼ି ଚାଲିଯାଇଥିଲେ। ରମେଶ ଆନ୍ଧ୍ରପ୍ରଦେଶ ପଳାଇବାକୁ ଉଦ୍ୟମ କରୁଥିବା ଖବର ପାଇ ମୁନିଗୁଡ଼ା ପୋଲିସ ଗୁଣପୁର ପୋଲିସର ସହାୟତା ନେଇ ତାଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ପଚରାଉଚରା କରିବା ପରେ ସମସ୍ତ ଘଟଣା ଉପରୁ ପର୍ଦ୍ଦା ଉଠିଛି। ପୋଲିସ ମାମଲା ନଂ(୬୬/୧୯) ରୁଜୁ କରି ସୁନିତା ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ହତ୍ୟା ମାମଲାର ତଦନ୍ତରେ ସନ୍ତୋଷ ପାଢ଼ୀ, ମନୋଜ ସାହୁ, ନିରଞ୍ଜନ ଦାସ, ସୁପ୍ରଭା ସାହୁ ପ୍ରମୁଖ ସହାୟତା କରିଥିବା ଥାନା ସୁତ୍ରରୁ ଜଣାପଡ଼ିଛି।


All Right Reserved By Dharitri.Com

ବିବାହ କାର୍ଯ୍ୟରୁ ଫେରୁଥିବା କାର୍‌ ଦୁର୍ଘଟଣାଗସ୍ତ

ପାପଡାହାଣ୍ଡି,୧।୫(ଡି.ଏନ୍‌.ଏ.): ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ଏକ କାର୍‌ ନବରଙ୍ଗପୁର ଜଲା ପାପଡାହାଣ୍ଡି ବ୍ଲକ  ତୁମ୍ବର୍ଲା ଫାଣ୍ଡି ନିକଟରେ ବୁଧବାର ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ...

ସରକାରୀ ଯୋଜନା ଦିଗହରା: ଭଙ୍ଗା କୁଡ଼ିଆରେ ବିତୁଛି ଦୃଷ୍ଟିହୀନ ଦମ୍ପତି ଚୈତନ୍ୟ-ଅଞ୍ଜନାଙ୍କ ଜୀବନ, ଆଦରିଛନ୍ତି ଭିକ୍ଷାବୃତ୍ତି

ଭବାନୀପାଟଣା, ୧୨।୭(ଡି.ଏନ୍‌.ଏ.): ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାମ କରୁଛି। ହେଲେ ପ୍ରକୃତ ହିତାଧିକାରୀଙ୍କ...

କୁଆଖାଇ ନଦୀକୂଳରେ ଛଟ୍‌ ପୂଜା

ବାଲିଅନ୍ତା,୩।୧୧(ଡି.ଏନ୍‌.ଏ.) ରାଜଧାନୀ ଉପକଣ୍ଠ ନହରକଣ୍ଟା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀକୂଳରେ ବିହାରୀ ସମ୍ପ୍ରଦାୟର ଲୋକଙ୍କ ବଡ଼ ପର୍ବ ଛଟ୍‌ ପୂଜା ତଥା ସୂର୍ଯ୍ୟଷଷ୍ଠୀ ବ୍ରତ ଶନିବାର...

ସାବରମତି ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠାର ବିକାଶ

କଟକ ଅଫିସ, ୧୪ା୧୨: କଟକରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ...

ଶିଳ୍ପାୟନ ଧୂଅଁାବାଣ:ଧ୍ୱଂସ ହୋଇଯାଉଛି କ୍ଷୁଦ୍ରଶିଳ୍ପ,୫ ବର୍ଷରେ ୧୫ ହଜାର କ୍ଷୁଦ୍ର, ମଧ୍ୟମ ଶିଳ୍ପରେ ତାଲା

ଭୁବନେଶ୍ୱର, ୨୩ା୮(ବ୍ୟୁରୋ):ଶିଳ୍ପାୟନର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଆଲୁମିନିୟମ, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ବଡ଼ ବଡ଼ ଶିଳ୍ପ ସାଙ୍ଗକୁ...

ପଦ୍ମପୁର ବିଧାନସଭା: ଭାଜପା ଆଗରେ

ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ...

ଭେଣ୍ଡର ରସିଦ୍‌ ଦାବିରେ ସମବାୟ ସମିତିରେ ତାଲା

ଭଣ୍ଡାରିପୋଖରୀ, ୨୬।୬ (ଡି.ଏନ.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ସେବା ସମବାୟ ସମିତିରେ ଗତ ଖରିଫ୍‌ ଧାନ ବିକ୍ରିର ଶେଷ ପର୍ଯ୍ୟାୟରେ ଧାନ...

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର

ଗୁଣପୁର,୫।୬(ଡି.ଏନ୍‌.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ...

Leave a comment

Your email address will not be published. Required fields are marked *