ପ୍ରକୃତିପ୍ରେମୀ ମହାବୀର ବାବାଙ୍କ ପରଲୋକ

ବୋଲଗଡ,୧୪ା୧୨(ଡି.ଏନ.ଏ.): ବୋଲଗଡ ବ୍ଲକ ଜଖଲା ପାହାଡ ଉପରେ ଥିବା ମହାବୀର ମନ୍ଦିରର ପ୍ରତିଷ୍ଠାତା ବାବା ରାମନାରାୟଣ ଦାସ ମହାରାଜ (୬୦)ଙ୍କର ଶୁକ୍ରବାର ପରଲୋକ ହୋଇଛି । ସେ ମହାବୀର ବାବା ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବୋଲଗଡ ବ୍ଲକ ଅଞ୍ଚଳରେ ଶୋକପ୍ରକାଶ ପାଇଛି । ସେ ଜଣେ ପ୍ରକୃତିପ୍ରେମୀ ଭାବେ ଜଖଲା ପାହାଡରେ ଗଛ ଲଗାଇ ସବୁଜିମାରେ ଭରି ଦେଇଥିଲେ । ଜଙ୍ଗଲ ସୃଷ୍ଟି କରିବାରେ ସେ ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲେ । ପ୍ରକୃତିକୁ ଭଲ ପାଇବା ସହିତ ଆଧ୍ୟାତ୍ମିକତା କାର୍ଯ୍ୟରେ ତାଙ୍କର ଜୀବନକୁ ସେ ଉତ୍ସର୍ଗ କରିଥିଲେ। ବାବା ରାମନାରାୟଣ କିଡ୍‌ନୀ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସନ୍ଧ୍ୟାରେ ତାଙ୍କର ମୃତଦେହ ବୋଲଗଡଠାରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ନିଆଯାଇ ଗବଡିହପାଟଣାଗ୍ରାମଠାରେ ଶେଷଦର୍ଶନ ପାଇଁ ରଖାଯାଇଛି ।


All Right Reserved By Dharitri.Com

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

କଣିହାଁ, ୩ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ବାଲିପଶିସାହିର ଏକ କୂଅରୁ ଗତ ୨୮ ତାରିଖରେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ଅଚଳ ହେବାକୁ ବସିଛି ଖୁଚୁରା ଟଙ୍କା

ରାଇସୁଅଁ।, ୧୮।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଖୁଚୁରା ଟଙ୍କା ଅଚଳ ନେଇ ଗୁଜବ ଥମିବାର ନଁ। ଧରୁନି। ଏଭଳି ଗୁଜବ ଯୋଗୁ ଧୀରେ ଧୀରେ...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ...

ପୌରସଂସ୍ଥା ବାହାରେ କାର୍ଯ୍ୟାଳୟ କ୍ୟାଶବୁକ୍‌: ଆକାଉଣ୍ଟ ଜବତ କଲେ ପିଡି

ଅନୁଗୋଳ ଅଫିସ, ୬।୯-ଅନୁଗୋଳ ପୌରପାଳିକାରେ ନିୟୋଜିତ ହୋଇଥିବା ଜଣେ ଆକାଉଣ୍ଟାଣ୍ଟ ଗୁରୁବାର କାର୍ଯ୍ୟାଳୟର କ୍ୟାଶବୁକ୍‌କୁ ବାହାରକୁ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୌରପାଳିକା ଅର୍ଥ...

ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମି ଅସଜଡ଼ା

ଭଣ୍ଡାରିପୋଖରୀ,୨୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ମାଳଦା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ। ୨ ଶିକ୍ଷକରେ ଦୁଇଟି ଶ୍ରେଣୀ ଚାଲିଛି। ଆବଶ୍ୟକ ସଂଖ୍ୟକ...

କର୍ମଚାରୀଙ୍କୁ ତାଗିଦା କଲେ ବିଧାୟକ: ପିସିମୁକ୍ତ ବ୍ଲକ ଗଠନ ପାଇଁ ଉଦ୍ୟମ ଆରମ୍ଭ

ହାଟଡିହୀ,୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ହୁସିଆର ହୋଇ ଠିକ ରୂପେ କାର୍ଯ୍ୟ...

ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି।...

ଜୀବନ ନେଉଛି ପ୍ରାକୃତିକ ବିପତ୍ତି: ୧୦ବର୍ଷରେ ୧୧,୪୪୦ ମୃତ; ସବୁ ଗାଁରେ ଗଠନ ହେବ ବିପର୍ଯ୍ୟୟ ପରିଚାଳନା କମିଟି

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟରେ ହେଉଥିବା ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ହରାଇବାକୁ ପଡୁଛି। ଗତ ୧୦ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା,...

Leave a comment

Your email address will not be published. Required fields are marked *