Posted inଜାତୀୟ

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ବ୍ୟକ୍ତି(ଅଧିକାଂଶ ବିଶ୍ୱବିଦ୍ୟାଳୟ ଛାତ୍ର) ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାକୁ ନେଇ ଶୁକ୍ରବାର ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା। ପୋଲିସ- ବିକ୍ଷୋଭକାରୀଙ୍କ ମଧ୍ୟରେ ଠେଲାପେଲା ହେବା ସହ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବା ଲାଗି ପୋଲିସ ପ୍ରଥମେ ପାଣିମାଡ଼ ଓ ପରେ ଲାଠିଚାର୍ଜ କରିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ସପ୍ତାହେ ପୂର୍ବରୁ ୪ ଯୁବକ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। କିଛିମାସ ପୂର୍ବରୁ ସେମାନେ ତାଙ୍କୁ ବଳପୂର୍ବକ ଯୌନଶୋଷଣ କରିବା ସହ ଭିଡିଓ ରେକର୍ଡିଂ ଜରିଆରେ ବ୍ଲାକ୍‌ମେଲ କରୁଥିଲେ। ବାରମ୍ବାର ବଳାତ୍କାର ଲାଗି ଉଦ୍ୟମ କରୁଥିଲେ। ବାଧ୍ୟହୋଇ ସେ ପୋଲିସର ସହାୟତା ନେଇ ମାମଲା ରୁଜୁ କରିଥିଲେ।


All Right Reserved By Dharitri.Com

ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ: ବିଶ୍ୱ ନଜରରେ ଉତ୍ତରପୂର୍ବାଞ୍ଚଳ

ଓ୍ବାଶିଂଟନ/ଲଣ୍ଡନ,୧୫ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତରପୂର୍ବ ଭାରତରେ ହିଂସାତ୍ମକ ଆନ୍ଦୋଳନ ଜାରି ରହଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସମୁଦାୟର ନଜର ଉତ୍ତର-ପୂର୍ବ...

ଗୁରୁଦିବସ ଅବସରରେ ସମ୍ମାନିତ ହେବେ ୪୬ ଶିକ୍ଷକ

ନୂଆଦିଲ୍ଲୀ,୪।୯: ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ରେ ପଡ଼ୁଥିବା ବେଳେ ସମଗ୍ର ଦେଶରେ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏହି...

ପୋଲିସ ହାତରେ ରିଅଲ ଲାଇଫ୍‌ର ବଣ୍ଟି ଓ ବବ୍‌ଲି

ନୂଆଦିଲ୍ଲୀ,୧୭।୪: ଫିଲ୍ମରେ ବଣ୍ଟି ଓ ବବ୍‌ଲି କଥା ଆପଣଙ୍କ ମନେଥିବ। ସେମାନେ କେଉଁଭଳି ଚୋରି କରି ପୋଲିସକୁ ଚକ୍‌ମା ଦେବା ସହ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ।...

ବାରମୁଳାରୁ ୨ ଆତଙ୍କବାଦୀ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ବାରମୁଳାରୁ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏନେଇ ସିଆର୍‌ପିଏଫ୍‌ ୫୩ ବାଟାଲିୟନ୍‌...

ପଶ୍ଚିମବଙ୍ଗରେ ତେଜିଲା ସିଏଏ ବିରୋଧୀ ଆନ୍ଦୋଳନ: ୫ ଟ୍ରେନ୍‌,୧୫ ବସ୍‌ ଜାଳିଦେଲେ;ଆସାମରେ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ/କୋଲକାତା,୧୫ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଉତ୍ତରପୂର୍ବାଞ୍ଚଳରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମେ ପଶ୍ଚିମବଙ୍ଗ ଓ ଅନ୍ୟ...

ମୋଦିଙ୍କ ଗସ୍ତ ପୂର୍ବରୁ କୋକ୍ରାଝରରେ ଲୋକେ ଜାଳୁଛନ୍ତି ଦୀପ

କୋକ୍ରାଝର,୬।୨: ବୋଡୋ ସମସ୍ୟାର ବୁଝାମଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତ କରୁଛନ୍ତି। ଏନେଇ କୋକ୍ରାଝରରେ ଲୋକେ ବୁଝାମଣା ସଫଳ ହୋଇଥିବାରୁ ଖୁସିରେ ଦୀପ...

ବନ୍ଧୁକ ଉଠାଇଲେ ମିଳିବ ମୃତ୍ୟୁ: ଡିଜିପି ଦିଲ୍‌ବାଗ ସିଂଙ୍କ ଚେତାବନୀ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦ ବିରୋଧୀ ଅପରେଶନ୍‌ ସମ୍ପର୍କରେ ଡିଜିପି ଦିଲ୍‌ବାଗ ସିଂ ଚେତାବନୀ ଦେଇଛନ୍ତି। ସେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବନ୍ଧୁକ...

୯୦ ବର୍ଷରେ ଡେକାନ୍‌ କୁଇନ୍‌

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ିକୁ ଶନିବାର ୯୦ ବର୍ଷ ରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ...

Leave a comment

Your email address will not be published. Required fields are marked *