ବଢ଼ିବ ଟୋଲ ଫି: ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଲା ଓବିସିସି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ। ଗାଡି ଚାଳକଙ୍କୁ ଅଧିକ ଟିକସ ଦେବାକୁ ପଡିବ।୨୦୦୬ରେ ଧାର୍ଯ୍ୟ ହୋଇଥିବା ଟୋଲ ଟିକସରେ ସଂଶୋଧନ କରାଯିବ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି)ଏ ନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି। ଓଡ଼ିଶା ରାଜ୍ୟ ଟୋଲସ୍‌ ରୁଲ ୨୦୧୧ ଅନୁସାରେ ଏହି ଟିକସ ଧାର୍ଯ୍ୟ କରାଯିବ। ପୂର୍ତ୍ତ ବିଭାଗ ଅଧୀନରେ ୨୯ଟି ଟୋଲ ଗେଟ୍‌ ଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ୭ଟି ଟୋଲ ଗେଟ। ଏସବୁରୁ ବାର୍ଷିକ ୨୪ରୁ ୨୫ କୋଟି ଟଙ୍କା ଆଦାୟ ହେଉଛି। ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଅଧିକ ଟଙ୍କା ଦରକାର ପଡୁଥିବାରୁ ଟୋଲ ଫି’ରେ ସଂଶୋଧନ କରାଯିବ ବୋଲି ଓଡିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାଶ କହିଛନ୍ତି। ୨୦୦୬ରେ ଧାର୍ଯ୍ୟ ମୂଲ୍ୟ ଅନୁସାରେ ୩ ଚକିଆ ଯାନ ପାଇଁ ଦୈନିକ ୭ ଟଙ୍କା, କାର ଜିପ ଓ ଅନ୍ୟାନ୍ୟ ହାଲକା ଯାନ ପାଇଁ ୧୫ ଟଙ୍କା, ବସ, ମିନିଟ୍ରକ, ଟ୍ରାକ୍ଟର ଏବଂ ପିକ୍‌ଅପ ଭ୍ୟାନ ଭଳି ଯାନ ପାଇଁ ୩୦ ଟଙ୍କା ଦେବାକୁ ପଡୁଛି। ଭାରିଯାନ ପାଇଁ ଦୈନିକ ୩୦୦ ଟଙ୍କା ଟୋଲ ଫି ରହିଛି। ସରକାରଙ୍କ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି।


All Right Reserved By Dharitri.Com

ବାଙ୍କୀ ଡବଲ ମର୍ଡର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କଟକ ଜିଲା ବାଙ୍କୀଠାରେ କିଛିଦିନ ତଳେ ଘଟିଥିବା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ କଂଗ୍ରେସ ଟାର୍ଗେଟ କରିଛି। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ...

ଏସ୍‌ପି ଅଫିସ ଆଗରେ ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ମୀନାକ୍ଷୀ ମିଶ୍ର ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା...

ଟ୍ରେଣ୍ଡି ଟ୍ରେଡ୍‌ ଫେୟାର

ପର୍ଯ୍ୟଟନ ଋତୁ। ଶୀତର ଆଗମନ। ଠିକ୍‌ ଏହି ସମୟରେ ଆରମ୍ଭ ହୋଇଯାଇଛି ରାଜଧାନୀରେ ଟ୍ରେଡ୍‌ ଫେୟାର। ଜମିଛି ବ୍ୟବସାୟୀଙ୍କର ଭିଡ଼। ସଭିଙ୍କ ପାଇଁ ସାଜିଛି ମୁଖ୍ୟ...

ଶାଳଗାଁରେ ରେଳ ଦୁର୍ଘଟଣା ନେଇ ବଦଳିଲା କିଛି ଟ୍ରେନ୍‌ର ଗତିପଥ, କଟକ ପରିବର୍ତ୍ତେ ନରାଜ ହୋଇ ଯିବ

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ:ବିବାଦୀୟ ହେବାକୁ ଚାହୁଁନି ପ୍ରଶାସନ

ପୁରୀ ଅଫିସ, ୨୩ା୮:ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। କେବଳ କେତେକ ମନ୍ଦିର ଓ ମଠକୁ...

ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ : ଡାକ୍ତର ପରିଚୟ ଦେଇ ଯୁବକ ଗିରଫ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ଜଣେ ବିବାହିତ ପୁରୁଷ ଅବିବାହିତା ଡାକ୍ତରାଣୀଙ୍କୁ ଠକେଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିବା ପରେ ତାଙ୍କୁ କମିଶନରେଟ୍‌ ପୋଲିସ ରବିବାର...

ମାନବସେବାର ମୂଳଦୁଆ ପକାଇଥିଲେ ରାମକୃଷ୍ଣ, ବିବେକାନନ୍ଦ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଶ୍ରୀରାମକୃଷ୍ଣ ଏବଂ ସ୍ବାମୀ ବିବେକାନନ୍ଦ ମିଳିତ ଭାବେ ଆଧ୍ୟାତ୍ମିକତା ଉପରେ ଆଧାରିତ ମାନବସେବାର ମୂଳଦୁଆ ପକାଇଥିଲେ। ଭାରତରେ ବେଦର ଜ୍ଞାନ ଓ ପରିଭାଷା ଉପରେ ପର୍ଯ୍ୟବସିତ...

ହରିହର କ୍ୟାନସର ହସ୍ପିଟାଲରେ ଚିତ୍ରଶିଳ୍ପୀ ନାରୁ ମହାରଣା: ରାଜ୍ୟ ସରକାର ଦେଲେ ୫୦ ହଜାର ସହାୟତା

ପୁରୀ ଅଫିସ, ୧୩।୧୨:ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ନାରାୟଣ ମହାରଣା ଓରଫ ନାରୁ କର୍କଟ ରୋଗରେ ପୀଡ଼ିିତ ହୋଇ କଟକସ୍ଥିତ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନାରୁ...

Leave a comment

Your email address will not be published. Required fields are marked *