Posted inଜାତୀୟ

ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ରେ ଗୃହୀତ ହେଲା ଦିଶା ବିଲ୍‌: ବଳାତ୍କାର ଅଭିଯୁକ୍ତଙ୍କୁ ୨୧ ଦିନରେ ଫାଶୀ ଦଣ୍ଡାଦେଶ

ହାଇଦ୍ରାବାଦ,୧୩।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ କ୍ୟାବିନେଟ ଦିଶା ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶୁକ୍ରବାର ବିଧାନସଭାରେକ ଦିଶା ବିଲ୍‌ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଗୃହୀତ ହୋଇଛି। ଏଣିକି ବଳାତ୍କାର ଓ ଗଣବଳାତ୍କାର ଅଭିଯୁକ୍ତଙ୍କ ମାମଲାକୁ ୨୧ଦିନରେ ଶେଷ କରାଯାଇ ଫାଶୀ ଦଣ୍ଡାଦେଶ ଦିଆଯିବା ବାଧ୍ୟତାମୂଳକ ରହିବ। ଏହା ଆନ୍ଧ୍ରପ୍ରଦେଶ ଅପରାଧ ଆଇନରେ ସଂଶୋଧନ ଆଣିବ। ଏହାକୁ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ ନାମରେ ନାମିତ କରାଯାଇଛି। ନିକଟରେ ତେଲଙ୍ଗାନାରେ ଗଣବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କ ସ୍ମୃତିରେ ଏହି ଆଇନ ତିଆରି କରାଯାଇଛି। ଏହି ସଂଶୋଧିତ ଆଇନରେ ବଳାତ୍କାର ଓ ଗଣବଳାତ୍କାର ମାମଲାର ଯଥେଷ୍ଟ ପ୍ରମାଣ ସହିତ ୭ ଦିନରେ ତଦନ୍ତ, ୧୪ ଦିନରେ ଶୁଣାଣି କରାଯିବ। ଏଥିସହ ୨୧ ଦିନ ଭିତରେ ଏହି ମାମଲାର ସମସ୍ତ ଶୁଣାଣି କରି ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦିଆଯିବ। ଏହା ପୂର୍ବରୁ ମହିଳା ଏବଂ ଶିଶୁ ନିର୍ଯାତନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆନ୍ଧ୍ର ୨ଟି ବିଲ୍‌ ଗୃହୀତ କରିଥିଲା।


All Right Reserved By Dharitri.Com

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ...

‘ଏନ୍‌ଆର୍‌ସି-ଏନ୍‌ପିଆର୍‌ ଗରିବଙ୍କ ଉପରେ ଟାକ୍ସ’

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ଶାସକ ଭାଜପା ଓ ବିରୋଧୀ...

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ପିଟିଶନ ବିରୋଧରେ କ୍ୟାଭିଟ୍‌ ଦାଏର

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୬ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଓ ସେନା...

ଇଣ୍ଡିଆ ଗେଟ୍‌ରେ ଧାରଣା ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୬।୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଅପରାହ୍ନରେ ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା...

ଛୁଟି ପାଇଁ ମିଛ

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର...

ଚଣ୍ଡିପ୍ରସାଦ ଭଟ୍ଟଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ସଂହତି ପୁରସ୍କାର

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ଚଣ୍ଡିପ୍ରସାଦ ଭଟ୍ଟଙ୍କୁ ୨୦୧୭ ଓ ୨୦୧୮ ବର୍ଷ ଲାଗି ଇନ୍ଦିରା ଗାନ୍ଧୀ ଜାତୀୟ ସଂହତି ପୁରସ୍କାର ଲାଗି...

ବିବାହ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା

ଥିରୁଭାନନ୍ଥପୁରମ,୨୬।୧: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହେଇଦି ସାଦିୟା ବିବାହ କରିଛନ୍ତି। ଏର୍ନାକୁଲମରେ ଅଥର୍ବ ମୋହନଙ୍କୁ ସେ ରବିବାର ବିବାହ କରିଥିବା ଜଣାପଡିଛି। ସ୍ପେଶାଲ ମ୍ୟାରେଜ୍‌...

ରାସ୍ତାରେ ଥିବା ଖାଲଖମାରେ ଗଛ ଲଗାଇ ପ୍ରତିବାଦ ଜଣାଇଲେ ବାସିନ୍ଦା

ହାଇଦ୍ରାବାଦ,୧୮।୧୧: ବାରମ୍ବାର କୌଣସି ସମସ୍ୟା ନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ଏହାର ସମାଧାନ ନ ହେଲେ ବେଳେବେଳେ ଲୋକେ ଅଜବ ପ୍ରତିବାଦ ଜଣାଇଥାନ୍ତି।...

Leave a comment

Your email address will not be published. Required fields are marked *