ଭୟାବହ ଅଗ୍ନିକାଣ୍ଡ : ୬୦ ବଖରା ପୋଡ଼ି ପାଉଁଶ

ମହାକାଳପଡ଼ା,୩୦ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜାଲକଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୩ ପରିବାରର ୬୦ରୁ ଊର୍ଦ୍ଧ୍ୱ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଥାଉକି, ଗ୍ରାମର ଅଜୟ ପ୍ରଧାନଙ୍କ ପାଳଗଦାରେ କୌଣସି କାରଣରୁ ପ୍ରଥମେ ନିଆଁ ଲାଗିଥିବାବେଳେ ଦକ୍ଷିଣା ପବନ ଯୋଗୁ ଏହା କ୍ଷୀପ୍ର ବେଗରେ ଅନ୍ୟ ଘରଗୁଡ଼ିକୁ ବ୍ୟାପୀ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୩ ପରିବାରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଦୁଇଜଣ ଶିଶୁ ଗୁରୁତର ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଖବର ଲେଖାହେଲା ବେଳକୁ ମହାକାଳପଡ଼ା, ମାର୍ଶାଘାଇ ଏବଂ କେନ୍ଦ୍ରାପଡ଼ାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଚଳାଇଛନ୍ତି।


All Right Reserved By

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

କୃଷ୍ଣପ୍ରସାଦ,୪ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ନନ୍ଦଳା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଅମ୍ବି ନାୟକ(୬୨) ।...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଅଭିଯୁକ୍ତ ଯୁବକ ଗିରଫ

ନୟାଗଡ଼ ଅଫିସ/ରଣପୁର,୨୦ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଅପହୃତ ଜଣେ ନାବାଳିକାଙ୍କୁ ପୋଲିସ ଶୁକ୍ରବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଦ୍ଧାର କରିଛି। ଏଥିସହିତ...

ସମିଆଁ ପଞ୍ଚାୟତର ନାବାଳିକା ଅପହରଣ ଘଟଣା: ଅପହରଣକାରୀଙ୍କୁ ଗିରଫ ଦାବିରେ ଧାରଣା

ଛତିଆ,୪ା୬(ଡି.ଏନ.ଏ.)- ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ନାବାଳିକା ଅପହରଣ ଘଟଣାକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ ଅପହରଣକାରୀଙ୍କୁ ଗିରଫ କରିବାରେ ସଫଳ...

ମହାନଦୀ କୂଳର ମୃତ୍ତିକା କ୍ଷୟ ରୋକିବା ଚିନ୍ତା: ମଣିଭଦ୍ରାଠାରେ ପଥର ବୁରୁଜ କାର୍ଯ୍ୟ ନିମ୍ନମାନର, ମାଟି ଗଦା ଉପରେ ହେଉଛି ନିର୍ମାଣ

ଗଣିଆ,୨୧ା୭(ଡି.ଏନ.ଏ.): ମହାନଦୀ ପ୍ରଖର ଜଳସ୍ରୋତକୁ ମନ୍ଥର କରିବା ଓ କୂଳର ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ନୟାଗଡ଼...

କାଳିଆ ଯୋଜନାରେ ଚାଷୀଙ୍କୁ ମିଳିନି ଟଙ୍କା

ନୟାଗଡ଼ ଅଫିସ,୧୯।୭-ନୟାଗଡ଼ ଜିଲା ସଦର ବ୍ଲକ ଘଡ଼ୁଆଳ ଗ୍ରାମର ଦୁର୍ଯ୍ୟୋଧନ ପାଳ ବୃତ୍ତିରେ ଜଣେ ଚାଷୀ। ନିଜର କିଛି ଏକର ଚାଷଜମିରେ ଫସଲ କରି ପରିବାର...

ସାବିତ୍ରୀ ପାଇଁ ଫଳ ଦର ବୃଦ୍ଧି

ରତ୍ନଗିରି,୧ା୬(ଡି.ଏନ.ଏ.)- ଦିନକ ପରେ ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଏହି ବ୍ରତ ରଖିଥାନ୍ତି। ସାବିତ୍ରୀ ପାଇଁ ବଜାରରେ ଶାଢୀ ଦୋକାନଠାରୁ...

ସ୍ଥାଣୁ ପାଲଟିଲାଣି ଜିଲା ଅବକାରୀ ବିଭାଗ : ୧୧ ପଦବୀ ଖାଲି, ଅନିଶ୍ଚିତତାରେ ଅବକାରୀ ଥାନା

ଜଗତ୍‌ସିଂହପୁର ଅଫିସ,୧୨ା୬: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ...

ଖରାରେ ଓଭରବ୍ରିଜ୍‌ ଉପରେ କାମ କରୁଛନ୍ତି ଶ୍ରମିକ: ବିପଜ୍ଜନକ କାର୍ଯ୍ୟ ସତ୍ତ୍ୱେ ନୀରବ ଶ୍ରମ ବିଭାଗ

ନିରାକାରପୁର,୧୯ା୬(ଡି.ଏନ୍‌.ଏ.)-ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ତାତି କମିନାହିଁ। ତେଣୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିପଜ୍ଜନକ ଭାବେ କୌଣସି ଶ୍ରମିକ କାର୍ଯ୍ୟ କରିବା ସରକାରୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *