ଗଛରେ ପିଟି ହେଲା ଟ୍ରାକ୍ଟର: ଜଣେ ମୃତ,୨ ଗୁରୁତର

ବାଙ୍ଗିରିପୋଷି,୧୩ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ କୁସୁମବନ୍ଧ ପଞ୍ଚାୟତର ତୁଳସୀବଣୀ ଛକ ନିକଟରେ ଗୁରୁବାର ଏକ ଟ୍ରାକ୍ଟର ଗଛରେ ପିଟି ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଗୁରୁଗୁଡିଆ ହାଟ ସାରି ଟ୍ରାକ୍ଟର ଡ୍ରାଇଭର ସମେତ ୩ ଜଣ ଶ୍ରମିକ ଫେରୁଥିବା ବେଳେ ତୁଲସୀବଣୀ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ନିକଟରେ ବସିଥିବା ନୂଆଡିହି ଗ୍ରାମର ହୁଦୁ ସିଂ (୩୦) ଏବଂ ଦୁଲାଲ ଦେହୁରୀ ଛିଟିକି ପଡ଼ିଥିଲେ। ଟ୍ରାକ୍ଟରଟି ଉଭୟଙ୍କ ଉପରେ ଚଢିଯିବାରୁ ଗୁରୁତର ଆହତ ହୋଇଥିଲେ। ଡାଲାରେ ବସିଥିବା ଲକ୍ଷ୍ମଣ ସିଂ ମଧ୍ୟ ଆହତ ହୋଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଟ୍ରାକ୍ଟରଟିକୁ ନେଇ ପଳାଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଆହତ ୩ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିସତ୍ା ପାଇଁ ପଠାଇଥିଲେ। ସେଠାରେ ହୁଦୁ ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରିବାକୁ ଦାବି

ଭବାନୀପାଟଣା, ୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକରିବା ପାଇଁ ଶୁକ୍ରବାର କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ...

ଅଗ୍ନିକାଣ୍ଡ ଘଟି ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଭସ୍ମୀଭୂତ

ଚିକିଟି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଆଦିବାସୀ...

ଆଇସ୍କାନ ହୋଇପାରେ ସୁପରସ୍ପ୍ରେଡର

ସମ୍ବଲପୁର,୭ା୫(ବ୍ୟୁରୋ): ସମ୍ବଲପୁର ଜିଲାରେ ଆସନ୍ତା ୧୧ ତାରିଖରୁ ଧାନ କିଣାବିକା ଆରମ୍ଭ ହେବାକୁ ସ୍ଥିର ହୋଇଛି। ଏଥିପାଇଁ କେତେକ ଚାଷୀଙ୍କୁ ଟୋକନ ଦିଆଯାଇଛି। ହେଲେ ଏଥିପାଇଁ...

ଖରିଫ୍‌ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ

ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି...

ଦିଲ୍ଲୀରୁ ଗହଣା ଚୋରି ଅଭିଯୋଗରେ ୨ ଗିରଫ

ସୋର, ୨୭ା୭(ଡି.ଏନ.ଏ.)-ଦିଲ୍ଲୀରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସୋର ଥାନା ଅଧୀନ ରଘୁନାଥପୁର ଗ୍ରାମର କରୁଣାକର ଦାସଙ୍କୁ ସୋର...

ଜିଲା ପରିଷଦ ବୈଠକ: ଜିଲାର ବିବିଧ ସମସ୍ୟା ଉପରେ ଆଲୋଚନା

ନୂଆପଡା ଅଫିସ,୨୧ା୯ ନୂଆପଡା ଜିଲା ଗଠନ ହେବାଠାରୁ ପଚିଶ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନାରେ ଟଙ୍କା ଖର୍ଚ୍ଚ...

ସୀମିତ ରହିବ ହାଇକୋର୍ଟ କାର୍ଯ୍ୟ

କଟକ ଅଫିସ,୪।୫: ଲକ୍‌ଡାଉନ ଅବଦ୍ଧି ବୃଦ୍ଧିକୁ ନେଇ ହାଇକୋର୍ଟ ପକ୍ଷରୁ ରବିବାର ନୂତନ ନିର୍ଦ୍ଦେଶନାମା ଜାରି ହୋଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ...

୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ: ପ୍ରତି ଜିଲାରୁ ୩ ବିଦ୍ୟାଳୟକୁ ମିଳିବ ସ୍କୁଲ ଅଫ୍‌ ଏକ୍ସିଲେନ୍ସି

ଅନୁଗୋଳ ଅଫିସ, ୨୪।୧୨ – ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ବିଦ୍ୟାଳୟ...

Leave a comment

Your email address will not be published. Required fields are marked *