ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆର୍‌ବିଆଇ ଗଭର୍ନର

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶକ୍ତିକାନ୍ତ ଅପରାହ୍ନ ୫ଟା ୩୦ରେ ଲୋକସେବା ଭବନ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ସୌଜନ୍ୟମୂଳକ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ପରେ ଆର୍‌ବିଆଇ ଗଭର୍ନର କହିଥିଲେ ଯେ, ସାକ୍ଷାତ ବହୁତ ଭଲ ଥିଲା। ମୋଟାମୋଟି ଭାବେ ରାଜ୍ୟର ଆର୍ଥିକ ବ୍ୟବସ୍ଥାର ଉନ୍ନତୀକରଣ, ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ପ୍ରସାର, ଡିଜିଟାଲ ଦେଣନେଣ, କୃଷିଋଣ ପ୍ରଦାନରେ ସରଳୀକରଣ ନେଇ ଆଲୋଚନା ହୋଇଥିଲା। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ସହାୟତା ରାଶି ଇ-କୁବେର ଜରିଆରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଉଛି। ଏହି ବ୍ୟବସ୍ଥାକୁ କିପରି ଆହୁରି ସୁଦୃଢ଼ କରିହେବ, ସେନେଇ ଆଲୋଚନା ହୋଇଥିବା ଶକ୍ତିକାନ୍ତ କହିଥିଲେ। ସେହିପରି ଦେଶର ଆର୍ଥିକ ସ୍ଥିତି ନେଇ ପଦକ୍ଷେପ ନେବାକୁ ବ୍ୟାଙ୍କ୍‌ଗୁଡିକୁ ସତର୍କ କରାଯାଇଥିଲା କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ନରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ସେ କହିଥିଲେ ଯେ, କୌଣସି ଆଲର୍ଟ କରାଯାଇ ନ ଥିଲା। ନିୟମିତ ବ୍ୟବଧାନରେ ବ୍ୟାଙ୍କ୍‌ଗୁଡ଼ିକ ସହ ବୈଠକ ହୋଇଥାଏ। କିଛି ଗଣମାଧ୍ୟମରେ ଆଲର୍ଟ ସମ୍ପର୍କିତ ଯେଉଁ ଖବର ଆସିଥିଲା, ସେପରି କିଛି ନ ଥିଲା ବୋଲି ଶକ୍ତିକାନ୍ତ କହିଛନ୍ତି। କେବଳ ସାମ୍ପ୍ରତିକ ସ୍ଥିତିରେ ନୁହେଁ, ସବୁ ସମୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ନୂଆ ନୂଆ ଆହ୍ବାନ ଆସିଥାଏ। ତେଣୁ ବ୍ୟାଙ୍କ୍‌ ସବୁ ସମୟରେ ପ୍ରସ୍ତୁତ ରହିବା ଉଚିତ ବୋଲି ଶକ୍ତିକାନ୍ତ କହିଥିଲେ।
ଉଲ୍ଲେଖଯୋଗ୍ୟ, ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡର ଏକ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୨୦୧୨ରେ ଏହି ବୈଠକ ହୋଇଥିଲା। ଏଥିରେ ଯୋଗଦେବା ପାଇଁ ଶକ୍ତିକାନ୍ତ ଓଡ଼ିଶା ଗସ୍ତ କରିଥିବା ଜଣାପଡ଼ିଛି।


All Right Reserved By Dharitri.Com

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ,୨୫ା୧୨: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ପି...

୧୨ ଚକ, ୨୨ ଜଳଯନ୍ତ୍ର ନିର୍ମାଣ ଶେଷ

ପୁରୀ ଅଫିସ,୧୬ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ନଜରରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ତିନି ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ଦ୍ରୁତଗତିରେ ରଥ ନିର୍ମାଣ...

ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନ ପାଇଲା କବି ବ୍ରଜନାଥ ରଥଙ୍କ ତୈଳଚିତ୍ର

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱରର ବିଶିଷ୍ଟ କବି ବ୍ରଜନାଥ ରଥଙ୍କର ତୈଳଚିତ୍ର ମଙ୍ଗଳବାର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନୀତ ହୋଇଛି।  ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ...

ତରଭୁଜ ଲାଗି ବଜାର ବେବସ୍‌ତାର ଅଭାବ: କ୍ଷତି ସହୁଛନ୍‌ ଚାଷୀ, ଲାଭ ଉଠଉଛନ୍‌ ବେପାରୀ

  ଭବାନୀପାଟଣା,୨୪।୩ (ଡି.ଏନ୍‌.ଏ.)- ବଜାର ବେବସ୍‌ତା ଅଭାବୁ ଭାବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡର ଚରଭୁଜ ଚାଷୀ ଯେନ୍‌ ହିସାବେ ଲାଭ ପାଏବାର କଥା ନାଇଁ ପାଉଥିବାର...

ସ୍ବଳ୍ପ ବୃଷ୍ଟିପାତ: ଆଗେଇ ପାରୁନି ଚାଷ କାମ

ବନ୍ତ, ୨୩।୭ (ଡି.ଏନ.ଏ.) – ଚଳିତ ଖରିଫ ଋତୁରେ କମ୍‌ ବୃଷ୍ଟିପାତ ଯୋଗୁ ବନ୍ତ ବ୍ଲକର ଶହ ଶହ ଏକର ଜମି ଏବେ ଶୁଖିଲା ପଡ଼ିଛି।...

ବାଦାମବାଡ଼ି ଶୂନଶାନ: ଗଡ଼ିଲାନି ବସ୍‌

କଟକ ଅଫିସ,୨୮।୫: ବସ୍‌ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗୁରୁବାରଠାରୁ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସକାଳେ କିନ୍ତୁ...

ଠିକାଦାରଙ୍କ କବ୍‌ଜାରେ ରୋଗୀ କ୍ୟାବିନ

ଭୁବନେଶ୍ୱର,୩ା୩(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଗଲେ ସେମାନଙ୍କୁ ସହଜରେ ବେଡ୍‌ ମିଳୁନି। ଯଦି ବେଡ୍‌ ମିଳୁଛି ତେବେ ବହୁ ଧରାଧରି ଏବଂ ହାତଗୁଞ୍ଜା ଦେବା ପରେ।...

ମହିଳାଙ୍କୁ ଆକ୍ରମଣ, ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା...

Leave a comment

Your email address will not be published. Required fields are marked *